ଘରୁ ଫେରାର ହେବା ପରେ ମୁହଁ ଖୋଲିଲା ଝିଅ, କହିଲା ‘ମତେ ବାରମ୍ବାର ମୋ ବାପା-ମା ଧମକାଉଛନ୍ତି, କହୁଛନ୍ତି ଟଟେ କୋର୍ଟ-ଥାନା ଦୌଡେଇ ହଇରାଣ…’

ବନ୍ଧୁଗଣ, ନିକଟରେ ଏକ ଅଭିଯୋଗ ହୋଇଥିଲା ଯେ ଝିଅ ଜଣଙ୍କ ପ୍ରେମୀ ପାଇଁ ନିଜ ମା’ ଙ୍କୁ ମ-ଆଡ ମ-ଆରିଛି । ତେବେ ମା’ ଙ୍କ ପ୍ରତିକ୍ରିୟା ପରେ ବର୍ତ୍ତମାନ ଝିଅ ଜଣଙ୍କ ନିଜ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ତାଙ୍କ ବାପା ମା’ ଲଗାଇଥିବା ସମସ୍ତ ଆରୋପ ମିଥ୍ୟା ଅଟେ । ତାଙ୍କ ଶ୍ଵଶୁର ଶାଶୁ ମାଡ ଦେଇଥିବା କଥା ମଧ୍ୟ ସଂପୂର୍ଣ୍ଣ ଭାବରେ ମିଥ୍ୟା ଅଟେ । ୫ ଲକ୍ଷ ଟଙ୍କା ମାଗିଥିବା କଥା ମଧ୍ୟ ସଂପୂର୍ଣ୍ଣ ଭାବରେ ମିଥ୍ୟା ଅଟେ ।

ସେ ଏ ସବୁ ମିଛ କଥା କହୁଛନ୍ତି ବୋଲି ଝିଅ କହିଛନ୍ତି । ଏହିଭଳି ମିଛ କହିବାର କାରଣ ହେଉଛି ଯେ ମିଛ କହି ତାଙ୍କୁ ତାଙ୍କ ଘରକୁ ନେଇଯିବେ । ବର୍ତ୍ତମାନ କୋର୍ଟ କୁ ଗଲେ ତଥା ଥାନା କୁ ଗଲେ ସେଠାରେ ଯାଇ କହିଲେ ଯେ ସେ ତାଙ୍କ ସ୍ଵାମୀ ତଥା ଶାଶୁ ଘରେ ସଂପୂର୍ଣ୍ଣ ଖୁସିରେ ଅଛନ୍ତି । ଆଉ ସେ ସେମାନଙ୍କ ପାଖରେ ହିଁ ରହିବେ ।

କିନ୍ତୁ ଝିଅ ଙ୍କ ମା’ ବାପା ଗୋଟିଏ କଥା କହି ଧମକାଉଛନ୍ତି ଯେ ତୁ ଯଦି ଆମ ପାଖକୁ ନ ଆସିବୁ ତେବେ ଆମ୍ଭେ ପ୍ରୋପୋଟି ରେ ସିଗନେଚର କରିବୁ ନାହିଁ । ଆଉ ସେମାନେ ତାଙ୍କ ଶାଶୁ ଶଶୁର ତଥା ସ୍ଵାମୀ ଙ୍କୁ ଆଦୌ ଛାଡିବେ ନାହିଁ । ଖାଲି ଏହିଭଳି କୋର୍ଟ କଚେରୀ କରି ହଇରାଣ କରିବେ ।

ତେବେ ଯେଉଁଭଳି ଭାବରେ ଝିଅ କୁ ନେଇ ବାପା ମା’ ଅଭିଯୋଗ କରିଥିଲେ ଝିଅ ଙ୍କ ଶଶୁର ଘର ପରିବାର ଉପରେ ମଧ୍ୟ ଅଭିଯୋଗ କରିଥିଲେ ଏହାକୁ ନେଇ ବହୁତ ପ୍ରକାରର ଖବର ଶୁଣିବାକୁ ମିଳିଥିଲା । ମାତ୍ର ଅପେକ୍ଷାର ବର୍ତ୍ତମାନ ଅନ୍ତ ଘଟିଛି ଝିଅ ଙ୍କ ଏହିଭଳି ପ୍ରତିକ୍ରିୟା ରେ ସେ କହିଥିଲେ ଯେ ବାପା ମା ଙ୍କ ଅଭିଯୋଗ ସଂପୂର୍ଣ୍ଣ ଭାବରେ ମିଥ୍ୟା ଏବଂ ଏହା ତାଙ୍କୁ ନେବାପାଇଁ ଏକ ଷଡଯନ୍ତ୍ର ।

ତେବେ ମା’ ଜଣଙ୍କ କାନ୍ଦି କାନ୍ଦି ଝିଅ ର ସ୍ଵାମୀ, ଶାଶୁ ଶ୍ଵଶୁର ଙ୍କ ବିରୋଧରେ ଅଭିଯୋଗ କରିଥିଲେ କିନ୍ତୁ ଝିଅ ଓଲଟ ବାପା ମା’ ଙ୍କ ବିରୁଦ୍ଧରେ କହିଛନ୍ତି । ତେବେ ସତ କ’ଣ ମିଛ କ’ଣ ଏହା ଉଭୟ ପରିବାର ବେସ ଭଲ ଭାବରେ ଜାଣିଥିବେ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *