ଯେତେବେଳେ କିନ୍ନର ସାଜି ପରଦାରେ ନଜର ଆସିଲେ Bollywood ର ଏହି 5 ଜଣ Actor, ନିଜର ଦମଦାର ଅଭିନୟରେ ଜିତିନେଲେ ଫ୍ୟାନ୍ସ ଙ୍କ ହୃଦୟ, 5 ନମ୍ବର ଆକ୍ଟର ସମସ୍ତଙ୍କ ଫେବ୍ରେଟ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବଲିଉଡ ଫିଲ୍ମ ଗୁଡ଼ିକ କେବଳ ଫିଲ୍ମ ର କାହାଣୀ କୁ ନେଇ ସୁପରହିଟ ହୋଇନଥାଏ । ଏଥିପାଇଁ ମୁଖ୍ୟ ଭୂମିକା ରହିଥାଏ ଫିଲ୍ମ ରେ ଥିବା କଳାକାର ମାନଙ୍କର । କଳାକାର ମାନେ ଫିଲ୍ମ ରେ କିଛି ଏଭଳି ଭୂମିକା କୁ ପରଦା ରେ ନିଜର ଅଭିନୟ ଦ୍ଵାରା ପ୍ରଦର୍ଶନ କରିଥାନ୍ତି ଯାହା ଦର୍ଶକ ମାନେ ଖୁବ ମାତ୍ରାରେ ପସନ୍ଦ କରିଥାନ୍ତି ଏବଂ ସେହି କାରଣରୁ ଫିଲ୍ମ ସୁପରହିଟ ସାବ୍ୟସ୍ତ ହୋଇଥାଏ । ସମାଜ ରେ ଥିବା ଅନେକ ଭୂମିକା ମଧ୍ୟରୁ ଜଣେ ପ୍ରମୁଖ ଭୂମିକା ରହିଛି କିନ୍ନର ମାନଙ୍କ ।

ସେମାନେ ସମାଜ ର ଏକ ଅଂଶ ହେବା ସତ୍ତ୍ୱେ ତାଙ୍କୁ ସମସ୍ତେ ଭିନ୍ନ ଭାବିଥାନ୍ତି । କିନ୍ତୁ ବଲିଉଡ ର କିଛି ଅଭିନେତା ଫିଲ୍ମ ରେ କିନ୍ନର ଭୂମିକା ରେ ଅଭିନୟ କରି ବହୁତ ସୁନ୍ଦର ଭାବରେ ନିଜର ଅଭିନୟ ପ୍ରଦର୍ଶନ କରିଛନ୍ତି । ଏହା ସହିତ ଏହି ଭୂମିକା ପାଇଁ ସେହି ଅଭିନେତା ମାନେ ବିଶେଷ ପ୍ରସିଦ୍ଧି ମଧ୍ୟ ହାସଲ କରିଛନ୍ତି ।

ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ସେହି ଅଭିନେତା ମାନଙ୍କ ସମ୍ବନ୍ଧରେ କହିବୁ ଯେଉଁମାନେ ଫିଲ୍ମ ରେ କିନ୍ନର ଭୂମିକା ରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଛନ୍ତି । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ଆଶୁତୋଷ ରାଣା- ବନ୍ଧୁଗଣ ଏହି ଅଭିନେତା ବଲିଉଡ ଇଣ୍ଡଷ୍ଟ୍ରୀ ର ଜଣେ ଏଭଳି ଅଭିନେତା ଅଟନ୍ତି ଯିଏ ଉଭୟ ପଜିଟିଭ ଏବଂ ନେଗେଟିଭ ରୋଲ କୁ ବହୁତ ଭଲ ଭାବରେ ତୁଲାଇ ଥାଆନ୍ତି । ଏହି ଅଭିନେତା ଙ୍କୁ ବିଭିନ୍ନ ରୂପରେ ଫିଲ୍ମ ରେ ଦେଖିବାକୁ ମିଳିଥାଏ । ସେ ପ୍ରସିଦ୍ଧ କିନ୍ନର ରାଜନେତା ସବନମ ମୌସି ଙ୍କ କାହାଣୀ କୁ ନେଇ ଆଧାରିତ ଫିଲ୍ମ ରେ କିନ୍ନର ଭୂମିକା ରେ ଅଭିନୟ କରିଥିଲେ । ସବନମ ମୌସି ଦୁନିଆର ଜଣେ ଏଭଳି ରାଜନେତା ଅଟନ୍ତି ଯିଏ ନିର୍ବାଚନ ଲଢ଼ିଥିଲେ ଏବଂ ଜିତିଥିଲେ ମଧ୍ୟ । ଫିଲ୍ମ ‘ସବନମ ମୌସି’ ୨୦୦୫ ମସିହାରେ ରିଲିଜ ହୋଇଥିଲା । ଏହି ଫିଲ୍ମ ରେ ଅଭିନେତା ଆଶୁତୋଷ ରାଣା ଙ୍କ ସବନମ ମୌସି ଙ୍କ ଚରିତ୍ର ରେ ଅଭିନୟ କୁ ଦର୍ଶକ ମାନେ ବର୍ତ୍ତମାନ ପର୍ଯ୍ୟନ୍ତ ମନେ ରଖିଛନ୍ତି ।

୨. ମହେଶ ମାଁଜରେକର- ବନ୍ଧୁଗଣ ଏହି ଅଭିନେତା ବଲିଉଡ ଇଣ୍ଡଷ୍ଟ୍ରୀ ରେ ନିଜର ଅଭିନୟ ମାଧ୍ୟମରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ପଜିଟିଭ ରୋଲ ରେ ଅଭିନୟ କରି ଦର୍ଶକ ମାନଙ୍କ ପ୍ରଶଂସା ଲୁଟିଥିବା ବେଳେ ନେଗେଟିଭ ରୋଲରେ ଅଭିନୟ କରି ଏହି ଅଭିନେତା ନିଜର ପ୍ରତିଭା ର ପ୍ରଦର୍ଶନ କରିଛନ୍ତି । ସେହିପରି ୨୦୧୩ ମସିହାରେ ଆସିଥିବା ଫିଲ୍ମ ‘ରଜ୍ଜୋ’ ରେ ମହେଶ ଜଣେ କିନ୍ନର ଙ୍କ ଭୂମିକା ରେ ଅଭିନୟ କରିଥିଲେ । ଏହି ଫିଲ୍ମ ରେ କଁଗନା ରାନାବତ ଏବଂ ପାରସ ଆରୋରା ମୁଖ୍ୟ ଭୂମିକା ରେ ଥିଲେ । ଏହି ଫିଲ୍ମ ତ କୌଣସି କମାଲ ଦେଖାଇ ନଥିଲା । କିନ୍ତୁ ମହେଶ କରିଥିବା ଏହି କିନ୍ନର ଚରିତ୍ର କୁ ଦର୍ଶକ ମାନେ ଖୁବ ପସନ୍ଦ କରିଥିଲେ ।

୩. ପରେଶ ରାୱଲ୍- ବନ୍ଧୁଗଣ ବଲିଉଡ ଇଣ୍ଡଷ୍ଟ୍ରୀ ର ବାବୁରାଓ ନାମରେ ପରିଚିତ ଏହି ଅଭିନେତା ସର୍ବଦା ନିଜର ଅଭିନୟ ମାଧ୍ୟମରେ କମାଲ କରି ଦେଖାଇଛନ୍ତି । ସେହିପରି ଭାବରେ ୧୯୯୭ ମସିହାରେ ଫିଲ୍ମ ‘ତମନ୍ନା’ ରେ ସେ ଜଣେ କିନ୍ନର ଭୂମିକା ରେ ଅଭିନୟ କରିଥିଲେ ଏବଂ ତାଙ୍କର ଏହି ଚରିତ୍ର କୁ ଦର୍ଶକ ମାନେ ଖୁବ ମାତ୍ରାରେ ପସନ୍ଦ ମଧ୍ୟ କରିଥିଲେ ।

୪. ସଦାଶିବ ଅମରାପୁରକର- ବନ୍ଧୁଗଣ ୧୯୯୧ ମସିହାର ମହେଶ ଭଟ୍ଟ ଙ୍କ ଦ୍ଵାରା ନିର୍ଦେଶୀତ ଫିଲ୍ମ ‘ସଡ଼କ’ ବର୍ତ୍ତମାନ ସମୟରେ ବହୁତ ଚର୍ଚ୍ଚା ରେ ଆସିଛି । ଏହି ଫିଲ୍ମ ରେ ଅଭିନେତା ସଦାଶିବ ଅମରାପୁରକର ଖଳନାୟକ ଭୂମିକା ରେ ଅଭିନୟ କରିଥିଲେ ଏବଂ ତାଙ୍କର ଏହି ଚରିତ୍ରରେ ଅଭିନୟ କୁ ଦର୍ଶକ ମାନେ ବର୍ତ୍ତମାନ ପର୍ଯ୍ୟନ୍ତ ମନେ ରଖିଛନ୍ତି । ଏହି ଭୂମିକା ପାଇଁ ତାଙ୍କୁ ଫିଲ୍ମ ଫେୟାର ପୁରସ୍କାର ମଧ୍ୟ ପ୍ରାପ୍ତ ହୋଇଥିଲା ।

୫. ଅକ୍ଷୟ କୁମାର- ବନ୍ଧୁଗଣ ଏଇ କିଛି ଦିନ ତଳେ ଅକ୍ଷୟ କୁମାର ଙ୍କ ଅଭିନୀତ ଫିଲ୍ମ “ଲକ୍ଷ୍ମୀ” ରିଲିଜ ହୋଇଥିଲା । ଯାହାକୁ ଦର୍ଶକ ମାନେ ବହୁତ ପସନ୍ଦ ମଧ୍ୟ କରିଛନ୍ତି । ଏଥିରେ ଅକ୍ଷୟ କୁମାର ଏକ କିନ୍ନର ବେଶରେ ନଜର ଆସିଛନ୍ତି । କିନ୍ନର ବେଶରେ ତାଙ୍କର ଦମଦାର ଆକଟିଂ ଙ୍କୁ ତାଙ୍କ ଫ୍ୟାନ୍ସ ମାନେ ମଧ୍ୟ ବହୁତ ପସନ୍ଦ କରିଛନ୍ତି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *