J. R. D. Tata ଦିନେ ଭାଙ୍ଗି ଦେଇଥିଲେ Dilip Kumar ଙ୍କ ଗର୍ବ, ଶିଖେଇ ଦେଇଥିଲେ ସଚ୍ଚୋଟ ପଣିଆ

ନମସ୍କାର ବନ୍ଧୁଗଣ ଏହି କରୋନା କାଳ ରେ ସମସ୍ତ ଙ୍କ ପାଇଁ ବହୁତ ଦୁଃଖଦ ସମୟ ଦେଖାଇଛି । ପ୍ରତିଦିନ କୌଣସି ନା କୌଣସି ମର୍ମାହତ ଖବର ଶୁଣିବାକୁ ମିଳୁଛି ତେବେ ବଲିଉଡ ର ଅନେକ କଳାକାରମାନେ ମଧ୍ୟ ଏହି ସମୟରେ ପରଲୋକ କୁ ଗମନ କରିଛନ୍ତି ।

ତେବେ ଆଜି ସକାଳେ ଏକ ଖବର ସମ୍ପୂର୍ଣ୍ଣ ବଲିଉଡ କୁ ଅନ୍ଧକାର କରି ଦେଇଛି । ବଲିଉଡ ର ଦିଗଜ କଳାକାର ଯାହାଙ୍କୁ ‘ଟ୍ରେଜେଡି କିଙ୍ଗ’ ଦିଲ୍ଲୀପ କୁମାର ଙ୍କ ମୃତ୍ୟୁ ଘଟିଛି । ସେ ଅନେକ ଦିନ ରୁ ଅସୁସ୍ଥ ଥିଲେ ଏବଂ ସେ କିଛି ଦିନ ହେବ ହସ୍ପିଟାଲରେ ଆଡ଼ମିଟ ହୋଇଥିଲେ କିନ୍ତୁ ସେ କାଲି ୯୮ ବର୍ଷ ବୟସରେ ସେ ଏହି ଦୁନିଆ ରୁ ସବୁଦିନ ପାଇଁ ଚାଲିଗଲେ । ଏହା ବଲିଉଡ ପାଇଁ ଏକ ଅପୁରଣୀୟ କ୍ଷତି ଅଟେ ।

ଦିଲ୍ଲୀପ କୁମାର ଙ୍କ ପ୍ରଥମ ସିନେମା ହେଉଛି ‘ଜ୍ଵାର ଭଟ୍ଟା’ ଏହା ପରେ ସେ ଅନେକ ସିନେମା କରିଛନ୍ତି ଯେପରି ମୁଗଲେ ଆଜମ, ଅନ୍ଦାଜ, ରାମ ଔର ଶ୍ୟାମ, କର୍ମା, ସୌଦାଗର, କ୍ରାନ୍ତି, ଦେବଦାସ ଆଦି ଅନେକ ହିଟ ସିନେମା ସେ ବଲିଉଡ କୁ ପ୍ରଦାନ କରିଛନ୍ତି । ତେବେ ସେ ବେଷ୍ଟ ଆକ୍ଟର, ଲାଇଫ ଟାଇମ ଆଚିଭମେଣ୍ଟ, କିଶୋର କୁମାର ସମ୍ମାନ ଆଦି ପୁରସ୍କାର ରେ ପୁରସ୍କୃତ ହୋଇଛନ୍ତି ।

ଦିଲ୍ଲୀପ କୁମାର ଙ୍କ ନି-ଧ-ନ ରେ ସମସ୍ତେ ବହୁତ ମ-ର୍ମା-ହ-ତ ହୋଇ ପଡିଛନ୍ତି ଏବଂ ତାଙ୍କୁ ଶ୍ରଦ୍ଧାଞ୍ଜଳି ମଧ୍ୟ ଦେଉଛନ୍ତି । ତେବେ ଦିଲ୍ଲୀପ କୁମାର ନିଜ ବାୟୋଗ୍ରାଫି ରେ କିଛି ମଜା କଥା ଲେଖିଥିଲେ ତେବେ ତା ଭିତରେ ଜେ ଆର ଡ଼ି ଟାଟା ଙ୍କ ସହ ଏକ ମଜା କଥା ବିଷୟରେ ସେ ବର୍ଣ୍ଣନା କରିଛନ୍ତି ଆସନ୍ତୁ ଜାଣିନେବା ।

ସେ ନିଜ ବାୟୋଗ୍ରାଫି ରେ ଲେଖିଥିଲେ କି ଯେତେବେଳେ ସେ ନିଜ କ୍ୟାରିଅର ର ସବୁଠାରୁ ଉଚ୍ଚ ରେ ଥିଲେ ସେତେବେଳେ ସେ ଏୟାର ଇଣ୍ଡିଆ ରେ ଯାଇଥିଲେ । ତାଙ୍କ ପାଖରେ ଏକ ସାଧାରଣ ପୋଷାକ ପିନ୍ଧିଥିବା ଜଣେ ବୟସ୍କ ବ୍ୟକ୍ତି ବସିଥିଲେ । ଅନେକ ଲୋକ ଦିଲ୍ଲୀପ ଙ୍କ ପାଖକୁ ଦେଖା କରିବା ପାଇଁ ଆସୁଥିଲେ କିନ୍ତୁ ସେହି ଲୋକର କିଛି ବି ଫରକ ପଡୁ ନଥିଲା ଏବଂ ସେ ଆରାମ ରେ ନ୍ୟୁଜ ପେପର ପଢୁଥିଲେ ।

ତେବେ ଯେତେବେଳେ ଜଣେ ଚା ଆସି ଯାଚିଲେ ସେତେବେଳେ ମୁଁ ତାଙ୍କ ଆଡ଼କୁ ଅନାଇ ହସିଦେଲି ଏବଂ ସେ ମଧ୍ୟ ହସିଲେ ଏହା ପର ଠାରୁ ଆମ ଭିତରେ କଥାବାର୍ତ୍ତା ଆରମ୍ଭ ହେଲା ।
ତେବେ ତାଙ୍କୁ ସିନେମା ଦେଖନ୍ତି କି ନାହିଁ ପଚାରିବାରୁ ସେ ହଁ କରିଥିଲେ କିନ୍ତୁ ବହୁତ କମ ଦେଖେ ବୋଲି କହିଥିଲେ । ତେବେ ମୁଁ ଜଣେ ଅଭିନେତା ଏବଂ ସିନେମା ରେ କାମ କରେ କହିବାରୁ ସେ ବହୁତ ଭଲ କଥା ବୋଲି କହିଥିଲେ ।

ତେବେ ଶେଷ ରେ ସେଠାରୁ ଯିବା ପୂର୍ବରୁ ମୁଁ ତାଙ୍କ ସହ ହାତ ମିଶାଇ କହିଲି ମୁଁ ଦିଲ୍ଲୀପ କୁମାର ଏବଂ ସେ ମଧ୍ୟ ହାତ ମିଶାଇ କହିଲେ ଆପଣଙ୍କ ସହ ଭେଟି ମୋତେ ବହୁତ ଭଲ ଲାଗିଲା ମୁଁ ଜେଆର ଡ଼ି ଟାଟା ।

ତେବେ ଦିଲ୍ଲୀପ କୁମାର ଏହା ଲେଖିଛନ୍ତି କି ସର୍ଵଦା ନମ୍ର ଏବଂ ଶାନ୍ତ ରହିବା ଆବଶ୍ୟକ ଆପଣ ଯେତେ ବଡ଼ ଆପଣଙ୍କ ଠାରୁ ଆଉ କିଏ ଅଧିକ ବଡ଼ ମଧ୍ୟ ଥାଇ ପାରେ ତେଣୁ ସର୍ଵଦା ସରଳ ଏବଂ ବିନମ୍ର ରୁହନ୍ତୁ । ଦିଲ୍ଲୀପ କୁମାର ନିଜ ବାୟୋଗ୍ରାଫି ରେ ଏଭଳି ଅନେକ ମଜା କଥା ଗୁଡିକ ଲେଖିଛନ୍ତି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *