ଝିଅ କଲେ ଠିକ୍ ପୁଅ କଲେ ଭୁଲ୍, ଏଭଳି କିଛି ପ୍ରତିକ୍ରିୟା ଦେଲେ ଓକିଲ ବ୍ୟମୋକେଶ….. କଣ କହିଛନ୍ତି ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ଗତକିଛି ଦିନ ଖାସି ମାଂସକୁ ନେଇ ବାହାଘର ଭାଙ୍ଗିଯିବା ଖବର ସୋସିଆଲ ମିଡିଆରର ବେସ୍ ଚର୍ଚ୍ଚା ଧରିଛି । କେତେବେଳେ ବରପକ୍ଷ  ମାଂସ ପାଇଁ ବାହାଘର ଭାଙ୍ଗିନି  ବୋଲି କହୁଥିବା ବେଳେ କନ୍ୟାଘର ଲୋକେ ମାଂସ ପାଇଁ ଅଭଦ୍ର ଭାଷାର ବ୍ୟବହାର କରିବା ହେଟି ଝିଅ ବାହାଘର ଭାଙ୍ଗିଥିବା କଥା ଶୁଣିବାକୁ ମିଳିଛି । ତେବେ ଏହି ଖବରକୁ ନେଇ ଓକିଲ ବ୍ୟମୋକେଶ  ତାଙ୍କ ପ୍ରତିକ୍ରିୟା ସୋସିଆଲ ମିଡିଆ ମାଧ୍ୟମରେ ଜଣାଇଛନ୍ତି ।

ବ୍ୟକ୍ତିଙ୍କ କହିବା ଅନୁସାରେ ବାହାଘର ଭାଙ୍ଗିଯିବାକୁ ନେଇ ଗଣମାଧ୍ୟମରେ ଯେଉଁ ସବୁ କଥା କୁହାଯାଉଛି । ଯଥା ଝିଅ ଯାହା କରିଛି ତାହା ଠିକ ଓ ପୁଅ ଯାହା କରିଛି ତାହା ଭୁଲ । ଆମ ସମାଜ  ସର୍ବଦା ପୁଅମାନଙ୍କୁ ଭୁଲ ହିଁ ମାନିଥାଏ  ଓ ଝିଅମାନଙ୍କୁ ସାହାଯ୍ୟ କରିବାରେ ଆଗରେ ଥାଏ ।  ତେବେ ସମାଜରେ ଏଭଳି ପାର୍ଥକ୍ଯ କଣ ପାଇଁ ଦେଖାଯାଏ ।

ଯଦି କୋଣସିବଶତ କାରଣରୁ  ବାହାଘରଟି ଭାଙ୍ଗିଛି । ତେବେ ଝିଅ ଘରକୁ ଯେତେ ବଦାଲାମି ହୁଏ ପୁଅ ଘରକୁ ମଧ୍ୟ ସେଥିକି ହିଁ ହୋଇଥାଏ  । ମାତ୍ର ଜନସାଧାରଣ କେବଳ ଝିଅଘର ଅପମାନଙ୍କୁ ଦେଖିଥାଏ ପୁଅଘର ଅପମାନଙ୍କୁ ସାମାନ୍ୟ ରୂପେ ଦେଖିଥାଏ । ବ୍ୟକ୍ତିଙ୍କ କହିବା ଅନୁସାରେ ବାହାଘର ଖାସି ମାଂସ ପାଇଁ ଭାଙ୍ଗିଯିବା ଏହା ବିଶ୍ଵାସଯୋଗ୍ୟ ନୁହେଁ ।

ଯଦି ଏହି ବାହାଘରଟି ଭାଙ୍ଗିଛି ତେବେ ଏହା ପଛରେ ନିଶ୍ଚୟ ବଡ କାରଣଟି ରହିପାରେ । ଆପଣମାନେ ନିଜେ  ଚିନ୍ତା କରନ୍ତୁ ବିବାହ ଗୁଡାକ ଆଗ ପରି ବିଧିବିଧାନରେ ହେଉ ନାହିଁ ବରଂ ଆଧୁନିକ ରୀତିରେ ହେଉଛି । ତେଣୁ କରି ବରପକ୍ଷ ଲୋକମାନେ ବରଯାତ୍ରୀକୁ ନେଇ ବହୁତ ହସଖୁସି ଓ ନାଚି ନାଚି ହୋଇ କନ୍ୟା ଘରକୁ ପହଞ୍ଚିଥାନ୍ତି । ତେବେ କନ୍ୟାଘରର ଦାୟିତ୍ଵ ହେଲା ସେମାନଙ୍କର ଆତିଥ୍ୟ କରିବା ।

କାରଣ ବରଯାତ୍ରୀମାନେ ବହୁତ ସମୟରୁ ନାଚିଥିବା ହେତୁ  ହାଲିଆ ହେଇଯିବେ ତାଙ୍କୁ ପିଇବାକୁ ପାଣି ,ରସନା ବା ଅଳ୍ପ ଆହାର ଭୋଜନ କରିବାକୁ ଦେବା ଝିଅପକ୍ଷ ଦାୟିତ୍ଵ  । ତେଣୁ ବ୍ୟକ୍ତିଙ୍କ କହିବା ଅନୁଯାୟୀ ବାହାଘର ଭାଙ୍ଗିବା ପଛରେ କେବଳ ବରପକ୍ଷକୁ ଦାୟୀ କରିବା ଭୁଲ କଥା ହୋଇଥାଏ । ଆମ ହିନ୍ଦୁ ଶାସ୍ତ୍ର ଅନୁସାରେ ପୁଅ ବେଦରୁ  ଖାଲି ହାତରେ ଘରକୁ ଫେରିବା ଅଶୁଭ ହୋଇଥାଏ ।

ତେଣୁ ଜନସାଧାରଣ ବରପକ୍ଷକୁ ଏସବୁ ପାଇଁ ଦାୟୀ ନ କରି ଉଭୟ ପରିବାରକୁ  ପରୀକ୍ଷଣ କରିବା ଉଚିତ । ତେବେ ଏହି ବିବାହର ଭାଙ୍ଗିବାର ପ୍ରକୃତ କାରଣ ଏବେ ଯାଏ ସାମନାକୁ ଆସିନି । ଖବର କୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *