ଗାଈ ଖାଇ ଉଠି ପାରୁନାହିଁ ବାଘ ! ଯେଉଁ ବାଘ ମଣିଷ ମାରିଥିଲା, ଆଜି ସେହି ବାଘର ଫୋଟ ନେଇଛନ୍ତି ଗାଁ ଲୋକେ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପୁଣି ଥରେ ବାଘକୁ ନେଇ ଚର୍ଚା ! ଯେଉଁ ବାଘ ମଣିଷ, ଗାଈ, ବାଛୁରୀ ମାରି ଖାଉଥିଲା । ଆଜି ସେହି ନୂଆପଡା ଜଙ୍ଗଲର ବାଘ ଶିକାର ଅନ୍ଵେଷଣରେ ଥିବା ସମୟରେ ଏକ ଗାଈକୁ ଦେଖିଥିଲା । ତାପରେ ଶିକାର ଲୋଭରେ ଗାଈ ଉପରେ ଆକ୍ରମଣ ମଧ୍ୟ କରିବାକୁ କଲରାପତରିଆ ବାଘ ପଛାଇ ନଥିଲା । ହେଲେ ଯେତେବେଳେ ଗାଈକୁ ନିଜ କବଳରେ କରି ବାଘଟି ଗାଈକୁ ଶିକାର କରି ଦେଇଥିଲା ।

ସେତେବେଳେ ବାଘଟି ଗାଈକୁ ଖାଇଦେଇଥିଲା । ସତ କିନ୍ତୁ ଖାଇସାରିବା ପରେ ସେହି ସ୍ଥାନରୁ ଉଠି ଆଉ କୁଆଡେ ମଧ୍ୟ ବାଘଟି ଯିବାକୁ ସମର୍ଥ ହୋଇପାରିନଥିଲା । କାରଣ ବାଘଟି ଲୋଭରେ ଅତ୍ୟଧିକ ଖାଦ୍ୟ ଖାଇଦେଇଥିବା ହେତୁ ଆଉ ଚଳପ୍ରଚଳ କରିପାରିନଥିଲା ବାଘ । ବାଘକୁ କାହାର ଅବା ଡର ନଥାଏ । ସେଥିପାଇଁ ବାଘ ଥିବା ଜଙ୍ଗଲକୁ ଲୋକମାନେ ଭୁଲ୍ ରେ ମଧ୍ୟ କେବେବି ଯାଇନଥାନ୍ତି ।

ହେଲେ ବାଘର ଏପରି ଦୟନୀୟ ଅବସ୍ଥା ବହୁ ସମୟ ଦେଖିବା ପରେ ସ୍ଥାନୀୟ କିଛି ଯୁବକ ବାଘର ଅତି ନିକଟକୁ ଯାଇ ବାଘଟି ଗୁମ ମାରି ବସିଥିବାର ଦୃଶ୍ୟକୁ କ୍ୟାମେରାରେ କଏଦ କରି ଦେଇଥିଲେ । ଯେଉଁ ଦୃଶ୍ୟଟି ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗି ପଡିଛି । ତେବେ ବାଘଟି ଗାଈକୁ ସଂପୂର୍ଣ୍ଣ ଭାବରେ ଲୋଭ କରି ଖାଇ ଦେଇଥିବାରୁ ଏପରି ଅବସ୍ଥା ବାଘର ହୋଇଛି ବୋଲି ସ୍ଥାନୀୟ ଲୋକେ ଅନୁମାନ କରିଛନ୍ତି ।

ତେବେ କିଛି ମାସ ତଳେ ସେହି ନୂଆପଡା ଜଙ୍ଗଲରୁ କଲରାପତରିଆ ବାଘଟି ଗୋଟିଏ ବୃଦ୍ଧା ମଣିଷକୁ ଖାଇବା ପାଇଁ ନିଜର ଶିକାର କରିଦେଇଥିଲା । ତାପରେ ପରେ ଜଙ୍ଗଲରୁ ବାହାରି ଅନେକ ସମୟରେ କଲରାପତରିଆ ନିଜର ଶିକାର ପାଇଁ ଗାଈ, ବାଛୁରୀ ଭଳି ଅନେକ ଜୀବଜନ୍ତୁଙ୍କୁ ଶିକାର କରିଥାଏ । ହେଲେ କଲରାପତରିଆ ବାଘଟି ଆଜି ଗାଈ ଖାଇବା ପରେ ଆଉ ଚଳାବୁଲା କରିପାରୁନାହିଁ ।

ଯାହା ଫଳରେ ଜଙ୍ଗଲ ମଧ୍ୟକୁ ମଧ୍ୟ ବାଘଟି ନଯାଇ ଗୋଟିଏ ଜାଗାରେ ପଡି ରହିଛି । ତେବେ ବାଘ ଓ ସ୍ଥାନୀୟ ଲୋକଙ୍କ ସୁରକ୍ଷା ପାଇଁ ବନ ବିଭାଗକୁ ଏଥିପାଇଁ ଦାବୀ କରାଯାଇଛି । ଏହା ସହ ବାଘଟି ପ୍ରକୃତରେ କଣ ହୋଇଛି । ତାହା ମଧ୍ୟ ବନବିଭାଗ ଲୋକ ଆସି ଅନୁଧ୍ୟାନ କରି ହୁଏତ କିଛି ସ୍ପଷ୍ଠ ମଧ୍ୟ କରିପାରିବେ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *