ଆଶ୍ଚର୍ଯ୍ୟ ! ଝିଅ ନାଁ ରେ ଥାନାରେ ଏତଲା ଦେଲା ବାପା, କହିଲେ ବାହାଘର ସମୟରେ ଦେଇଥିବା ସବୁ ଯୌତୁକ ଫେରା…

ବନ୍ଧୁଗଣ, ସୂଚନା ଅନୁଯାୟୀ ଝିଅ ନାମରେ ଥାନାରେ ଏତଲା ଦେଇଛନ୍ତି ବାପା । ଆଉ ଏହି ଏତଲା ରେ ଦର୍ଶାଯାଇଛି ବିବାଘର ସମୟରେ ଦେଇଥିବା ଯୌତୁକ କୁ ଫେରାଇ ଦେବା ନିମନ୍ତେ । ଏହି ଘଟଣା ଟି ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ଏହା ସତ୍ୟ ଅଟେ । ଏହି ଘଟଣା ଟି ଘଟିଛି ଧଉଳି ଥାନା ଅଞ୍ଚଳରେ । ଝିଅ ଙ୍କ ନାମ କଳ୍ପନା ବେହେରା । ଏହି ଘଟଣା କୁ ନେଇ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ତାଙ୍କ ବାପା ଙ୍କ ରିଟାର୍ମେଣ୍ଟ ପରେ ତାଙ୍କ ବାପା ତାଙ୍କ ପାଖରେ ରହୁଥିଲେ । ମାତ୍ର ଏହା ପୂର୍ବରୁ ସାନଝିଅ ଙ୍କ ବିବାହ ସରିଯାଇଥିଲା ।

ବକୟା ଯେତିକି ଜିନିଷ ଥିଲା ସେ ବଡ ଝିଅ ଙ୍କୁ ଦେଇଦେଇଥିଲେ । ଝିଅ ଜଣକ ଗାଡି କରି ଯେଉଁଠାରେ ଭଡା ରହୁଥିଲେ ସେଠାକୁ ନେଇ ଆସିଥିଲେ । ମାତ୍ର ସେ ଜିନିଷ ନେଇ ଯିବାର କିଛି ଦିନ ପରେ ସେମାନେ ଆସି ଝିଅ ଙ୍କ ପାଖରେ କିଛି ଦିନ ରହିଥିଲେ । ଆଉ ତାଙ୍କର ଦେଖାଦେଖି ଭଲମନ୍ଦ ତଥା ଅଫିସିଆଲି ଯେତିକି କାମ ସବୁ ବଡ ଝିଅ ବୁଝାସୁଝା କରୁଥିଲେ । ୮ ମାସ ଧରି ସବୁ କରୁଥିଲେ ବଡ ଝିଅ ।

ମାତ୍ର ୮ ମାସ ପରେ ସାନ ଝିଅ କୁ ସେମାନେ ଯାଜପୁର ବଇରୀ ମାଳାରୁ ନେଇଆସିଥିଲେ । ବାପା ଏତଲା ରେ ଯେଉଁ ଜିନିଷପତ୍ର ମାଗିଛନ୍ତି ତାହା ହେଉଛି ବାପାଙ୍କର ବ୍ୟବହାର କରୁଥିବା ଜିନିଷ ପତ୍ର । ଏହାପରେ ମଙ୍ଗଳସୂତ୍ର, ସୁନାଶଙ୍ଖା, ମୁଦି ଆଉ କାନଫୁଲ ମଧ୍ୟ କିଣିଦେଇଥିଲେ କିନ୍ତୁ ଏ ସବୁ ମଧ୍ୟ ସେ ନେଇ ଯାଇଛନ୍ତି ବୋଲି ଝିଅ ଜଣକ କହିଥିଲେ ।

ବଡ ଝିଅ ଙ୍କୁ କହିଲେ ବାପା ଯେ ଯଦି ସେ ତାଙ୍କୁ ନିଜ ପାଖରେ ରଖିବେ ନାହିଁ ତେବେ ସେ ଜିନିଷ ସବୁ ତାଙ୍କୁ ଦେବେ ନାହିଁ । ଝିଅ ଜଣକ ପୋଲିସ ଙ୍କ କହିବା ଅନୁସାରେ ବାପା ଙ୍କୁ ଯାଇ ଜିନିଷ ସବୁ ସ୍ଵହସ୍ତ ରେ ଫେରାଇ ଆସିଛନ୍ତି । ତେବେ ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟ ର କଥା ଯେ ବାପା ଜଣେ ଝିଅ କୁ ଜିନିଷ ଦେଉଛି ।

ଏହିଭଳି ଦୃଶ୍ୟ ବୋଧ ହୁଏ ପ୍ରଥମ ଥର ଆଖି ଆଗକୁ ଆସିଛି । ବାପା ନିଜ ସନ୍ତାନ ପାଇଁ ସବୁକିଛି କରିପାରେ ମାତ୍ର ଏହିଭଳି ଝିଅ କୁ ବିଦା କରିବା ସମୟରେ ଦେଇଥିବା ଜିନିଷ ମଧ୍ୟ ଫେରସ୍ଥ ମାଗିପାରେ ଏହା ପ୍ରଥମ ଥର ଶୁଣିବାକୁ ମିଳିଛି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *