ଯୌତୁକ ରେ ବର ମାଗିଲା ମହଙ୍ଗା କାର ତ ଝିଅ କଲା କିଛି ଏମିତି, ଦେଖିକି କାନ୍ଦିବାକୁ ଲାଗିଲା ବର, ସମସ୍ତେ ହେଇଗଲେ ଆଶ୍ଚର୍ଯ୍ୟ

ବିବାହ ଏକ ଏମିତି ବନ୍ଧନ ଯେଉଁଥିରେ ଦୁଇଟି ଆତ୍ମା ସହ ଦୁଇଟି ପରିବାରର ମିଳନ ମଧ୍ୟ ହୋଇଥାଏ । ହେଲେ ବର୍ତ୍ତମାନ ଏହି ବିବାହ ସମ୍ବନ୍ଧିତ ଅନେକ ମାମଲା ସାମ୍ନାକୁ ଆସୁଛି । ଏହି ସବୁ ମାମଲା ବିଷୟରେ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ବନ୍ଧୁଗଣ ଏହି ସବୁ ମାମଲା ଗୁଡିକ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଆଜି ଆମେ ଆପଣ ମାନଙ୍କୁ ଏହିପରି ଏକ ମାମଲା ବିଷୟରେ କହିବାକୁ ଯାଉଛୁ । ଯାହା ବିଷୟରେ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ହିନ୍ଦୁ ଧର୍ମରେ ଯୌତୁକ ପ୍ରଥା ବହୁତ ବର୍ଷ ପୂର୍ବରୁ ଚାଲି ଆସୁଛି । ଏହିପରି ଏକ ବିବାହ ହୋଇଥିଲା ପ୍ରିୟା ଓ ସୂରଜଙ୍କ ମଧ୍ୟରେ । ପ୍ରିୟା ଓ ସୂରଜଙ୍କ ବିବାହ ପୂର୍ବରୁ ତାଙ୍କ ପରିବାର ଲୋକ ପରସ୍ପର ମଧ୍ୟରେ ବହୁତ ଆଲୋଚନା କରିଥିଲେ । ସୁରଜ ଯୌତୁକରେ ଏକ ମହଙ୍ଗା କାର ମାଗିଥିଲା । ଝିଅଘର ପୁଅଘରର ନିଷ୍ପତ୍ତିକୁ ମାନିଥିଲେ ଓ ଏହି ବିବାହ ବହୁତ ଭଲ ଭାବରେ ହୋଇଥିଲା ।

ବିବାହ ହେବାର ପରଦିନ ନୂଆ ଗାଡି ଆସି ପୁଅ ଘରେ ପହଞ୍ଚିଥିଲା । ଗାଡିକୁ ଦେଖି ସୂରଜ ବହୁତ ଅଧିକ ଖୁସି ହୋଇଯାଇଥିଲା । ଏହା ପରେ ସୂରଜ ନିଜ ପତ୍ନୀକୁ ବସାଇ ଏକ ଲଙ୍ଗ ଡ୍ରାଇଭ ପାଇଁ ବାହାରିଥିଲା । ଲଙ୍ଗ ଡ୍ରାଇଭରେ ସୁରଜ ବହୁତ ଦ୍ରୁତ ଗତିରେ ଗାଡି ଚଲାଉ ଥିଲା । ସେହି ସମୟରେ ପ୍ରିୟା ସୂରଜକୁ ଗାଡି ଧୀରେ ଚଲାଇବା ପାଇଁ ବାଧ୍ୟ କରୁଥିଲା ।


ପ୍ରିୟାର ଉତ୍ତର ଦେଇ ସୂରଜ କହିଥିଲା ଯେ, ‘ମୁ ସବୁବେଳେ ମୋର ସାଙ୍ଗ ମାନଙ୍କର ଗାଡି ଚଲାଉଥିଲି, ହେଲେ ତମ ବାପାଙ୍କୁ ମାଗିବା ଦ୍ଵାରା ମତେ ଏହି ନୂଆ ଗାଡି ମିଳିଛି । ମୁ ଆଜି ବହୁତ ଖୁସି ଅଛି’ । ସେହି ସମୟରେ ସୂରଜର ଧ୍ୟାନ ବିଚଳିତ ହୋଇଥିଲା, ଯାହା ଫଳରେ ସୂରଜର ଗାଡି ସାମ୍ନାରେ ଜଣେ ଦରିଦ୍ର ଭିକାରି ଲୋକ ଆସିଯାଇଥିଲା । ହେଲେ ସୂରଜ ବ୍ରେକ ମାରି ଗାଡିକୁ ରଖି ଦେଇଥିଲା । ଗାଡି ରଖିବା ପରେ ସୂରଜ ବହୁତ ଖରାପ ଭାଷା କହି ସେହି ଭିକାରିକୁ ବେଜତ କରୁଥିଲା ।

ସେହି ସମୟରେ ପ୍ରିୟା ଗାଡିରୁ ବାହାରି ଭିକାରି ପାଖକୁ ଯାଇ କହିଥିଲା ଯେ, ବାବା ଆମକୁ କ୍ଷମା କରିବେ ଆମର ନୂଆ ନୂଆ ବିବାହ ହୋଇଛି’ । ଏହା ପରେ ପ୍ରିୟା ସେହି ଭିକାରିକୁ ବିବାହର ମିଠା ସହ ୧୦୦ ଟଙ୍କା ଦେଇଥିଲା । ସେହି ସମୟରେ ସୂରଜ ଆସି ପ୍ରିୟାକୁ କହିଲା, ‘ତୁମ ପରିକା ଲୋକମାନେ ଏହି ଭିକାରି ମାନଙ୍କୁ ମୁଣ୍ଡ ଉପରେ ଚଢାଇ ରଖନ୍ତି’ ।

ଏହା ଶୁଣି ପ୍ରିୟା ସୂରଜକୁ କହିଲା ‘ଏହି ଭିକାରି ମାନେ ନିଜ କଷ୍ଟରେ ଭିକ ମାଗି ଜୀବିକା ନିର୍ବାହ କରନ୍ତି କିନ୍ତୁ ମୋ ବାପା ମତେ ଛୋଟରୁ ବଡ କରିଲେ ଓ ତମ ପରିବାରର ସମସ୍ତ ଡିମାଣ୍ଡ ପୂରଣ କରିଲେ ଓ ମତେ ତମକୁ ଘରକୁ ଦେଲେ କାରଣ ମୁ ତମ ଘରକୁ ସମ୍ଭାଳିବି ଏବଂ ତମ ବଂଶକୁ ବଢାଇବି । ବର୍ତ୍ତମାନ ତମେ କୁହ ଭିକାରି ତମେ ନା ଏହି ଗରିବ ଲୋକ’ । ଏହା ଶୁଣିବା ପରେ ସୂରଜ ର ପାଟି ଚୁପ ହୋଇଯାଇଥିଲା । କଣ କହିବ ସେ କିଛି ବୁଝିପାରିଲା ନାହିଁ, ଶେଷରେ ରାସ୍ତା ମଝିରେ ସେ କାନ୍ଦିବାକୁ ଲାଗିଥିଲା ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *