ଗ୍ରାହକଙ୍କୁ Jio ଦେଲା ଖୁସି ଖବର ! ଆଣିଲା ଏହି Super Data Plan, ଦେଖନ୍ତୁ ଏଥିରେ ମିଳିବ କେଉଁ କେଉଁ ଫାଇଦା ?

ବନ୍ଧୁଗଣ ଗତ କିଛି ଦିନ ତଳେ ଜିଓ ନିଜ ପ୍ଳାନରେ ବହୁତ ବଡ ପରିବର୍ତ୍ତନ ଆଣିଛି । ଜିଓ ନିଜ ପ୍ଳାନ ମହଙ୍ଗା କରିଥିବା ବେଳେ ଏବେ ପୁଣି ଗ୍ରାହକଙ୍କ ଆସ୍ରସ୍ତ କରିଛି । ନୂଆ ପ୍ଳାନ ଆଣି ଗ୍ରାହାକଙ୍କୁ ଖୁସି କରେଇବା ପାଇଁ ଚେଷ୍ଟା କରୁଛି ଜିଓ । ସୂଚନା ମୁତାବକ ଏଥର କମ ଟଙ୍କାରେ ରିଚାର୍ଜ କରିପାରିବେ ଜିଓ ଗ୍ରାହକ । ଏଥିରେ ଦୈନିକ ୧ ଜିବି ଡାଟା ସହ ରହିଛି ଆହୁରି ଅନେକ ସୁବିଧା । ଏହି ପ୍ଳାନର ମୂଲ୍ୟ ଅନ୍ୟ କମ୍ପାନୀର ପ୍ଳାନ ଗୁଡିକ ଠାରୁ କମ ଥିବାରୁ ଗ୍ରାହକ ମଧ୍ୟ ବେସ ଖୁସି ଅଛନ୍ତି ।

ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଜିଓର ଏହି ପ୍ଳାନ ଗୁଡିକ ବିଷୟରେ କହିବାକୁ ଯାଉଛୁ ତା ହେଲେ ଆସନ୍ତୁ ଜାଣିବା ଏହା ବିଷୟରେ । ଏଥର ମାତ୍ର ୨୦୯ ଟଙ୍କାରେ ରିଚାର୍ଜ କରିପାରିବେ ଜିଓ ଗ୍ରାହକ । ଏହି ପ୍ଳାନର ବୈଧତା ୨୮ ଦିନ ରହିଛି ଓ ପ୍ରତିଦିନ ୧ ଜିବି ଡାଟା ମଧ୍ୟ ମିଳିବ । ୨୮ ଦିନକୁ ୨୮ ଜିବି ଡାଟା ଗ୍ରାହକ ମାନେ ଉପଭୋଗ କରିପାରିବେ ।

ଏହି ଯୋଜନାରେ ଉପଭୋକ୍ତା ଆସିମୀତ କଲ୍ ସହ ୧୦୦ଟି ଏସଏମଏସ ଦିନକୁ ପଠାଇ ପାରିବେ । ଏହି ଯୋଜନା ବ୍ୟତୀତ ଆହୁରି ଅନେକ ଯୋଜନା ରହିଛି । ରିଲିଆନ୍ସ ଜିଓର ମାସିକ ୧୭୯ ଟଙ୍କା ପ୍ଳାନର ୨୪ ଦିନ ବୈଧତା ରହିଛି । ୨୪ ଦିନରେ ୨୪ ଜିବି ଡାଟା ଏହି ପ୍ଳାନରେ ଉପଲବ୍ଧ ରହିଛି । ଏହି ଯୋଜନାରେ ଆସିମୀତ କଲ୍ କରିବା ସହ ପ୍ରତିଦିନ ୧୦୦ଟି ଏସଏମଏସ କରିବାର ସୁବିଧା ମଧ୍ୟ ରହିଛି ।

ରିଲିଆନ୍ସ ଜିଓର ୧୪୯ ଟଙ୍କିଆ ପ୍ଳାନର ବୈଧତା ୨୦ ଦିନ ପର୍ଯ୍ୟନ୍ତ ରହିଛି । ଏହି ପ୍ଳାନରେ ଉପଭୋକ୍ତା ମାନେ ପ୍ରତିଦିନ ୧ ଜିବି ଡାଟା ପାଇପାରିବେ । ଏହା ସହିତ ଆପଣ ମାନେ ଯେକୌଣସି ନେଟୱାର୍କରେ ଆସିମୀତ କଲ୍ଲିଙ୍ଗ ସେବା ପାଇବେ । ବନ୍ଧୁଗଣ ଏହି ପ୍ଳାନରେ ଆପଣ ମାନେ ୧୦୦ଟି ଏସଏମଏସ ପ୍ରତିଦିନ କରିପାରିବେ ।

ଜିଓ ନିଜ ପ୍ଳାନକୁ ମହଙ୍ଗା କରିବା ପରେ ବର୍ତ୍ତମାନ ଲୋକ ମାନଙ୍କ ପାଇଁ ନିଜ ମହଙ୍ଗା ପ୍ଳାନରେ କିଛି ବିଶେଷ ପରିବର୍ତ୍ତନ କରିଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଜିଓର ଏହି ପ୍ଳାନ ଗୁଡିକ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *