ଝିଅ ହେବା ବୟସରେ ଟିଭିର ଏହି 6 ଜଣ ଅଭିନେତ୍ରୀଙ୍କୁ ହେବାକୁ ପଡିଲା ବୋହୁ, 4 ନମ୍ବର ଅଭିନେତ୍ରୀ ତ ସମସ୍ତଙ୍କ ଫେବରେଟ

କୌଣସି ଟିଭି ସିରିଏଲର ଲୋକପ୍ରିୟତା ସେତେବେଳେ ବଢିଥାଏ ଯେତେବେଳେ ଶାଶୁ ନିଜର ସରଳ ବୋହୂ ଉପରେ ଅତ୍ୟାଚାର କରିଥାଏ | ବୋହୁଙ୍କ ସରଳତା ଦେଖାଇବା ପାଇଁ, ସିରିଏଲ ନିର୍ମାତାମାନେ ଜାଣିଶୁଣି ଛୋଟ ଝିଅମାନଙ୍କୁ ବୋହୂର ଚରିତ୍ର କରିବାକୁ ଦିଅନ୍ତି ଯାହା ଦ୍ଵାରା ଦର୍ଶକଙ୍କର ସେହି ଚରିତ୍ର ସହିତ ଏକ ଭାବପ୍ରବଣତା ରହିଥାଏ | କେବଳ ଆଜି ଏହା ହେଉନାହିଁ, ବରଂ ବହୁ ଦିନରୁ ଏମିତି ହେଉଛି, ଯେତେବେଳେ ଟିଭିର ଏହି 6 ଅଭିନେତ୍ରୀଙ୍କୁ ଝିଅ ହେବା ବୟସରେ ବୋହୁ ହେବାକୁ ପଡିଥିଲା ଓ ଏହି ଅଭିନେତ୍ରୀମାନେ ପରଦାରେ ଯେଉଁ ଅଭିନୟ ଦେଖାଇଲେ ତାହା ପ୍ରଶଂସା ଯୋଗ୍ୟ ଅଟେ | ଏହି ଚରିତ୍ରଗୁଡ଼ିକ ପାଇଁ ସେମାନେ ଘରେ ଘରେ ଲୋକପ୍ରିୟ ହୋଇଗଲେ ।

ଝିଅ ହେବା ବୟସରେ, ଟିଭି ର 6 ଜଣ ଅଭିନେତ୍ରୀଙ୍କୁ ହେବାକୁ ପଡିଲା ବୋହୂ

ଟିଭି ସିରିଏଲରେ ଗୋଟିଏରୁ ବଳି ଗୋଟିଏ ବୋହୂ ଅଛନ୍ତି ଯେଉଁମାନେ ଘରେ ଘରେ ବହୁତ ଲୋକପ୍ରିୟ ହୋଇସାରିଛନ୍ତି | ଆଜି ଆମେ ଆପଣଙ୍କୁ ଛୋଟ ପରଦାର ସେହି ଅଭିନେତ୍ରୀମାନଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ପରଦାରେ ସମସ୍ତଙ୍କ ପ୍ରିୟ ବୋହୂର ଚରିତ୍ରରେ ଅଭିନୟ କରି ସାରିଛନ୍ତି ।

ହିନା ଖାନ୍

ଷ୍ଟାର୍ ପ୍ଲସ୍ ର ଲୋକପ୍ରିୟ ସିରିଏଲ୍ ‘ୟେ ରିସ୍ତା କ୍ୟା କେହଲାତା ହୈ’ ରେ ଅଭିନେତ୍ରୀ ହିନା ଖାନ୍ ଅକ୍ଷରା ଭୂମିକାରେ ଅଭିନୟ କରିଥିଲେ | ସେହି ସମୟରେ, ହିନାଙ୍କୁ 21 ବର୍ଷ ହୋଇଥିଲା ଏବଂ 18 ବର୍ଷ ବୟସରେ ସିରିଏଲରେ ସେ ଅନସ୍କ୍ରିନ ରେ ସିଙ୍ଗାନିଆ ପରିବାରର ବୋହୂ ହୋଇଥିଲେ |

ପ୍ରତ୍ୟୁଷା ବାନାର୍ଜୀ

କଲର୍ସ ଚ୍ୟାନେଲରେ ବହୁ ଲୋକପ୍ରିୟତା ହାସଲ କରିଥିବା ସିରିୟଲ ‘ବାଲିକା ବଧୂ’ରେ ଆନନ୍ଦି ଭୂମିକାରେ ପ୍ରତ୍ୟୁଷା ବାନାର୍ଜୀ ନଜର ଆସିଥିଲେ । ସେହି ସମୟରେ ପ୍ରତ୍ୟୁଷାଙ୍କୁ 18 ବର୍ଷ ହୋଇଥିଲା ଏବଂ ସେ ସେହି ସମୟରେ ଜଣେ ଆଦର୍ଶ ବୋହୂ ହୋଇଥିଲେ । ଆପଣଙ୍କୁ କହି ଦେଉଛୁ କି ପ୍ରତ୍ୟୁଷା ବାସ୍ତବ ଜୀବନରେ ଏପ୍ରିଲ 1, 2016 ରେ ମୃତ୍ୟୁ ବରଣ କରିଥିଲେ ।

ଅଭିକା ଗୌର

କଲର୍ସର ଦ୍ୱିତୀୟ ଲୋକପ୍ରିୟ ସିରିୟଲ୍ ‘ସସୁରାଲ୍ ସିମର କା’ ରେ ଅଭିକା ଗୌର ମାତ୍ର 15 ବର୍ଷ ବୟସରେ ବୋହୁ ର ଭୂମିକା କରିଥିଲେ | ବାସ୍ତବ ଜୀବନରେ ମଧ୍ୟ ଅବିକାଙ୍କୁ ମାତ୍ର 15 ବର୍ଷ ହୋଇଥିଲା ଏବଂ ସେ ‘ବାଳିକା ବଧୂ’ ସିରିୟଲ୍ ରୁ 9 ବର୍ଷ ବୟସରେ ନିଜ କ୍ୟାରିଅର ଆରମ୍ଭ କରିଥିଲେ |

ମହିମା ମକୱାନା

ଟିଭି ଧାରାବାହିକ “ସପ୍ନେ ସୁହାନେ ଲଡକପନ କେ” ରେ, ସାଧା ସିଧା ଦେଖା ଯାଉଥିବା ଅଭିନେତ୍ରୀ ମହିମାଙ୍କୁ ଯେତେବେଳେ ଏହି ରୋଲ ମିଳିଥିଲା ସେତେବେଳେ ତାଙ୍କୁ ମାତ୍ର 12 ବର୍ଷ ହୋଇଥିଲା । ଏହି ସିରିଏଲରେ ସେ ଜଣେ 18 ବର୍ଷର ଝିଅ ଭୂମିକାରେ ଅଭିନୟ କରିଥିଲେ ଏବଂ ସେହି ବୟସରେ ବିବାହ କରିଥିଲେ |

କାଞ୍ଚି ସିଂ

ଟିଭି ସିରିଏଲର ‘ଅର ପ୍ୟାର ହୋ ଗେୟା’ ରେ ଅବନୀ ଭୂମିକାରେ ଅଭିନୟ କରିଥିବା କାଞ୍ଚି ସିଂ ଏହି ସୋ ପରେ ସମସ୍ତଙ୍କ ହୃଦୟରେ ରାଜ କରିଥିଲେ । କାଞ୍ଚି ସିରିଏଲରେ ତାଙ୍କର ସୁନ୍ଦର ଅଭିନୟରେ ମେକର୍ଷମାନଙ୍କୁ ଖୁସି କରିଥିଲେ ଓ 16 ବର୍ଷ ବୟସରେ ବୋହୁ ର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ |

କ୍ରିଷ୍ଟଲ୍ ଡିସୁଜା

ଟିଭି ଧାରାବାହିକ ‘ଏକ ହଜାର ମେ ମେରୀ ବେହେନା ହୈ’ ରେ ବଡ଼ ଭଉଣୀ ଜୀବୀ ର ଚରିତ୍ରରେ ଅଭିନେତ୍ରୀ କ୍ରିଷ୍ଟଲ ଡିସୁଜା ୨୦ ବର୍ଷ ବୟସରେ ହିଁ ସଂସ୍କାରୀ ଓ ବୁଦ୍ଧିମାନ ବୋହୁରା ଅଭିନୟ କରିଥିଲେ ।

ବନ୍ଧୁଗଣ ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ ଆଉ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *