ଯେତେବେଳେ ଅଚାନକ ରୋଷେଇ ଘରୁ ବାହାରିଲେ 3 ଟି ଭୟଙ୍କର ନାଗ ସାପ, ଏମିତି ଭୟଙ୍କର ଦୃଶ୍ୟ ଆପଣ ଆଗରୁ କେବ ବି ଦେଖି ନଥିବେ, ଦେଖନ୍ତୁ Video

ବନ୍ଧୁଗଣ ଆମ ହିନ୍ଦୁ ଧର୍ମରେ ନାଗ ସାପର ବହୁତ ମାନ୍ୟତା ରହିଛି । ନାଗ ସାପକୁ ଭଗବାନ ଶିବ ନିଜ ବେକରେ ଧାରଣ କରନ୍ତି ତେଣୁ ନାଗକୁ ପୂଜା ମଧ୍ୟ କରାଯାଏ । ହେଲେ ଏହା ଯେତିକି ପୂଜନୀୟ ଅଟେ ସେତିକି ମାରାତ୍ମକ ମଧ୍ୟ ହୋଇଥାଏ । ଏହାର ଚୋଟରେ ମଣିଷ ନିଜ ପ୍ରାଣ ମଧ୍ୟ ହରାଇ ଥାଏ । ନାଗ ସାପ ସାଧାରଣତଃ ଜଙ୍ଗଲ ଏରିଆରେ ଦେଖିବାକୁ ମିଳିଥାଏ । ବେଳେବେଳେ ଏହି ସାପ ଲୋକ ମାନଙ୍କ ଘର ମଧ୍ୟକୁ ମଧ୍ୟ ପସି ଯାଇଥାଏ ।

ବନ୍ଧୁଗଣ ବର୍ତ୍ତମାନ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ସାମ୍ନାକୁ ଆସିଛି ଗୋଟିଏ ଘରେ ତିନୋଟି ନାଗ ସାପକୁ ଉଧାର କରାଯାଇଥିବାର ଖବର ମିଳିଛି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ । ମିଡିଆ ରିପୋର୍ଟସ ଅନୁସାରେ ଭଦ୍ରକ ଜିଲ୍ଲା କେନ୍ଦୁଆପଡା ଅଞ୍ଚଳରେ ଏହି ଘଟଣାଟି ଘଟିଛି ।

ଏହି ଅଞ୍ଚଳରେ ଥିବା ଏକ ଘର ମଧ୍ୟରୁ ତିନୋଟି ସାପ ଉଧାର କରାଯାଇଛି । ପ୍ରଥମେ ଏହା ବିଷୟରେ ସେହି ଘରର ଲୋକ ମାନେ ଜାଣିଥିଲେ ଓ ପରେ ଗାଁ ଲୋକ ମାନେ ଜାଣିଲେ ।ଘଟଣା ବିଷୟରେ ଜାଣିବା ପରେ ସେମାନେ ଏହାର ସୂଚନା ବନ ବିଭାଗକୁ ଦେଇଥିଲେ ଓ ଏକ ସାପ ଧରାଳି ସେହି ସ୍ଥାନକୁ ଯାଇ ତିନୋଟି ନାଗ ସାପକୁ ଉଧାର କରିଥିଲେ ।

ଗାଁ ଲୋକ ମାନେ ଭୟବିତ ହୋଇ ଗୋଟିଏ ସାପକୁ ବାଡିରେ ମାରି ଆଘାତ ଦେଇଥିଲେ । ସାପ ଧରାଳି ଜଣକ ସାପକୁ ପାଣିରେ ଧୋଇ ତା ଦେହରେ ହଳଦୀ ଲଗାଇଥିଲେ ଓ ଏକ ପଟି ବାନ୍ଧି ଥିଲେ ।

ବନ୍ଧୁଗଣ ଗୋଟିଏ ଘରେ ତିନୋଟି ନାଗ ସାପ ଥିବାର ଘଟଣା ବର୍ତ୍ତମାନ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । କାରଣ ଏହି ପରିକା ବିଚିତ୍ର ଘଟଣା ବହୁତ କମ ଦେଖିବାକୁ ମିଳିଥାଏ । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *