‘ମୋ ଭାଇ କୁଆଡେ ଯାଇଛି’ ଭାଇର ଫଟୋ ଦେଖି ଝୁରି ଝୁରି କାନ୍ଦୁଛି Jyoti ଙ୍କ ସାନ ଭାଇ, Video ଦେଖିଲେ ଆପଣ ନିଜକୁ ସମ୍ଭାଳି ପାରିବେନି

ନମସ୍କାର ବନ୍ଧୁଗଣ ଜୀଵନ ର କିଛି ଭରସା ନାହିଁ କେତେବେଳେ ଯେ ଶରୀର ଛାଡି ପଳାଇବା ତାହା କେହି କହି ପାରିବେ ନାହିଁ । ସେଥିପାଇଁ ଜୀଵନ କୁ କ୍ଷଣ ଭଙ୍ଗୁର ବୋଲି ମଧ୍ୟ କୁହାଯାଏ । ଆପଣ ମାନେ ଜାଣିଥିବେ କି ଏହି କିଛି ଦିନ ତଳେ ଭୁବନେଶ୍ୱର ର ଶତାବ୍ଦୀ ନଗରରେ ଏକ ଅ-ଘ-ଟ-ଣ ଘ-ଟି-ଥି-ଲା ୧୫ ବର୍ଷୀୟ ଛାତ୍ର ଜ୍ୟୋତି ପ୍ରକାଶ ଯିଏ କି ଦଶମ ଶ୍ରେଣୀ ରେ ପାଠ ପଢୁଥିଲେ ।

ତେବେ ସେ ରବିବାର ଦିନ ୨:୩୦ ରେ ନିଜର ଟିୟୁସନ ପାଇଁ ଘରୁ ବାହାରି ଯାଇଥିଲେ ତେବେ ବର୍ଷା ଏବଂ ବନ୍ୟା ଯୋଗୁଁ ରାସ୍ତା ଘାଟରେ ପ୍ରବଳ ପାଣି ହୋଇ ଯାଇଥିଲା ଏବଂ ରାସ୍ତା ନଳା ଖାଲ କିଛି ଜଣା ପଡୁ ନଥିଲା ସବୁ ସମାନ ହୋଇଯାଇଥିଲା । ତେବେ ଜ୍ୟୋତି ପାଣି ରେ କିଛି ନଜାଣି ପାରି ତାଙ୍କ ଗୋଡ ଭୁଲ ରେ ସେହି ଡ୍ରେନ ଯାହା କି ଖୋଲା ଥିଲା ସେହିଥିରେ ପଡି ଯାଇଥିଲା ଏବଂ ପାଣି ର ସୁଅ ଏତେ ଥିଲା ଯେ ତାଙ୍କୁ ଭସାଇ କେଉଁ ଆଡେ ନେଇ ଯାଇଥିଲା ।

ତେବେ ଏହି ଖବର ପରେ ତାଙ୍କୁ ବହୁତ ଖୋଜାଖୋଜି କରା ଯାଇଥିଲା କିନ୍ତୁ ତଥାପି ତାଙ୍କୁ ପାଇ ନଥିଲେ ଏବଂ ଶେଷ ରେ ସୋମବାର ସକାଳେ ତାଙ୍କ ମୃ-ତ ଦେହ ମିଳି ଥିଲା । ତେବେ ଏହି ଖବର ଆସିବା ପରେ ସମସ୍ତେ ବହୁତ ଦୁଃଖ ଏବଂ ଶୋ-କ ରେ ଥିଲେ । ଜ୍ୟୋତି ଜଣେ ବହୁତ ଭଲ ଛାତ୍ର ଥିଲେ ମେଧାବୀ ଛାତ୍ର ଥିଲେ ତାଙ୍କ ଶିକ୍ଷକ ଏବଂ ସହପାଠୀ ମାନେ ମଧ୍ୟ ସମସ୍ତେ ତାଙ୍କ ବି-ୟୋ-ଗ ରେ ଶୋ-କ ପ୍ର-କା-ଶ କରିଥିଲେ ।

ତେବେ ଜ୍ୟୋତି ଓରଫ ରାଜା ଙ୍କୁ ତାଙ୍କ ସାନ ଭାଇ ବର୍ତ୍ତମାନ ଖୋଜୁଛି ଏବଂ ମିଡ଼ିଆ ଆଗରେ ମୋ ଭାଇ କାହିଁ ଏବଂ ସେ କାହିଁକି ଆସୁନି ବୋଲି ପ୍ରଶ୍ନ କରୁଛି । କେତେବେଳେ ନିଜ ଭାଇର ଫୋଟୋ କୁ ଦେଖାଉଛି ଏବଂ ସେ ଜ୍ୟାକେଟ, ଜୋତା ଏବଂ ନୂଆ ଡ୍ରେସ ପିନ୍ଧିଛି ବୋଲି ମଧ୍ୟ କହୁଛି ତ କେତେବେଳେ କଣ ପାଇଁ ସେ ଏହି ଫୋଟୋ ରୁ ବାହାରୁ ନାହିଁ ବୋଲି ପ୍ରଶ୍ନ କରୁଛି ।
ତାଛଡା କେତେବେଳେ କହୁଛି ମୋ ଭାଇ ଭା-ସି-ଗ-ଲା ତ କେତେବେଳେ ସେ ହଷ୍ଟେଲ ଯାଇଛି ବୋଲି କହୁଛି ।

ତେବେ ନିଜର କୁନି କୁନି ଓଠ ରେ ସେ ତା ଭାଇ କୁ ଡାକୁଛି ଏବଂ ତାକୁ ଯେତେବେଳେ ପ୍ରଶ୍ନ କରାଯାଉଛି କି ତୁମେ କଣ ତମ ଭାଇ କୁ ମନ ପକାଉଛ ତେବେ ସେ ଉତ୍ତର ରେ ହଁ ଭରୁଛି ଏବଂ କେତେବେଳେ ମୋ ଭାଇ ଆସିବ ବୋଲି ପ୍ରଶ୍ନ ମଧ୍ୟ କରୁଛି । ତେବେ ତା ଭାଇ ତାକୁ ପାଠ ପଢି ଭଲ ଚାକିରୀ କରିବ ବୋଲି କହିଥିଲା ଏବଂ ସେ ତା ଭାଇକୁ ଅପେକ୍ଷା କରି ରହିଛି । ତେବେ ତାକୁ କିଏ ବୁଝାଇବ ଯେ ତା ଭାଇ ଆଉ ଫେରିବ ନାହିଁ ବୋଲି ।

Leave a Reply

Your email address will not be published. Required fields are marked *