ଯୁବକଙ୍କ ଚମତ୍କାର ଉଦ୍ଭାବନ ! ବୋରୱେଲରେ ଆଉ ଯିବନି ପିଲାଙ୍କ ଜୀବନ, ପିଲା ବୋରୱେଲ ଫସିଗଲେ ଏମିତି ଉଦ୍ଧାର କରିବ ରୋବଟ

ବନ୍ଧୁଗଣ, ସାଧାରଣତଃ ଏହି ମେସିନ କୁ ଭଲ ଭାବରେ ଦେଖିଲେ ଆପଣ ମାନେ ଭବିବେ ଯେ ଏହା ମଶାମରା ମେସିନ ନଚେତ ଅନ୍ୟ କିଛି ହୋଇଥିବ । କିନ୍ତୁ ଏହି ମେସିନ ଯେ ଜଣଙ୍କର ଜୀବନ ବଞ୍ଚାଇ ପାରିବ ତାହା ଆପଣ କଳ୍ପନା ମଧ୍ୟ କରିପାରୁନଥିବେ । ଏହା ଏମିତି ସେମିତି ମେସିନ ନୁହେଁ ଏହା ରୋବଟିକ ବୋରୱେଲ ମେସିନ ଅଟେ । ଏହା ଗାତରେ ପଡିଥିବା ମଣିଷ ଙ୍କର ବଞ୍ଚାଇଦେବ ଜୀବନ ।

ତେବେ ଏହାକୁ ଯୁବ ଇଞ୍ଜିନିୟର ଶିଶ୍ର ମଲ୍ଲିକ, ଲିଙ୍ଗରାଜ ପ୍ରଧାନ ଏବଂ ବିରେନ କୁମାର ପ୍ରଧାନ ଏହି ମେସିନ କୁ ବନାଇଛନ୍ତି । ଏହି 3 ଜଣ ପେଶାରେ ଇଞ୍ଜିନିୟର ଅଟନ୍ତି । ଛତିଶଗଡ ଜଗଦଲପୁର ସ୍ଥିତ ଏକ ଘରୋଇ କମ୍ପାନୀରେ ଏମାନେ କାର୍ଯ୍ୟରତ ଅଛନ୍ତି । କିନ୍ତୁ ବର୍ତ୍ତମାନ ଏମାନଙ୍କୁ ନେଇ ସଂପୂର୍ଣ୍ଣ ରାଜ୍ୟରେ ଜୋର ଧରିଲାଣି ଚର୍ଚ୍ଚା ।

କାରଣ ପୂର୍ବରୁ ଶିଶିର ମଲ୍ଲିକ ଗୋଟିଏ ପରେ ଗୋଟିଏ ପ୍ରକଳ୍ପ କରି ଚର୍ଚ୍ଚାରେ ଥିଲେ । ମାତ୍ର ବର୍ତ୍ତମାନ 3 ବନ୍ଧୁ ମିଶି ରୋବୋଟିକ ବୋରୱେଲ ପ୍ରକଳ୍ପ ନିର୍ମାଣ କରିଛନ୍ତି । ଏହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ବଢୁଛି । ଶିଶିର କହିଛନ୍ତି ଯେ ଦେଶର ପ୍ରତ୍ୟକ ରାଜ୍ୟର କିଛି ନା କିଛି ଏହିଭଳି ନ୍ୟୁଜ ଦେଖୁଛନ୍ତି ଯେ ବହୁତ ଛୋଟ ଛୋଟ ପିଲାମାନେ ବୋରୱେଲରେ ପଡିଯାଉଛନ୍ତି ।

ଏହା ଫଳରେ ଆପଣ ମାନେ ଦେଖୁଥିବେ ଯେ ବୋରୱେଲ ଖୋଳିଲା ପରେ ସେମାନେ ହୋଲ କୁ ରିକଭର ନ କରି ଛାଡି ଦେଉଛନ୍ତି । ଏହା ଫଳରେ ଛୋଟ ଛୁଆ ମାନେ ପଡିଯାଉଛନ୍ତି । ସେମାନଙ୍କୁ ଏହି ଗାତରୁ ଉଦ୍ଧାର କରିବାକୁ ବହୁତ ସମୟ ଲାଗୁଛି ଆଉ ବହୁତ ଅର୍ଥ ମଧ୍ୟ ହାନି ହେଉଛି । ଏହା ଫଳରେ ବହୁତ କ୍ଷେତ୍ରରେ ଶିଶୁ ମାନଙ୍କର ଜୀବନ ମଧ୍ୟ ଚାଲି ଯାଉଛି ।

ମଝିରେ ତନ୍ମୟ ନାମକ ଶିଶୁ 48 ଘଣ୍ଟା ସଂଘର୍ଷ କରି ଜୀବନ ହାରିଥିଲା । ଏହିସବୁକୁ ଆଖି ଆଗରେ ରଖି ଏତେ ଛୋଟ ହଲ ଭିତରକୁ ଯାଇ କିଭଳି ରେସକ୍ୟୁ କରିପାରିବେ ? ଏହାପରେ ସେ ଏହି ରୋବୋର୍ଟ ବନାଇଥିଲେ ଯାହାର ନାମ ରଖିଥିଲେ ବୋରୱେଲ ରେସକ୍ୟୁ ରୋବୋର୍ଟ । ଏହା 200 ଫୁଟ ଭିତରକୁ ଯାଇ ମଧ୍ୟ କାର୍ଯ୍ୟ କରିପାରିବ । ତେବେ ଏହି ପ୍ରକଳ୍ପ ଦ୍ଵାରା ଅତି କମ ସମୟ ମଧ୍ୟରେ ଗାତରେ ଖସିପଡିଥିବା ଛୋଟ ଛୋଟ ପିଲାଙ୍କୁ ଉଦ୍ଧାର କରାଯାଇପାରିବ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *