ଆସିଲା ବଡ ଖୁସି ଖବର, ଯାଁଆଳା ପିଲାଙ୍କ ମା’ ହେଲେ Ollywood ଅଭିନେତ୍ରୀ Jhilik Bhattacharya

ଆସିଲା ସବୁ ଠାରୁ ବଡ ଖୁସି ଖବର । ମା ହେଲେ ଓଲିଉଡ ଅଭିନେତ୍ରୀ ଝିଲିକ । ନିଜ ଜନ୍ମ ଦିନରେ ଦୁଇଟି ଶିଶୁ କନ୍ୟାଙ୍କୁ ଜନ୍ମ ଦେଇଛନ୍ତି ଝିଲିକ । ତେବେ ଆସନ୍ତୁ ଦେଖିବା ପୁରା ଖବର । ଓଲିଉଡ ର ଚୁଲବୁଲି ନାୟିକା ଝିଲିକ ଙ୍କୁ କିଏ ବା ନ ଜାଣେ । ବେଙ୍ଗଲି ଝିଅରୁ ଓଡିଆ ବୋହୁ ବନିଥିବା ଝିଲିକଙ୍କର ଆଜି ହେଉଛି ଜନ୍ମ ଦିନ । ସେ ଓଲିଉଡ କୁ ଢେର ସାରା ସୁପରହିଟ ସିନେମା ଦେଇଛନ୍ତି । 2020 ମସିହାରେ ଚିଲିକା ର ଏକ ରେସର୍ଟ ରେ ଝିଲିକ ଙ୍କର ବିବାହ ହୋଇଥିଲା ।

ସୁକିନ୍ଦା ବିଧାୟକ ପ୍ରୀତି ରଞ୍ଜନ ଘଡାଇଙ୍କୁ ସେ ବିବାହ କରିଥିଲେ ଅଭିନେତ୍ରୀ ଝିଲିକ ଭଟାଚାର୍ଯ୍ଯ । ନିଜ ଜନ୍ମ ଦିନରେ ଫ୍ୟାନ୍ସ ଙ୍କୁ ଦେଇଛନ୍ତି ବଡ ଖୁଶିର ଖବର । ଘଡାଇ ପରିବାର ଏବେ ଏହି ଖୁସିର ମାହୋଲ କୁ ସେଲିବ୍ରେସନ କରୁଛନ୍ତି । ମା ହେଲେ ଓଲିଉଡ ଅଭିନେତ୍ରୀ ଝିଲିକ । ଭୁବନେଶ୍ବର ର ଏକ ଘରୋଇ ହସ୍ପିଟଲ ରେ ସେ ଦୁଇଟି ଜନ୍ମଜ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି ।

ତେବେ ଝିଲିକ ଓ ଶିଶୁ କନ୍ୟା ସୁସ୍ଥ ଅଛନ୍ତି । ଆଜି ଝିଲିକ ଙ୍କ ଜନ୍ମ ଦିନ ଓ ଟ୍ଵିନ୍ସ ଶିଶୁ କନ୍ୟାକୁ ଜନ୍ମ ଦେଇ ଥିବାରୁ ତାଙ୍କୁ ବିଭିନ୍ନ ମାହୋଲରୁ ଶୁଭେଚ୍ଛା ର ସୁଅ ଛୁଟୁଛି । ଝିଲିକ ଜଣେ ବଙ୍ଗାଳି ଝିଅ ହୋଇଥିଲେ ବି ସେ ଓଡିଆ ବୋହୁ ହେବା ପରେ ଖୁବ ଭଲ ଓଡିଆ ଘର ର ପରମ୍ପରାକୁ ଆପଣେଇ ନେଇଛନ୍ତି । ଯେଉଁଥି ପାଇଁ ସେ ଶାଶୁ ଘରେ ସମସ୍ତଙ୍କର ପ୍ରିୟ ଅଟନ୍ତି ।

ତାଙ୍କ କ୍ଯାରିୟର କଥା କହିଲେ ସେ ଖୁବ ସୁନ୍ଦର ଅଭିନୟ କରି ଦର୍ଶକ ମାନଙ୍କ ମନ କିଣି ନେଇଛନ୍ତି । ସାରା ଓଡିଶା ବାସୀ ମଧ୍ୟ ବହୁତ ଭଲ ପାଆନ୍ତି । ବିବାହ ପରେ ଅବଶ୍ୟ ସେ ଫିଲ୍ମ ଲାଇନ ରୁ ଟିକେ ଦୂରେଇ ଯାଇଛନ୍ତି । ତଥାପି ସେ ନିଜ ଆକଟିଂ ଛାଡି ନାହାଁନ୍ତି , ତାଙ୍କ ମା ହେବା ଖୁସିରେ ତାଙ୍କର ସମସ୍ତ ପ୍ରଶଂସକ ଖୁବ ଖୁସି ଅଛନ୍ତି ଓ ତାଙ୍କୁ ଶୁଭ କାମନା ଜଣାଇଛନ୍ତି ।

ଆମ ତରଫରୁ ମଧ୍ୟ ଝିଲିକ ଙ୍କୁ ଏହି ଖୁସି ଅବସରରେ ଢେର ସାରା ଶୁଭ କାମନା । ଆଶା କରୁଛୁ ଆପଣଙ୍କୁ ଏହି ଖବରତି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ସେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *