କାଉ ଦେଇଥାଏ ଶୁଭ ଓ ଅଶୁଭ ର ସଙ୍କେତ, ଜାଣନ୍ତୁ କେଉଁ ସଙ୍କେତ ରୁ ହୋଇଥାଏ ଧନଲାଭ ଓ କେଉଁ ସଂକେତ ମିଳିଲେ ଆସିଥାଏ ଅକାଳ ମୃତ୍ୟୁ- Ajira Anuchinta

ବନ୍ଧୁଗଣ ଆପଣ ମାନେ ଏହା ବିଷୟରେ ନିଶ୍ଚୟ ଶୁଣିଥିବେ ଯେ, କାଉ ମାନଙ୍କ ପାଖରେ କିଛି ଅଦ୍ଭୁଦ ଶକ୍ତି ରହିଥାଏ । ଶାସ୍ତ୍ର ଅନୁସାରେ କାଉ ମାନେ ଦୁଇଟି ସ୍ଥାନରେ ରହିଥାନ୍ତି ପ୍ରଥମ ସ୍ଥାନ ହେଉଛି ମୃତୟୁ ପରର ସ୍ଥାନ ଓ ଦୁତୀୟଟି ହେଉଛି ଯେଉଁ ସ୍ଥାନରେ ଜୀବନ ଅଛି । ଆମର ପୂର୍ବ ପୁରୁଷ ମାନେ କାଉ ମାନଙ୍କ ଦ୍ଵାରା ଆମ ସହିତ ସମ୍ପର୍କ ରଖିବା ପାଇଁ ଚେଷ୍ଟା କରିଥାନ୍ତି ଏବଂ ଆମ ମାନଙ୍କ ଉପରେ ଆସୁଥିବା ବିପଦ ବିଷୟରେ ଜଣାଇବା ପାଇଁ କିଛି ସଙ୍କେତ ଦେଇଥାନ୍ତି । ତେଣୁ ବନ୍ଧୁଗଣ ସବୁବେଳେ କାଉ ମାନଙ୍କର ଶୁଭ ଓ ଅଶୁଭ ସଙ୍କେତ ବିଷୟରେ ଚର୍ଚା ହୋଇଥାଏ ।

ହେଲେ ବନ୍ଧୁଗଣ ଆପଣ ମାନେ କଣ ଏହି ଶୁଭ ଓ ଅଶୁଭ ସଙ୍କେତ ବିଷୟରେ ଜାଣିଛନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ କାଉ ମାନଙ୍କର ଶୁଭ ଓ ଅଶୁଭ ସଙ୍କେତ ବିଷୟରେ କହିବାକୁ ଯାଉଛୁ, ଯେଉଁ ମାନଙ୍କ ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସଙ୍କେତ ବିଷୟରେ ।


୧. ଯଦି ବନ୍ଧୁଗଣ କୌଣସି ସମୟରେ କାଉ ମାନେ ଆସି ଘର ଉପରେ ବସି ରାବିବେ ବା ଝଗଡା କରିବେ ତା ହେଲେ ବୁଝି ଯାନ୍ତୁ ଘର ମାଲିକ ଉପରେ ବହୁତ ବଡ ସଙ୍କଟ ଆସିବାକୁ ଯାଉଛି ।

୨. ମଧ୍ୟାନ ପୂର୍ବରୁ ଯଦି ଗଛରେ ବସିଥିବା କାଉର ରାବ ପୂର୍ବ କିମ୍ବା ଉତ୍ତର ଦିଗ ଆଡକୁ ଶୁଭି ଥାଏ ତା ହେଲେ ବୁଝି ଯାନ୍ତୁ ଆପଣଙ୍କ ଦିନ ବହୁତ ଭଲରେ ଯିବ ଓ ଆପଣଙ୍କୁ ସ୍ତ୍ରୀ ସୁଖ ମଧ୍ୟ ମିଳିବ ।

୩. ବନ୍ଧୁଗଣ ଯଦି କାଉ ଘରର ଛାତ ଉପରେ ବସି ନିଜ ମୁଣ୍ଡକୁ ଦକ୍ଷିଣ ଦିଗ ଆଡକୁ କରିଥାଏ ତା ହେଲେ ଏହା ବହୁତ ଅଶୁଭ ସଙ୍କେତ ମାନା ଯାଇଥାଏ । ଘରର କୌଣସି ସଦସ୍ୟଙ୍କର ହାନି ମଧ୍ୟ ହୋଇପାରେ ।

୪. ଯଦି ବନ୍ଧୁଗଣ ଆପଣ କୌଣସି ଏକ ସ୍ଥାନରେ କାଉକୁ ଏକ ପାତ୍ରରୁ ପାଣି ପିଉଥିବାର ଦେଖିବେ ତାହେଲେ ଏହା ଆପଣଙ୍କ ପାଇଁ ବହୁତ ଶୁଭ ସଙ୍କେତ ଅଟେ । ଏହି ସଙ୍କେତ ଦ୍ଵାରା ଆପଣ ବୁଝି ଯାନ୍ତୁ ଆପଣଙ୍କୁ ପ୍ରଚୁର ଧନଲାଭ ହେବ ଏବଂ ଆପଣଙ୍କ ସେହି ଦିନର କାମରେ ଆପଣଙ୍କୁ ନିଶ୍ଚୟ ସଫଳତା ମଧ୍ୟ ମିଳିବ ।

୫. ଯଦି ବନ୍ଧୁଗଣ ଆପଣ କାଉକୁ ଏକ ମାଂସ ଖଣ୍ଡ କିମ୍ବା ରୁଟି ଖଣ୍ଡ ଖାଉଥିବାର ଦେଖିବେ ତା ହେଲେ ଆପଣଙ୍କର ଏକ ବଡ ଇଛା ନିଶ୍ଚୟ ପୂରଣ ହେବ ।


୬. ଯଦି କାଉ କୌଣସି ବ୍ୟକ୍ତିକୁ ଖୁମ୍ପି ଥାଏ ତା ହେଲେ ସେହି ବ୍ୟକ୍ତି ପାଇଁ ଏହା ଏକ ଅଶୁଭ ସଙ୍କେତ ଅଟେ । ଅର୍ଥାତ ସେହି ବ୍ୟକ୍ତି ଶାରୀରିକ କିମ୍ବା ମାନସିକ କଷ୍ଟ ପାଇବାର ସମ୍ଭାବନା ରହିଥାଏ ।

୭. ଯଦି କୌଣସି ବ୍ୟକ୍ତିର ମୁଣ୍ଡ ଉପରେ କାଉ ବସିଥାଏ ତା ହେଲେ ଏହା ସେହି ବ୍ୟକ୍ତି ପାଇଁ ବହୁତ ଅଶୁଭ ସଙ୍କେତ ହୋଇଥାଏ । ସେହି ବ୍ୟକ୍ତିର ଧନହାନୀ ହେବାର ସମ୍ଭାବନା ରହିଥାଏ ।

୮. ବନ୍ଧୁଗଣ ଯଦି କାଉ କୌଣସି ବ୍ୟକ୍ତିକୁ ପାଦ ଦ୍ଵାରା ସ୍ପର୍ଶ କରିଥାଏ ତା ହେଲେ ଏହା ସେହି ବ୍ୟକ୍ତି ପାଇଁ ବହୁତ ଶୁଭ ସଙ୍କେତ ହୋଇଥାଏ । ସେହି ବ୍ୟକ୍ତିକୁ ନିଜ ଜୀବନରେ ସମସ୍ତ ସୁଖ ସମୃଦ୍ଧି ମିଳିବାର ସଙ୍କେତ ଥାଏ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *