Cuttack Jobra ବ୍ୟାରେଜ ରେ ଠାବ ହେଲା ହାତୀର ମୃତ ଦେହ, ଦେଖନ୍ତୁ Exclusive Video

ବନ୍ଧୁଗଣ, ବର୍ତ୍ତମାନ ସୁଦ୍ଧା କୌଣସି ପ୍ରକାରର ସୂଚନା ମିଳି ନାହିଁ ଯେ ହାତୀଟିକୁ କିଭଳି ଭାବରେ ଉଦ୍ଧାର କରାଯିବ ? ମୁଣ୍ଡୁଳି ରେ ଯେତେବେଳେ ହାତୀ ଟି ଚାଲୁଥିଲା ସେହି ସମୟରେ ମଧ୍ୟ ଉ-ଦ୍ଧା-ର ପ୍ରକ୍ରିୟା ବହୁତ ବିଳମ୍ବ ହୋଇଥିଲା । କେଉଁ ଭଳି ଭାବରେ ଉଦ୍ଧାର କରାଯିବ ସେ ନେଇ କୌଣସି ପ୍ରୋସେସ ଷ୍ଟାର୍ଟ ହୋଇ ପାରି ନଥିଲା । ରେସକ୍ୟୁ ଅପରେସନ ମଧ୍ୟ ପାଖାପାଖି ୫ ରୁ ୬ ଘଣ୍ଟା ପରେ ଆରମ୍ଭ ହୋଇଥିଲା ।

ମାତ୍ର ବର୍ତ୍ତମାନ ହାତୀଟିର ଜୀବନ ନାହିଁ । ବର୍ତ୍ତମାନ ତାହା ଯୋବ୍ରା ବ୍ୟାରେଜ ପାଖରେ ଲାଗି ରହିଅଛି । ଯେଉଁ ୨୪ ନମ୍ବର ଗେଟ ଅଛି ସେହିଠାରେ ହିଁ ଲାଗି ରହିଅଛି । ଏଠାରେ ପ୍ରବଳ ବର୍ଷା ମଧ୍ୟ ହେଉଅଛି, ଯଦି ମହାନଦୀ ରେ ଜଳ ର ସ୍ରୋତ ଦେଖିବା ତେବେ ତାହା ମଧ୍ୟ ବହୁତ ଜୋରସେ ରହିଅଛି । ଏଣୁ ନିଶ୍ଚିତ ଭାବରେ ଏହା ଏକ କଷ୍ଟସାଧ୍ୟ କାର୍ଯ୍ୟ ଅଟେ । କେଉଁଭଳି ଭାବରେ ବର୍ତ୍ତମାନ ହାତୀଟିକୁ ଉଦ୍ଧାର କରାଯିବ ଯଦିଓ ହାତୀଟିକୁ ବଞ୍ଚାଇବା ବେଳେ ସକ୍ଷମ ହୋଇ ପାରି ନାହାନ୍ତି ।

ଯେଉଁଦିନ ହାତୀ ଟି ଚଳ ପ୍ରଚଳ ସଠିକ ଭାବରେ କରୁଥିଲା ସେଦିନ ରେସକ୍ୟୁ ଅପରେସନ ମଧ୍ୟ ସଠିକ ଭାବରେ କରାଯାଇନଥିଲା । ମାତ୍ର ବର୍ତ୍ତମାନ ହାତୀ ଶରୀର କୁ କେଉଁ ଭଳି ଭାବରେ ନଦୀ ଭିତରୁ ବାହାର କରାଯିବ ତାହା ବର୍ତ୍ତମାନ ଗୋଟିଏ ବଡ ଚ୍ୟାଲେଞ୍ଜିଙ୍ଗ ବିଷୟ ଅଟେ । ହାତୀ କୁ ଘଉଡାଇବା ପାଇଁ ନିଆଁ ମଧ୍ୟ ଲଗାଯାଇଥିଲା ମାତ୍ର ସ୍ଥାନୀୟ ଲୋକ ମାନେ ସୂଚନା ଦେଇଥିଲେ ଯେ ହାତୀ ଟି ବୁ-ଡି ଯାଇଅଛି ।

ମାତ୍ର ଏହି ସମ୍ବନ୍ଧରେ କତୃପକ୍ଷ କିଛି କହି ନଥିଲେ । ସୂଚନା ଅନୁଯାୟୀ ମୁଣ୍ଡଳିରୁ ଯେତେବେଳେ ପାଣି ଆସେ ସେତେବେଳେ ଗୋଟିଏ ପଟେ ମହାନଦୀ ଏବଂ କାଠଯୋଡି କୁ ଡାଇଭର୍ଟ ହୁଏ । ଗୋଟିଏ ପଟେ ନାରାଜ ରହିଅଛି ଏବଂ ଅନ୍ୟପଟେ ରହିଅଛି କାଠଯୋଡି ।

୨୪ ଘଣ୍ଟା ପରେ ହାତୀ ଟି ମ-ରି-ଯା-ଇଥିଲେ ତାହା ନିଶ୍ଚିତ ରୁପେ ଭାସିବ ଏବଂ ବର୍ତ୍ତମାନ ସେହି ହାତୀଟି ଭାସି ଲାଗିଅଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ କରାଯାଇନାହିଁ । ବନ୍ଧୁଗଣ ହାତୀ କୁ ଘଉଡାଇ ବାକୁ ଯାଇ ୨ ଟି ଜୀବନ ଚାଲିଗଲା ଶେଷରେ ହାତୀ ମଧ୍ୟ ରହିଲା ନାହିଁ । ଏହି ମ-ର୍ମା-ହା-ତ ଘଟଣା ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *