‘ପ୍ଲିଜ ମୋତେ ବଞ୍ଚାଇ ଦିଅ, 5 ଜଣ ମିଶି ବଡ଼ ଘାଟିରୁ ମୋ…’ ମୃତ୍ୟୁ ପୂର୍ବରୁ ଯୁବକଙ୍କ ହୃଦୟ ବିଦାରକ ଶେଷ ମେସେଜ୍‌…ଦେଖନ୍ତୁ…

ବନ୍ଧୁଗଣ ବର୍ତ୍ତମାନ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ଓ ଇଣ୍ଟର୍ନେଟ ସହ ଯୋଡି ହୋଇ ରହୁଛନ୍ତି । ତେବେ ଏହି ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟଣା ଓ ଖବର ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଲୋକମାନେ ଯେକୌଣସି ସ୍ଥାନରେ ରହି ଏହି ସବୁ ଘଟଣା ଓ ଖବର ବିଷୟରେ ଅତି ସହଜରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଖବର ବହୁତ ମାତ୍ରାରେ ଭାଇରାଲ ହେଉଛି ।

ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଖବର ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଖବରଟି ଏବେ ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ବ୍ରହ୍ମପୁର ଖଳିକୋଟର ଟ୍ରକ ମାଲିକ ଜିତେନ୍ଦ୍ର ବ୍ରହ୍ମପୁରରୁ ଫେରିବା ସମୟରେ ଦୁର୍ବୁତ୍ତ ମାନେ ତାଙ୍କୁ ଘେରି ଗଲେ ।

ତାଙ୍କ ଠାରୁ ଟଙ୍କା ପଇସା ନେଇଗଲେ ଜିତେନ୍ଦ୍ର ଆଗରେ ଦୌଡିବାକୁ ଲାଗିଲେ ଓ ପଛରେ ଦୁର୍ବୁତ୍ତ ମାନେ । ବନ୍ଧୁଗଣ ଜିତେନ୍ଦ୍ର ନିଜ ଜୀବନ ବଞ୍ଚାଇବା ପାଇଁ ବହୁତ ଚେଷ୍ଟା କରିଲେ । ସାଙ୍ଗ ମାନଙ୍କୁ ୱ୍ହାଟସପ୍ ରେ ମେସେଜ ମଧ୍ୟ କଲେ । ସାଙ୍ଗ ମାନଙ୍କ ମଧ୍ୟରୁ କେହି ବି ଜଣେ ଯଦି ପୋଲିସକୁ ଜଣାଇ ଥାନ୍ତେ ତା ହେଲେ ହୁଏ ତ ଜିତେନ୍ଦ୍ରଙ୍କ ଜୀବନ ବଞ୍ଚି ଯାଇଥାନ୍ତା । ଜୀବନ ମୃତ୍ୟୁର ଲଢେଇରେ ଜଙ୍ଗଲରେ ଚାଲିଗଲା ଜିତେନ୍ଦ୍ରଙ୍କ ଜୀବନ ।

ଜିତେନ୍ଦ୍ରଙ୍କୁ ହତୟା କରି ଟ୍ରେନ ଲାଇନରେ ଫିଙ୍ଗି ଦେଲେ ଦୁର୍ବୁତ୍ତ । ଟ୍ରେନ ଲାଇନରେ ଜିତେନ୍ଦ୍ରଙ୍କ ମୃତ ଦେହ ଖଣ୍ଡ ବିଖଣ୍ଡିତ ହୋଇଗଲା ଯାହାର ଦୃଶ୍ୟ ଆମେ ଆପଣ ମାନଙ୍କୁ ଦେଖାଇ ପାରିବୁ ନାହିଁ । ଏବେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଜିତେନ୍ଦ୍ର ମେସେଜରେ ଲେଖିଥିଲେ-‘ପ୍ଳିଜ ମୋତେ ବଞ୍ଚାଇ ଦିଅ । ୫ ଜଣ ମିଶି ମୋ ଠାରୁ ବଡ ଘାଟିରେ ପଇସା ନେଇଗଲେ, ମୋତେ ବାଡେଇଲେ’ ।

ଆଗକୁ ସେ ଲେଖିଛନ୍ତି-‘ମୁଁ ଏବେ ଟ୍ରେନ ପଟେ ଘାଟି ଜଙ୍ଗଲରେ ଲୁଚିଛି । ମୋ ଠାରୁ ୧୭ ହଜାର ଟଙ୍କା ନେଇଗଲେ । ତେନ୍ତୁଳିଆପଡାର କେଉଟ ସାହିର ୨ଟି ପିଲା, ଆଉ ତିନି ଜଣଙ୍କୁ ମୁ ଚିହ୍ନି ନାହିଁ । ଆରେ କିଏ ଟିକେ ପୋଲିସକୁ ଖବର ଦିଅ । ମୋତେ ସେମାନେ ମାରିଦେବେ’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *