କାଳିଆ ପ୍ରେମରେ ବାଈ ବିଦେଶିନୀ, ବିଦେଶିନୀ ହୋଇ ବି ଆପଣେଇ ନେଇଛନ୍ତି ଓଡିଶାର କଳା, ସଂସ୍କୃତି, ସାଜିଛନ୍ତି ଖାଣ୍ଟି ଓଡିଆଣୀ, ଦେଖନ୍ତୁ Video

ଆମ ଜଗନ୍ନାଥ ସଂସ୍କୃତି ବହୁତ ପୁରୁଣା । ଏହା କେବଳ ଆମ ଓଡିଶାରେ ନୁହେଁ ବରଂ ସାରା ଭାରତ ସମେତ ସମଗ୍ର ବିଶ୍ବରେ ମଧ୍ୟ ଖୁବ ପ୍ରସିଦ୍ଧ । କାଳିଆ ଠାକୁରଙ୍କ ଲୀଳା ହକୁବ ଅଦ୍ଭୁତ । ଯିଏ ତାଙ୍କ ପ୍ରେମର ସ୍ଵାଦ ଠାରେ ଚାଖିଛି ସେ ଜୀବନରେ ଆଉ କେବେ ପଛକୁ ଫେରିନି ।

ଆମ ଶାସ୍ତ୍ର ପୁରାଣ ସମେତ ଅସଲ ଜୀବନରେ ମଧ୍ୟ ଆପଣ ଏହାର ଅନେକ ଉଦାହରଣ ଦେଖିବାକୁ ବା ଶୁଣିବାକୁ ପାଇଥିବେ । ଜଗନ୍ନାଥ ତାଙ୍କ ପ୍ରେମ ଡୋରିରେ କେତେବେଳେ କାହାକୁ ନିଜ ଆଡକୁ ଟାଣି ନିଅନ୍ତି ଏହା କିଏ ବା ଜାଣିପାରେ । ଯିଏ ତାଙ୍କ ପାଖକୁ ଥରେ ଯାଇଛି ସେ ନିଶ୍ଚୟ ବୁଝିଛି ତାଙ୍କ ମାୟାକୁ । ଏହିପରି ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ ଜଣେ ବିଦେଶିନୀଙ୍କ ଜଗନ୍ନାଥଙ୍କ ପ୍ରତି ପ୍ରେମ ଦେଖିଲେ ।

ଜଗା ପ୍ରେମରେ ମଜି ଯାଇଛନ୍ତି ଏହି ରୁଷିଆ ଝିଅ ଏବଂ ହୋଇ ଯାଇଛନ୍ତି ଶ୍ରୀକ୍ଷେତ୍ର ବୋହୂ । ତାଙ୍କୁ ଦେଖିଲେ ଆପଣ ମଧ୍ୟ କହିବେ କି ସେ ଖାଣ୍ଟି ଓଡିଆଣୀ ବୋଲି । ସେ ଜଣେ ଓଡିଆଣୀଙ୍କ ପରି ବେଶଭୁଷା ସଜ୍ଜ ହୋଇ ରହୁଛନ୍ତି । ତାଙ୍କୁ ଏହି ଓଡିଆଣୀ ବେଶ ଖୁବ ସୁନ୍ଦର ଲାଗୁଛି ମଧ୍ୟ । ଶାଢୀ, ଶଙ୍ଖା ସିନ୍ଦୁର ପିନ୍ଧି ଠିକ ଜଣେ ଓଡିଆଣୀ ପରି ଲାଗୁଛନ୍ତି ଏହି ବିଦେଶିନୀ । ତେବେ ବେଶଭୂଷା ସହ ସେ ଓଡିଆ କଳା ସଂସ୍କୃତିକୁ ମଧ୍ୟ ଖୁବ ଭଲ ପାଆନ୍ତି ।

ଆଉ ତାଙ୍କର ଶେଷ ଇଚ୍ଛା ହେଉଛି ଏହି ଜଗନ୍ନାଥ ଧାମରେ ହିଁ ତାଙ୍କର ଶେଷ ନିଃଶ୍ଵାସ ଯାଉ । ତେବେ ଜଗନ୍ନାଥ ପ୍ରେମରେ ବାଈ ହୋଇଥିବା ଏହି ବିଦେଶିନୀଙ୍କ ନାମ ହେଉଛି ଗୋପିକା ଦେବୀ ଦାସ । ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ଗୋପିକା ଋଷିଆରେ ରହୁଥିବା ତାଙ୍କ ସାଙ୍ଗସାଥି ଏବଂ ପରିବାର ଲୋକଙ୍କୁ ମଧ୍ୟ ଓଡିଶାର କଳା ସଂସ୍କୃତି ଓ ଜଗନ୍ନାଥଙ୍କ ବାବଦରେ ଅନେକ କଥା ବୁଝାଉଛନ୍ତି ।

ଏଥର ରଥଯାତ୍ରା ଦେଖି ପାରି ନ ଥିବାରୁ ସେ ବଡଦାଣ୍ଡରୁ ନୀଳଚକ୍ର ଏବଂ ପତିତପାବନଙ୍କୁ ଦର୍ଶନ କରିଛନ୍ତି । ଗୋପିକା ପାଞ୍ଚ ବର୍ଷ ପୂର୍ବେ ଓଡିଶା ଜଗନ୍ନାଥ ଧାମ ଆସିଥିଲେ । ସେ ଜଗନ୍ନାଥଙ୍କ ପ୍ରେମରେ ଏତେ ମଗ୍ନ ଯେ, ସେବେ ଠାରୁ ଏପର୍ଯ୍ୟନ୍ତ ମାତ୍ର ଠାରେ ହିଁ ସେ ଋଷିଆ ଯାଇଛନ୍ତି ବୋଲି ତାଙ୍କ ସ୍ଵାମୀ ଜିଏକି ଶ୍ରୀମନ୍ଦିରର ଜଣେ ସେବାୟତ କହିଛନ୍ତି । ସେ ସେଠାରେ ଜଗନ୍ନାଥଙ୍କ ପାଖରେ ମହାପ୍ରସାଦ ଖାଇ ଖୁବ ଆନନ୍ଦରେ ରହୁଛନ୍ତି ।

ସେ ଦିନରାତି ଜଗନ୍ନାଥଙ୍କ ପାଖେ ପ୍ରାର୍ଥନା କରୁଛନ୍ତି ଯେପରି ସେ ଏହି ଜଗନ୍ନାଥ ଧାମରେ ତାଙ୍କର ଶେଷ ନିଃଶ୍ଵାସ ପରିତ୍ୟାଗ କରିବେ । ସେ ଆମ ସଂସ୍କୃତିକୁ ଖୁବ ମାନ୍ୟ କରି ସବୁବେଳେ ଶାଢୀ ପିନ୍ଧି ରହୁଛନ୍ତି । ସେ ସେବାୟତଙ୍କୁ ଅନୁରୋଧ କରି ତାଙ୍କ ଠାରୁ ଅନେକ ଜଗନ୍ନାଥ କଥା ମଧ୍ୟ ଶୁଣୁଛନ୍ତି ଏବଂ ସେଗୁଡିକୁ ତାଙ୍କ ସାଙ୍ଗ ମାନଙ୍କୁ ମଧ୍ୟ ଶୁଣାଉଛନ୍ତି । ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *