Cyclone Update: ଓଡିଶାରେ ମାଡ ହେବ ବାତ୍ୟା ‘ସିତରଙ୍ଗ’, ଏହି ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ସୂଚନା ଜାରି…

ବନ୍ଧୁଗଣ, ସୂଚନା ଅନୁଯାୟୀ ବାତ୍ୟା କୁ ନେଇ ଉପକୂଳବର୍ତ୍ତୀ ଅର୍ଥାତ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗସିଂହପୁର, ଭଦ୍ରକ, କେନ୍ଦ୍ରାପଡା ଏବଂ ବାଲେଶ୍ଵର ଜିଲ୍ଲାର ଜିଲ୍ଲାପାଳ କୁ ସତର୍କ ସୂଚନା ଦିଆଯାଇଛି । ବାତ୍ୟା ମୁକାବିଲା ପାଇଁ ପୂର୍ବରୁ ପ୍ରସ୍ତୁତ ରହିବା ପାଇଁ ଏହିସବୁ ଜିଲ୍ଲା ଗୁଡିକୁ ନିର୍ଦ୍ଧେଶ ଦେଇଛନ୍ତି SRC । ଉତ୍ତର ଆଣ୍ଡାମାନ ସାଗର ଏବଂ ତପତଲଗ୍ନ ଅଞ୍ଚଳ ଉପରେ ମଙ୍ଗଳବାର ସୃଷ୍ଟି ହୋଇଛି ଘୂର୍ଣ୍ଣୀ ବଳୟ ।

ବୁଧବାର ଏହି ଘୂର୍ଣ୍ଣୀବଳୟ ଉତ୍ତର ଆଣ୍ଡାମନ ସାଗର ଏବଂ ପୂର୍ବବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିବା ସହିତ ବାୟୁ ମଣ୍ଡଳର ମଧ୍ୟ ଭାଗ ଯାଏଁ ବ୍ୟାପିଛି । ଆଉ ଏହି ଘୂର୍ଣ୍ଣୀ ବଳୟ ପ୍ରଭାବରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣପୁର୍ବ ପାର୍ଶ୍ଵବର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଂଗୋପ ସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଅଛି । ଏହାପରବର୍ତ୍ତୀ ସମୟରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରିବା ସହିତ ୨୨ ତାରିଖ ବେଳକୁ କେନ୍ଦ୍ରିୟ ବଂଗୋପ ସାଗର ଅଞ୍ଚଳରେ ଏକ ଅବପାତ ରେ ପରିଣତ ହେବ ।

ଆଉ ଏହାର ୪୮ ଘଣ୍ଟା ମଧ୍ୟରେ ଆହୁରି ଅଧିକ ଘନୀଭୂତ ହୋଇ ପଶ୍ଚିମ କେନ୍ଦ୍ରୀୟ ବଂଗୋପ ସାଗର ଅଞ୍ଚଳରେ ଗୋଟିଏ ସାମୁଦ୍ରିକ ବାତ୍ୟାର ରୂପ ନେବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ର ଭୁବନେଶ୍ବର ସ୍ଥିତ ଆଞ୍ଚଳିକ କାର୍ଯ୍ୟଳୟ ପକ୍ଷରୁ ଏକ ସୂଚନା ଜାରି କରାଯାଇଛି ।

ତେବେ ୨୩ ଅକ୍ଟୋବର ୨୦୨୨ ସକାଳ ପର୍ଯ୍ୟନ୍ତ ରାଜ୍ୟର ପାଣିପାଗରେ କୌଣସି ବଡ ଧରଣର ପରିବର୍ତ୍ତନ ଅଥବା ବଡ ବର୍ଷା ର ସମ୍ଭାବନା ନାହିଁ ବୋଲି ସତର୍କ ସୂଚନା ଜାରି କରାଯାଇଛି କିନ୍ତୁ ଏହି ଲଘୁଚାପ ର ପ୍ରଭାବରେ ୨୨ ଅକ୍ଟୋବର ରୁ ଉତ୍ତର ବଂଗୋପ ସାଗର ଏବଂ ଉତ୍ତର ଉପକୂଳ ପଶ୍ଚିମ କେନ୍ଦ୍ରୀୟ ବଂଗୋପ ସାଗରର ଗଭୀର ସମୁଦ୍ର ଅଞ୍ଚଳରେ ଘଣ୍ଟା ପ୍ରତି ୪୫ ରୁ ୫୫ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି ।

ଏହାକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀ ଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି । ଗଭୀର ସମୁଦ୍ର ଭିତରେ ଥିବା ମତ୍ସ୍ୟଜୀବୀ ମାନଙ୍କୁ ୨୨ ଅକ୍ଟୋବର ସୁଧା ଉପକୂଳ କୁ ଫେରି ଆସିବାକୁ ପରାମର୍ଶ ଦିଆଯାଇଛି । ଅର୍ଥାତ ୨୨ ତାରିଖରେ ହିଁ ଏହି ଲଘୁଚାପ ବାତ୍ୟାରେ ପରିଣତ ହେବ କି ନାହିଁ ତାହା ତ ସ୍ପଷ୍ଟ ହେବ କିନ୍ତୁ ସମ୍ଭାବ୍ୟ ବାତ୍ୟା କୁ ନେଇ ରାଜ୍ୟ ସରକାର ତତ୍ପର ହୋଇ ଉଠିଛନ୍ତି ।

ସମ୍ଭାବ୍ୟ ବାତ୍ୟା କୁ ନେଇ ଏ ପର୍ଯ୍ୟନ୍ତ ସଂପୂର୍ଣ୍ଣ ସ୍ପଷ୍ଟତା ନ ଆସିଥିଲେ ମଧ୍ୟ ସ୍ଵତନ୍ତ୍ର ରିଲିଫ କମିଶନର ଙ୍କ ପକ୍ଷରୁ ୭ ଜିଲ୍ଲା ର ଜିଲ୍ଲାପାଳ ଙ୍କୁ ସତର୍କ ସୂଚନା ଜାରି କରାଯାଇଛି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *