‘ତା’ର ପ୍ରତିଦିନର ରେପ କାରଣରୁ ଚିଡି ଯାଇଥିଲି’ ପଢନ୍ତୁ Jiah Khan ଙ୍କ ସୁସାଇଡ ନୋଟ, ବଖାଣି ଥିଲେ ନିଜ ଦୁଃଖଭରା କାହାଣୀ !

ବନ୍ଧୁଗଣ ୨୦ ଫେବୃୟାରି ୧୯୮୮ ମସିହାରେ ବଲିଉଡ ଇଣ୍ଡଷ୍ଟ୍ରିରେ ଲୋକପ୍ରିୟ ଅଭିନେତ୍ରୀ ଜିୟା ଖାନଙ୍କ ଜନ୍ମ ହୋଇଥିଲା । ସେ ନିଜ ଅଭିନୟ କାରିୟରରେ ବହୁତ କମ ସମୟ ମଧ୍ୟରେ ଲୋକ ମାନଙ୍କ ମନ ଜିତି ଥିଲେ । ଜିୟା ଖାନ ବଲିଉଡ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଫିଲ୍ମ ‘ଗଜନି’ରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଏହି ଫିଲ୍ମରେ ସେ ନିଜ ଜବରଦସ୍ତ ଅଭିନୟ ପଦର୍ଶନ କରି ବଲିଉଡ ଇଣ୍ଡଷ୍ଟ୍ରିରେ ସୁନାମ ଅର୍ଜନ କରିଥିଲେ ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବଢି ଯାଇଥିଲା ।

ଜିୟାଙ୍କ ସୁନ୍ଦରତା ଓ ତାଙ୍କ ଅଭିନୟକୁ ଲୋକମାନେ ବେସ ଅଧିକ ପସନ୍ଦ କରୁଥିଲେ । ତାଙ୍କ କାରିୟର ଧୀରେ ଧୀରେ ଉଠିବାରେ ଲାଗିଥିଲା ହେଲେ ବନ୍ଧୁଗଣ ୩ ଜୁନ ୨୦୧୩ ମସିହାରେ ତାଙ୍କର ଦେହାନ୍ତ ହୋଇଥିଲା ଯାହାଦ୍ୱାରା ପୁରା ବଲିଉଡ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଥିଲା । ମିଡିଆ ରିପୋର୍ଟସ ଅନୁସାରେ ଜିୟା ଖାନ ନିଜ ଜୀବନକୁ ନିଜେ ଶେଷ କରିଛନ୍ତି ।

ଜିୟା ଖାନ ଆତ୍ମହତ୍ୟା କରିବା ପରେ ଇଣ୍ଡଷ୍ଟ୍ରିରେ ଅନେକ ବିବାଦ ସୃଷ୍ଟି ହୋଇଥିଲା ଓ କେବଳ ଗୋଟିଏ ପ୍ରଶ୍ନ ସାମ୍ନାକୁ ଆସୁଥିଲା ଯେ, ଜିୟା ଖାନ ଆତ୍ମହତ୍ୟା କାହିଁକି କରିଲେ । ବନ୍ଧୁଗଣ ଏମିତି ଅନେକ ପ୍ରଶ୍ନ ରହିଛି ଯାହାର ଉତ୍ତର ରହସ୍ୟ ହୋଇ ରହିଯାଇଛି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଜିୟା ଖାନଙ୍କ ଜୀବନ ସହ ଜଡିତ କିଛି ଖାସ କଥା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ୩ ଜୁନ ୨୦୧୩ ମସିହାରେ ମୁମ୍ବାଇରେ ଥିବା ନିଜ ଘରେ ଜିୟା ଆତ୍ମହତ୍ୟା କରିଥିଲେ । ଜିୟାଙ୍କ ମୃତ୍ୟୁ ପରେ ଅନେକ ପ୍ରଶ୍ନ ସାମ୍ନାକୁ ଆସିଲା । ବନ୍ଧୁଗଣ ସେତେବେଳେ ଅଭିନେତା ସୁରଜ ପଞଚୋଲିଙ୍କ ଉପରେ ଜିୟା ଖାନ ମୃତ୍ୟୁ ଆରୋପ ଲାଗିଗଲା କାରଣ ସେହି ସମୟରେ ଜିୟା ସୁରଜ ପଞଚୋଲିଙ୍କୁ ଡେଟ କରୁଥିଲେ । ସୂଚନା ମୁତାବକ ଜିୟା ଆତ୍ମହତ୍ୟା କରିବା ପୂର୍ବରୁ ବହୁତ ଚିନ୍ତାରେ ରହୁଥିଲେ ।

ସେ ନିଜ ଜୀବନରେ ଅନେକ କଷ୍ଟର ସମ୍ମୁଖୀନ ହୋଇଥିଲେ ତେଣୁ ସେ ଏତେ ବଡ ନିଷ୍ପତ୍ତି ନେଇଗଲେ । ଯେତେବେଳେ ତାଙ୍କ ଘରେ ସୁସାଇଡ ନୋଟ ମିଳିଲା ସେତେବେଳେ ଏହି ସବୁ କଥା ବିଷୟରେ ଜଣା ପଡିଥିଲା । ଜିୟା  ସୁସାଇଡ ନୋଟରେ ଲେଖିଥିଲେ, ଯେଉଁ ଲୋକକୁ ପ୍ରେମ କରୁଥିବେ ଯଦି ସେ ଆପଣଙ୍କୁ ଗାଳି ଦେବ, ଧମକ ଦେବ, ମାରିବ ଓ ଚିଟ କରିବ ତେବେ ବହୁତ କଷ୍ଟ ହୁଏ’ ।

ଜିୟା ଆଗକୁ ଲେଖିଛନ୍ତ-‘ଅଲଗା ଝିଅ ପାଇଁ ତମେ ମୋ ଆତ୍ମାକୁ ବହୁତ କଷ୍ଟ ଦେଇଛ । ଏବେ ମୋ ପାଖରେ ନିଶ୍ଵାସ ନେବା ପାଇଁ କୌଣସି କାରଣ ନାହିଁ । ମୁ କେବଳ ତମ ପ୍ରେମ ଚାହୁଁଥିଲି । ତମ ପାଇଁ ମୁ ସବୁ କିଛି କରିଲି । ମୁ ମୋର ଛୁଆକୁ ଆବୋସନ କରିଦେଲି । ଏବେ ମୋ ପାଖରେ ଆଉ କିଛି ବି ନାହିଁ’ । ସେତେବେଳେ ସୁରଜଙ୍କ ସହ ଜିୟା ରିଲେସନରେ ଥିଲେ ତେଣୁ ଏହି ଚିଠି ଆଧାରରେ ସୁରଜଙ୍କୁ ମୃତ୍ୟୁର ଆରୋପ ଦିଆଗଲା ।

Leave a Reply

Your email address will not be published. Required fields are marked *