ଧୀରେ ଧୀରେ Raimohan ଙ୍କ ମୃତ୍ୟୁ ଉପରୁ ଉଠୁଛି ପରଦା, ରହିଛି ଏହି ଯୁବକଙ୍କ ବଡ ଭୂମିକା…

ବନ୍ଧୁଗଣ, ସୂଚନା ଅନୁଯାୟୀ ରାଇମୋହନ ଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ଉଠିବାରେ ଲାଗିଛି । ମୃତ୍ୟୁ ର କାରଣ ଅସ୍ପଷ୍ଟ ଥିବାବେଳେ ଗୋଟିଏ ପରେ ଗୋଟିଏ ଆଶ୍ଚର୍ଯ୍ୟ କରିଲା ଭଳି ତଥ୍ୟ ସାମ୍ନା କୁ ଆସୁଛି । ରାଇମୋହନ ଙ୍କ ମୃତ୍ୟୁ କୁ ୪ ଦିନ ବିତିଯାଇଥିବା ବେଳେ, ପୋଲିସ ର ୪ ଜଣିଆ ଟିମ ଅହରହ ତଦନ୍ତ କରୁଛନ୍ତି । ପୋଲିସ ପରିବାର ସଦସ୍ୟ ଙ୍କ ସମେତ ଏ ପର୍ଯ୍ୟନ୍ତ ୧୨ ଜଣଙ୍କୁ ନିଜର ତଦନ୍ତ ଘେରରେ ନେଇଛି । ଏତିକି ତଦନ୍ତ ସମୟରେ ପୋଲିସ ବିଭିନ୍ନ ଆଶ୍ଚର୍ଯ୍ୟ କରିବା ଭଳି ତଥ୍ୟ ପାଇଛି ।

ପୋଲିସ ସୂଚନାରୁ ଯାହା ଜଣା ପଡିଛି ଯେ ରାଇମୋହନ ଙ୍କ ମୃ-ତ୍ୟୁ ଘଟଣାରେ ଜଣେ ଯୁବକ ଙ୍କ ଭୂମିକା ଥିବା ଜଣା ପଡିଛି । ପୋଲିସ ଯୁବକଙ୍କ ଭୂମିକା କୁ ନେଇ ସନ୍ଦେହ କରୁଛି । ରାଇମୋହନ ଙ୍କ ଉଦୟପୁର ଘର ପାଖରେ ରହୁଥିବା ଯୁବକ ଜଣକ ହେଉଛନ୍ତି ନିଶାଖୋର । ସେ କୌଣସି ମତେ ତାଙ୍କ ପରିବାରର ନିକଟତର ହେବାକୁ ଚେଷ୍ଟା କରୁଥିଲେ ।

ସେହିବ ଯୁବକ ଙ୍କର ରାଇମୋହନ ଙ୍କୁ ଛାଡିଦେଲେ ସଂପୂର୍ଣ୍ଣ ପରିବାର ସହିତ ଭଲ ସମ୍ପର୍କ ଥିଲା ।  ମାତ୍ର ଏହାକୁ ସହ୍ୟ କରିପାରୁନଥିଲେ ରାଇମୋହନ । ଦିନକୁ ଦିନ ଯୁବକଙ୍କର କାରନାମା ବଢିବାକୁ ଲାଗିଥିଲା । ଏଥିରେ ଅତିଷ୍ଠ ହୋଇ ରାଇମୋହନ ପୋଲିସ ର ଅଭିଯୋଗ କରିଥିଲେ ।

ଏ ନେଇ ପୋଲିସ ର ଏକ ଟିମ ଘଟଣା ର ପୂର୍ବ ଦିନ ଯୁବକଙ୍କର ଘରକୁ ଯାଇ ତାଗିତ କରି ଫେରିଥିଲେ । ଏହାପରେ ରାଇମୋହନ ଙ୍କ ଘରେ କଳହ ଆରମ୍ଭ ହୋଇଥାଇପାରେ ବୋଲି ପୋଲିସ ସୂଚନା ଦେଇଅଛି । ଯେଉଁଥିରୁ ଜଣା ପଡୁଛି ଯେ ଯୁବକ ଙ୍କ ସାଙ୍ଗରେ କଳହ ହେବା ପରେ ରାଇମୋହନ ଏଭଳି ଚରମ ନିଷ୍ପତ୍ତି ନେଇଛନ୍ତି । ତେବେ ରାଇମୋହନ ଙ୍କ ପରିବାର ଲୋକେ ଏହା ଏକ ସୁପରିକଳ୍ପିତ ହ-ତ୍ୟା ବୋଲି ଅଭିଯୋଗ କରିଛନ୍ତି ।

ତେବେ ଏହି ଦିଗକୁ ନେଇ ମଧ୍ୟ ପୋଲିସ ତଦନ୍ତ କରୁଛି । ମୃ-ତ୍ୟୁ ପରେ ଘରର କବାଟ ଖୋଲା ଥିବା କାରଣରୁ ପୁତୁରା ଙ୍କୁ ଆଉଥରେ ପୋଲିସ ଜେରା କରିଛି । ରାଇମୋହନ ଙ୍କ ର କେହି ଶତ୍ରୁ ଥିଲେ କି ? ଏହା ବର୍ତମାନ ସ୍ପଷ୍ଟ ହୋଇନାହିଁ । ତେବେ ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *