Ollywood ର ଲୋକପ୍ରିୟ ହିରୋଇନ Jyoti Mishra ଙ୍କ Family & Biography

ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଓଡିଆ ଅଭିନେତ୍ରୀ ମାନେ ନିଜ ଫିଲ୍ମ ଓ ନିଜ ଲାଇଫ ଷ୍ଟାଇଲ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ବନ୍ଧୁଗଣ ଏହି ଓଡିଆ ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ଜ୍ୟୋତି ମିଶ୍ର । ଆପଣ ମାନେ ସମସ୍ତେ ଜ୍ୟୋତିଙ୍କୁ ଅନେକ ସୁପର ହିଟ ଓଡିଆ ଫିଲ୍ମରେ ନିଶ୍ଚୟ ଦେଖିଥିବେ । ଜ୍ୟୋତି ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରି ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ବନ୍ଧୁଗଣ ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତା ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ଜ୍ୟୋତି ।

ତେବେ ଆଜି ଆମେ ଆପଣ ମାନଙ୍କୁ ଜ୍ୟୋତିଙ୍କ ଜୀବନୀ ଓ ତାଙ୍କ ଅଭିନୟ କାରିୟର ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ଜ୍ୟୋତିଙ୍କ ଜନ୍ମ ୨୨ ଫେବୃୟାରିରେ ହୋଇଥିଲା ସେ ଏବେ ଭୁବନେଶ୍ଵରରେ ରହୁଛନ୍ତି । ପିଲା ଦିନରୁ ଜ୍ୟୋତିଙ୍କର ପାଠ ପଢା ସହ ଅଭିନୟରେ ବହୁତ ରୁଚି ଥିଲା ।

ସେ ନିଜ ଅଭିନୟ କାରିୟରର ଆରମ୍ଭ ୧୯୯୮ ମସିହାରୁ କରିଥିଲେ । ପ୍ରଥମେ ସେ ଓଡିଆ ଆଲବମରେ କାମ କରିଥିଲେ । ଏହା ପରେ ସେ ଶୋଭାଗ୍ୟବତୀ କଥାଚିତ୍ରରୁ ନିଜ ଫିଲ୍ମ କାରିୟରର ଆରମ୍ଭ କରିଥିଲେ । ବନ୍ଧୁଗଣ ଏହା ପରେ ସେ ତୋ ଆଖି ମୋ ଆଇନା, ତୁ ଏକା ଆମ ସାହା ଭରସା,ମାତୃଶକ୍ତି, ସିନ୍ଦୁର ନୁହେଁ ଖେଳ ଘର ଓ ମନ ରହିଗଲା ତୁମରି ଠାରେ ଆଦି ଅନେକ ସୁପର ହିଟ ଫିଲ୍ମରେ କାମ କରିଥିଲେ ।

ସେ ଓଡିଆ ଇଣ୍ଡଷ୍ଟ୍ରିରେ ୧୫ରୁ ଉର୍ଦ୍ଧ ଫିଲ୍ମରେ ଅଭିନୟ କରିଛନ୍ତି । ଜ୍ୟୋତି ମିଶ୍ର ଓଡିଆ, ବେଙ୍ଗୋଲି, ତେଲୁଗୁ ଓ ଛତିଶଗଡ ଫିଲ୍ମରେ ଅଭିନୟ କରିଛନ୍ତି । ତେବେ ବନ୍ଧୁଗଣ ଏବେ ଜ୍ୟୋତି ନିଜ ସ୍ଵାମୀ ଓ ନିଜ ପୁଅ ସହ ବହୁତ ଖୁସିରେ ଜୀବନ ଅତିବାହିତ କରୁଛନ୍ତି । ଆପଣ ମାନଙ୍କୁ ଜ୍ୟୋତି ମିଶ୍ର କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *