ଯେଉଁ ଘରେ ଥାଏ ଏହି 4 ଟି ଜିନିଷ, ସେହି ଘର ର ପାଖ ମଧ୍ୟ ମାଡି ନଥାଏ ଦରିଦ୍ରତା- Vastu Tips

ନମସ୍କାର ବନ୍ଧୁଗଣ ,ବନ୍ଧୁଗଣ ଚାଣକ୍ୟ ନୀତି ଚାଣକ୍ୟ ଙ୍କ ଦ୍ଵାରା ଲିଖିତ ଏକ ନୀତି ଗ୍ରନ୍ଥ ଅଟେ । ଯେଉଁଥିରେ କି ଜୀବନ କୁ ସୁଖୀ ଏବଂ ସଫଳ କରିବା ବିଷୟରେ ଲେଖା ହୋଇଛି । ଏହି ଗ୍ରନ୍ଥ ରେ ପ୍ରତ୍ୟେକ ଟି କଥା ଜୀବନ ବିଷୟରେ ଉପଯୁକ୍ତ ଉପଦେଶ ଦେଇଥାଏ । ଚାଣକ୍ୟ ବହୁତ ବୁଦ୍ଧିମାନ ଏବଂ ଜ୍ଞାନୀ ଥିଲେ । ଯାହାଙ୍କ ଦ୍ବାରା ଚନ୍ଦ୍ରଗୁପ୍ତମୋର୍ଯ୍ୟ ରାଜା ହୋଇପାରିଥିଲେ । ଜାଣନ୍ତୁ ଚାଣକ୍ୟ ଙ୍କର କିଛି ମହତ୍ତ୍ୱପୂର୍ଣ୍ଣ ନୀତି ଗୁଡିକ ବିଷୟରେ ଯାହା କି ଆପଣଙ୍କୁ ଜୀବନରେ ଅନେକ ପ୍ରକାର ସାହାଯ୍ୟ କରିପାରିବ । ଆଜି ଆମେ ଆପଣଙ୍କୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ କିଛି ଅମୂଲ୍ୟ କଥା ଜଣାଇବାକୁ ଯାଉଛୁ ।

ମନୁଷ୍ୟ ଜୀବନ ର ସବୁଠାରୁ ବଡ଼ ସମସ୍ୟା ହେଉଛି ଦାରିଦ୍ର୍ୟତା । କିନ୍ତୁ ଏହାର ସମାଧାନ ମଧ୍ୟ ରହିଛି । ବନ୍ଧୁଗଣ ଶାସ୍ତ୍ର ଅନୁସାରେ ଯେଉଁ ଘରେ ଏପରି କିଛି ଜିନିଷ ରହିଥାଏ ସେହି ଘରକୁ ଦରିଦ୍ରତା କେବେ ମଧ୍ୟ ପ୍ରବେଶ କରି ପାରି ନ ଥାଏ । ତେବେ ବନ୍ଧୁଗଣ କଣ ସେହି ଜିନିଷ ଆଜି ଆମେ ଆପଣଂକୁ ଜଣାଇବୁ ।

ବନ୍ଧୁଗଣ ଯେଉଁ ବ୍ୟକ୍ତି ସଚ୍ଚା ମନ ରୁ ଭଗବାନ ଗଣେଶ ଙ୍କ ର ପୂଜା କରିଥାଏ ଭଗବାନ ଗଣେଷ ତାର ସମସ୍ତ ମନସ୍କାମନା ପୂର୍ଣ୍ଣ କରିଥାନ୍ତି । ସେଥିପାଇଁ ତାଙ୍କୁ ବିଘ୍ନହର୍ତା କୁହାଯାଏ । ଭଗବାନ ଗଣେଷ ଭକ୍ତ ଙ୍କ ର ସମସ୍ତ ଦୁଃଖ ଦୁର୍ଦ୍ଦଶା କୁ ଦୁର କରିଥାନ୍ତି । ବନ୍ଧୁଗଣ ଘରେ ଗଣେଷ ଙ୍କ ର ଏକ ନୃତ୍ୟ ମୁଦ୍ରା ର ମୂର୍ତ୍ତି ରଖିବା ଆବଶ୍ୟକ ।

ଏହାକୁ ଏପରି ଆପଣଙ୍କ ଘରେ ରଖିବେ ଯେପରି ଭଗବାନ ଙ୍କ ଦୃଷ୍ଟି ଆପଣଙ୍କ ଘର ର ମୁଖ୍ୟ ଦ୍ୱାର ଉପରେ ରହିବ । ଏହା ଦ୍ବାରା ଆପଣଙ୍କ ଘର ର ସମସ୍ତ ସମସ୍ୟା ତ ଦୁର ହୋଇଯିବ ଏହା ସହିତ ଆପଣଙ୍କ ଘରୁ ଦାରିଦ୍ର୍ୟତା ମଧ୍ୟ ଦୁର ହୋଇଯିବ ଓ ଧନ ର ବର୍ଷା ହେବ ।

ଘରେ ବଂଶୀ ରଖିବା ନିହାତି ଆବଶ୍ୟକ । ଘରେ ବଂଶୀ ରହିବା ଦ୍ୱାରା ଘରେ ଥିବା ସମସ୍ତ ବାସ୍ତୁ ଦୋଷ ର ବିନାଶ ହୋଇଥାଏ । ବଂଶୀ ଘର ପାଇଁ ବହୁତ ଶୁଭ ହୋଇଥାଏ । ଯେଉଁ ବ୍ୟକ୍ତି ନିଜ ଘରେ ବଂଶୀ ରଖିଥାଏ ତାହାର ସମସ୍ତ ପ୍ରକାର ବାସ୍ତୁ ଦୋଷ କଟି ଯାଇଥାଏ । ତେଣୁ ଘରେ ଏକ ଚାନ୍ଦି ର ବଂଶୀ ରଖିବା ଉଚିତ ।

ଏହା ଦ୍ବାରା ଆପଣଙ୍କ ଘରେ ଥିବା ନକରାତ୍ମକ ଶକ୍ତି ର ଅନ୍ତ ଘଟି ଥାଏ ଓ ଆପଣଙ୍କ ଘର ର ଦାରିଦ୍ର୍ୟତା ଦୁର ହୋଇଥାଏ । ଘରେ ବଂଶୀ ରଖିବା ଦ୍ୱାରା ମାତା ଲକ୍ଷ୍ମୀ ଘରେ ବାସ କରିଥାନ୍ତି । ଏହା ଦ୍ୱାରା ଘରେ ଧନ ର ବର୍ଷା ହୋଇଥାଏ । ଆପଣଙ୍କ ର କୌଣସି ପ୍ରକାର ଆର୍ଥିକ ସମସ୍ୟା ରହି ନ ଥାଏ ।

ଘରେ ଶଙ୍ଖ ରଖିବା ବହୁତ ଆବଶ୍ୟକ ହୋଇଥାଏ । ଶଙ୍ଖ ସମସ୍ତ ପ୍ରକାର ବାସ୍ତୁ ଦୋଷ ଦୁର କରିବା ରେ ସାହାଯ୍ୟ କରିଥାଏ । ଶଙ୍ଖ ମଧ୍ୟରେ ଏପରି ଅଦ୍ଭୁତ ଶକ୍ତି ଥାଏ ଯାହା ଘର ର ସମସ୍ତ ବାସ୍ତୁ ଦୋଷ କୁ ଦୁର କରିଥାଏ । ଯେଉଁ ଘରେ ପ୍ରତିଦିନ ଶଙ୍ଖ ବାଜିଥାଏ ସେହି ଘରେ ଓ ତାର ଆଖ ପାଖ ର ବାୟୁ ବିଶୁଦ୍ଧ ହୋଇଥାଏ ଓ ସକରାତ୍ମକ ହୋଇଥାଏ ।

ଘରେ ମାତା ଲକ୍ଷ୍ମୀ ଙ୍କ ଶଙ୍ଖ ଧରିଥିବା ମୂର୍ତ୍ତି ରଖିବା ଆବଶ୍ୟକ । ଏହା ଘର ପାଇଁ ବହୁତ ଶୁଭ ହୋଇଥାଏ । ଆପଣ ଯେଉଁ ସ୍ଥାନରେ ଠାକୁର ପୂଜା କରୁଛନ୍ତି ସେହି ସ୍ଥାନରେ ଶଙ୍ଖ କୁ ଏକ ଲାଲ କପଡା ରେ ଘୁରାଇ ରଖିବା ଉଚିତ ଓ ନିୟମିତ ଏହାର ପୂଜା କରିବା ଉଚିତ । ଏପରି କରିବା ଦ୍ୱାରା ଘରେ ଲାଗି ରହିଥିବା ଅର୍ଥ ଜନିତ ସମସ୍ୟା ର ଅନ୍ତ ଘଟିଥାଏ । ଆପଣଙ୍କ ଘର ଧନ ସମ୍ପତ୍ତି ରେ ପରିପୂର୍ଣ୍ଣ ହୋଇଯାଇଥାଏ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *