ଜେଲ ଗଲା 2 ବର୍ଷର ଶିଶୁ ! ଜୀବନର ମାନେ ବୁଝିବା ଆଗରୁ ଜୀବନ ଖେଳିଲା ଏମିତି ଖେଳ…

ନମସ୍କାର ବନ୍ଧୁଗଣ, ଯେଉଁ ବୟସରେ ହାତରେ କଣ୍ଡେଇ ଧରି ଖେଳିବା କଥା ସେହି ବୟସରେ ଜେଲ ଗଲା ଶିଶୁ । ଜୀବନ କଣ ବୁଝି ନଥିବା ଶିଶୁ ଏଭଳି କଣ ଭୁଲ କରିଛି ଯେଉଁଥି ପାଇଁ ସେ ଆଜି ଆଇନ ଆଗରେ ସାଜି ଯାଇଛି ଦୋଷୀ । ଦୁଇ ବର୍ଷର ଶିଶୁ ଜେଲର ଅନ୍ଦାର ଚାରି କାନ୍ଥ ଭିତରେ କାଟିବ ସଜା । ସତରେ ଏହା କେତେ ଚକିତ କରିଦେବା ଭଳି ଘଟଣା । ତେବେ କଣ ରହିଛି ଏହା ସହିତ ଜଡିତ ଖବର ତେବେ ଆଉ ଡେରି ନକରି ଆସନ୍ତୁ ନଜର ପକାଇବା ସମ୍ପୂର୍ଣ ଖବର ଉପରେ । 

ଖବର ଅନୁଯାୟୀ ବାପା ମାଙ୍କ କର୍ମ ପାଇଁ ଜେଲ ଯିବାକୁ ପଡିଛି ନିଷ୍ପାପ ଶିଶୁକୁ । ବାଲେଶ୍ଵର ଜିଲ୍ଲା ଭୋଗରାଇ ଥାନା ଅନ୍ତର୍ଗତ ଷଣ୍ଢପା ଗ୍ରାମ ଗୁରୁ ଚରଣ ଜେନାଙ୍କ ପୁଅ ପ୍ରଦୀପ ଓ ମା ଚନ୍ଦ୍ରକଳା ସୁକିନ୍ଦା ଅଞ୍ଚଳରେ କିଛି ବର୍ଷ ରହିବା ପରେ କିଛି ମହିଳାଙ୍କ ଠାରୁ ଦଶ ଲକ୍ଷରୁ ଉର୍ଦ୍ଧ୍ୟ ଟଙ୍କା ହଡପ କରିନେଇ ଫେରାର ହୋଇଯାଇଥିଲେ ।

ଏଥିପାଇଁ ଗତ ମାସ 21 ତାରିଖରେ ଉଭୟ ଦମ୍ପତ୍ତିଙ୍କ ନାମରେ ସୁକିନ୍ଦା ଥାନାରେ ଅଭିଯୋଗ କରଯାଇଥିଲା । ପୋଲିସ ଏହି ଘଟଣା ଉପରେ ତଦନ୍ତ ମଧ୍ୟ ଆରମ୍ଭ କରିଦେଇଥିଲା । ଉଭୟ ଦମ୍ପତ୍ତିଙ୍କୁ ଗିରଫ କରିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲା ପୋଲିସ । ଏହାପରେ ଗତକାଲି ଚନ୍ଦ୍ରକଳାଙ୍କୁ ତାଙ୍କ ବାପଘର ଗ୍ରାମ ଠାକୁର ମୁଣ୍ଡାରୁ ଗିରଫ କରିଥିଲା ପୋଲିସ ।

ଗିରଫ ହେବା ପରେ ପ୍ରଶ୍ନ ଉଠିଥିଲା ଦୁଇ ବର୍ଷର ଶିଶୁ ପୁତ୍ର କେଉଁଠି ରହିବ ଏବଂ କିଏ ବୁଝିବ ତା କଥା । ତେଣୁ ବାପା ମାଙ୍କ ସହ ତାକୁ ମଧ୍ୟ ଥାନାକୁ ଆଣିଥିଲା ପୋଲିସ । ଆଉ ଶୁକ୍ରବାର ଦିନ ସ୍ଥାନୀୟ ଅଞ୍ଚଳର ଦଶ ମହିଳାରୁ ଊର୍ଦ୍ଧ୍ଵ ସୁକିନ୍ଦା ଥାନାରେ ପହଞ୍ଚି ହଡପ କରିଥିବା ଟଙ୍କା କଥା ନେଇ ଅଭିଯୋଗ କରିଥିଲେ ।

ପୋଲିସ 420  ଏବଂ 406 ଦଫାରେ କୋର୍ଟ ଚାଲାଣ କରିଛି । ତେବେ କୋର୍ଟରେ ଜାମିନ ଖାରଜ ହୋଇଯିବା ପରେ ସମ୍ପୃକ୍ତ ମହିଳାଙ୍କୁ ଜେଲ ହାଜତ ଭିତରକୁ ପଠାଇ ଦିଆ ଯାଇଛି । ସେମାନଙ୍କ ସହ ତାଙ୍କ ଦୁଇ ବର୍ଷର କୁନି ପୁଅ ମଧ୍ୟ ଯାଇଛି ଜେଲ । ବାପା ମାଙ୍କ ଭୁଲ ପାଇଁ କୋମଳ ଶିଶୁଟି ଜେଲ ଯିବା ଘଟଣା ଏବେ ଜନସାଧାରଣ ମଧ୍ୟରେ ଆଲୋଡନ ସୃଷ୍ଟି କରିଛି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟର କରିବାକୁ ଜମା ବି ଭୁଲିବେନି । 

Leave a Reply

Your email address will not be published. Required fields are marked *