Jio ଆଣିଛି ଦମଦାର Independence Day Offer, ଏବେ ୧ ବର୍ଷ ଯାଏଁ ରହିବନି ରିଚାର୍ଜ ଟେନସନ

ଜିଓ ବ୍ୟବହାରକାରୀଙ୍କ ପାଇଁ ଏକ ବଡ ଖବର ସାମ୍ନାକୁ ଆସୁଛି । ଜିଓ ସିମ ବ୍ୟବହାରକାରୀଙ୍କୁ ମିଳିବ ଆଶ୍ଵସ୍ତି । କମ୍ପାନୀ ଆଣୁଛି ନୂଆ ରିଚାର୍ଜ ପ୍ଳାନ ଅଫର । ବର୍ଷେ ଯାଏଁ କରିବାକୁ ପଡିବ ନାହିଁ ରିଚାର୍ଜ । ତା ହେଲେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ଟେଲିକମ କମ୍ପାନୀ ଗୁଡିକ ଅନେକ ପ୍ରକାରର ରିଚାର୍ଜ ଅଫର ଦେଇଥାନ୍ତି ।

ଏହି ଅଫର ଗୁଡିକରେ ଅପରେଟରକୁ ଟକ ଟାଇମରୁ ନେଇ ବାର୍ଷିକ ପ୍ଳାନ ପର୍ଯ୍ୟନ୍ତ ସବୁ କିଛି ମିଳି ଥାଏ । ଯଦି ଆପଣ ବାରମ୍ବାର ରିଚାର୍ଜ କରିବାକୁ ଚାହୁଁ ନାହାନ୍ତି ତେବେ ଆପଣ ଜିଓ ର ଏହି ବାର୍ଷିକ ପ୍ଳାନକୁ ଆପଣାଇବାକୁ ପଡିବ । ଜିଓ ପକ୍ଷରୁ ଆପଣଙ୍କୁ ତିନୋଟି ବାର୍ଷିକ ପ୍ଳାନର ଅଫର ମିଳୁଛି ଏଥିରୁ ଦୁଇଟି ପ୍ଳାନର ବୈଧତା ୩୬୫ ଦିନ ରହିଥିବା ବେଳେ ଅନ୍ୟ ଏକ ପ୍ଳାନର ବୈଧତା ୩୩୬ ଦିନ ରହିଛି ।

ଏହି ତିନୋଟି ପ୍ଳାନର ଦରରେ ବିଶେଷ ତାରତମ୍ୟ ରହିନି ମାତ୍ର ସୁବିଧାରେ ତାରତମ୍ୟ ରହିଛି । ଜିଓ ତାଲିକାର ବାର୍ଷିକ ଯୋଜନା ମଧ୍ୟରେ ସବୁଠାରୁ ପ୍ରଥମେ ଆପଣଙ୍କୁ ନଜର ଆସିବ ୨୫୪୫ ଟଙ୍କାର ଯୋଜନା । ଏହାର ବୈଧତା ୩୩୬ ଦିନ ହୋଇଥିବା ବେଳେ ଦୈନିକ ଡାଟା ୧.୫ ଜିବି ମିଳିବ ।

ସେହିପରି ଅନ୍ୟ ଏକ ପ୍ଳାନ ଅଛି ୨୮୭୯ ଟଙ୍କାରେ । ଏହି ପ୍ଳାନର ବୈଧତା ୩୬୫ ଦିନ ରହିଥିବା ବେଳେ ଦିନକୁ ୨ ଜିବି ଡାଟା ମିଳିବ । ସବୁଠାରୁ ଶେଷରେ ଥିବା ପ୍ଳାନଟି ହେଉଛି ୨୯୯୯ ଟଙ୍କା । ଏଥିରେ ଆପଣଙ୍କୁ ୩୬୫ ଦିନର ବୈଧତା ମିଳୁ ଥିବା ବେଳେ ଦିନକୁ ୨.୫ ଜିବି ଡାଟା ମିଳିବ । ସମସ୍ତ ପ୍ଳାନରେ ଆପଣଙ୍କୁ ଦିନକୁ ୧୦୦ ଏସଏମଏସ କରିବାର ସୁବିଧା ମିଳିବ ।

ତୃତୀୟ ପ୍ଳାନରେ ଆପଣଙ୍କୁ ଡିଜିନି ପ୍ଲସ ହଟ୍ ଷ୍ଟାରର ଏକ ବର୍ଷ ସସ୍କବ୍ରୀସନ ମାଗଣା ମିଳିବ । ସ୍ଵାଧୀନତା ଦିବସ ଅବସରରେ କମ୍ପାନୀ ତରଫରୁ ଏହି ଦମଦାର ଅଫର ଉପଲବ୍ଧ କରାଯାଇଛି । ତା ହେଲେ ବନ୍ଧୁଗଣ ଯଦି ଆପଣ ଜିଓ ଗ୍ରାହକ ତେବେ ନିଶ୍ଚୟ ଏହି ତିନୋଟି ପ୍ଳାନର ସୁବିଧା ପାଇପାରିବେ । ତେବେ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *