ଜିତିବା ପରେ ମ୍ୟାନ ଅଫ ମ୍ଯାଚ ହେବା ମାତ୍ରେ Dhoni ଙ୍କୁ ଭଗବାନ ବନେଇ କାନ୍ଦି ପକେଇଲେ Harshal Patel, କହିଲେ କିଛି ଏମିତି କି ଜିତିଲେ 100 କୋଟି ଭାରତୀୟଙ୍କ ଜୀବନ

ବନ୍ଧୁଗଣ ଗତ ୧୯ ତାରିଖରେ ଭାରତ ଓ ନ୍ୟୁଜଲାଣ୍ଡ ମଧ୍ୟରେ ଏକ ଦମଦାର ମୁକାବାଲା ଖେଳା ଯାଇଥିଲା । ଗତ କାଲିର ମ୍ୟାଚ ଦେଖି ପ୍ରଶଂସକ ମାନେ ବହୁତ ଅଧିକ ଖୁସି ହୋଇଥିଲେ । ପ୍ରଥମ ମ୍ୟାଚ ଜୟପୁରରେ ଖେଳିବା ପରେ ଦ୍ଵିତୀୟ ମ୍ୟାଚ ରାଞ୍ଚିରେ ଖେଳା ଯାଇଥିଲା । ଗତ କାଲି ମଧ୍ୟ ଏହି ଟୁର୍ନାମେଣ୍ଟର ଦ୍ଵିତୀୟ ପର୍ଯ୍ୟାୟରେ ଭାରତ ନ୍ୟୁଜଲାଣ୍ଡକୁ ହରାଇ ବିଜୟୀ ହୋଇଥିଲା ।

ବନ୍ଧୁଗଣ ଗତ କାଲିର ମୁକାବାଲା ବହୁତ ଦମଦାର ଥିଲା । ଗତ କାଲିର ମ୍ୟାଚରେ ଟସ ଜିତିଥିଲେ ଭାରତୀୟ କ୍ରିକେଟ ଟିମ କ୍ୟାପଟେନ ରୋହିତ ଶର୍ମା  । ରୋହିତ ଟସ ଜିତିବା ପରେ ପ୍ରଥମେ ବୋଲିଙ୍ଗ କରିବାର ନିଷ୍ପତ୍ତି ନେଇଥିଲେ । ନ୍ୟୁଜଲାଣ୍ଡ ଟିମ ୧୫୩ ରନ୍ କରିପାରିଲେ ଓ ଭାରତ ପାଇଁ ୧୫୫ ରନ୍ ର ଟାର୍ଗେଟ ରଖିଲେ । ଟିମ ଇଣ୍ଡିଆ ପାଇଁ ହର୍ଶଲ ପଟେଲ ଦମଦାର ବୋଲିଙ୍ଗ କରିଥିଲେ ଓ ନ୍ୟୁଜଲାଣ୍ଡ ଟିମର ଦୁଇଟି ୱିକେଟ ନେଇଥିଲେ ।

ଏହା ପରେ ଭାରତୀୟ ଟିମ ବ୍ୟାଟିଙ୍ଗ କରିଥିଲେ । ରୋହିତ ଶର୍ମା ଓ କେ ଏଲ ରାହୁଲ ପ୍ରଥମରୁ ହିଁ ଦମଦାର ବ୍ୟାଟିଙ୍ଗ ପଦର୍ଶନ କରି ମ୍ଯାଚକୁ ସନ୍ତୁଳନ କରିଦେଲେ । ରୋହିତ ୩୬ ବଲରେ ୫୬ ରନ୍ କରିଥିଲେ ଓ କେ ଏଲ ରାହୁଲ ୪୯ ବଲରେ ୬୫ ରନ୍ କରିଦେଲେ । ବନ୍ଧୁଗଣ ଟିମ ଇଣ୍ଡିଆ ୧୫୫ ରନ୍ କରି ନ୍ୟୁଜଲାଣ୍ଡକୁ ହରାଇ ଥିଲା । ଏହି ମ୍ୟାଚଟି ଦମଦାର ଥିଲା ଓ ଦର୍ଶକ ମାନେ ମଧ୍ୟ ଏହି ମ୍ୟାଚଟି ଉପଭୋଗ କରିଥିଲେ ।

ଟିମ ଇଣ୍ଡିଆ ଏଥର କେ ଏଲ ରାହୁଲଙ୍କୁ ମ୍ୟାନ ଅଫ ଦ ମ୍ୟାଚ ନ କରି ହର୍ଶଲଙ୍କୁ କରିଥିଲେ । ହର୍ଶଲ ନିଜ ପ୍ରଥମ ମ୍ୟାଚରେ ଦମଦାର ପଦର୍ଶନ କରି କରିଥିଲେ । ବନ୍ଧୁଗଣ ହର୍ଶଲ ଚାରି ଓଭରରେ ମାତ୍ର ୨୫ ରନ୍ ଦେଇ ଦୁଇଟି ମୁଖ୍ୟ ୱିକେଟ ନେଇଥିଲେ ସେଥିପାଇଁ ତାଙ୍କୁ ମ୍ୟାନ ଅଫ ଦ ମ୍ୟାଚ କରଯାଇଥିଲା । ବନ୍ଧୁଗଣ ହର୍ଶଲ ନିଜ ପଦର୍ଶନର ସମସ୍ତ ଶ୍ରେୟ ମହେନ୍ଦ୍ର ସିଂହ ଧୋନୀଙ୍କୁ ଦେଇଥିଲେ ।

ହର୍ଶଲ ପଟେଲ ମ୍ୟାନ ଅଫ ଦ ମ୍ୟାଚ ହେବା ପରେ କହିଲେ-‘ଭାରତୀୟ ଟିମରେ ଖେଳିବାର ସ୍ଵପ୍ନ ମୋର ପିଲା ଦିନରୁ ଥିଲା । ଟିକେ ଡେରିରେ ହେଉ ନା କହିନୀ ସ୍ଵପ୍ନ ପୂରଣ ତ ହେଲା । ମୁ ଯେବେ ବି ଟିମରେ ଖେଳିବି ଜବରଦସ୍ତ ଖେଳ ପଦର୍ଶନ କରିବି । ମୁ ମୋ ପଦର୍ଶନର ସମସ୍ତ ଶ୍ରେୟ ମହେନ୍ଦ୍ର ସିଂହ ଧୋନୀଙ୍କୁ ଦେବା ପାଇଁ ଚାହୁଁଛି । ମୋର ବୋଲିଙ୍ଗ ଉପରେ ଧୋନୀ ବହୁତ ଅଧିକ ଗୁରୁତ୍ଵ ଦେଇଥିଲେ । ସମସ୍ତ ପରିସ୍ଥିତିର ସାମ୍ନା କରିବାର ସାହାସ ଧୋନୀ ଦେଇଥିଲେ । ଆଜି ମୁ ସେଥିପାଇଁ ଭଲ ପଦର୍ଶନ କରିପାରିଲି’ ।

Leave a Reply

Your email address will not be published. Required fields are marked *