ଯେତେବେଳେ Kareena ନିଜ ଶାଶୁ ଙ୍କୁ ପଚାରିଲେ କି ବୋହୁ ଓ ଝିଅ ମଧ୍ୟରେ ଅନ୍ତର କଣ ? ତ Saif ଙ୍କ ମା’ ଦେଇଥିଲେ କିଛି ଏମତି ଜବାବ…

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତା ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ବଲିଉଡରେ କିଛି ଏପରି ଶାଶୁ ବୋହୁ ଯୋଡି ଅଛନ୍ତି ଯେଉଁ ମାନେ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ଏହି ଶାଶୁ ବୋହୁ ଯୋଡିଙ୍କୁ ମଧ୍ୟ ଲୋକ ମାନେ ବହୁତ ଅଧିକ ପସନ୍ଦ କରନ୍ତି ।

ଆଜିଆମେ ଆପଣ ମାନଙ୍କୁ ବଲିଉଡର ଏପରି ଏକ ଶାଶୁ ବୋହୁଙ୍କ ଯୋଡି ବିଷୟରେ କହିବାକୁ ଯେଉଁମାନେ ଏହି କିଛି ଦିନ ହେବ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଏହି ଶାଶୁ ବୋହୁ ଦୁଇଜଣ ହେଉଛନ୍ତି କରିନା କପୁର ଓ ଶର୍ମୀଲା ଟାଗୋର । କରିନା ଓ ଶର୍ମୀଲାଙ୍କ ମଧ୍ୟରେ ୮ ବର୍ଷର ଶାଶୁ ବୋହୁ ସମ୍ପର୍କ ରହିଛି ।

କରିନା ବଲିଉଡ ଅଭିନେତା ସେଫ ଅଲି ଖାନଙ୍କୁ ବିବାହ କରିଛନ୍ତି ଓ ସେଫଙ୍କର ମା ହେଉଛନୃ ଶର୍ମୀଲା । ଶର୍ମୀଲା ଓ କରିନା ମା ଝିଅଙ୍କ ପରି ରୁହନ୍ତି । ଏହି ଦୁଇଜଣଙ୍କ ଯୋଡିକୁ ମଧ୍ୟ ଲୋକମାନେ ବହୁତ ଅଧିକ ପସନ୍ଦ କରନ୍ତି । ଶର୍ମୀଲା ନିଜ ବୋହୁକୁ ଝିଅ ପରି ଭଲ ପାନ୍ତି ଓ କରିନା ମଧ୍ୟ ଶର୍ମୀଲାଙ୍କୁ ବହୁତ ସମ୍ମାନ ଦିଅନ୍ତି । ବନ୍ଧୁଗଣ କରିନା କପୁର ବଲିଉଡର ଏକ ପ୍ରସିଦ୍ଧ ଅଭିନେତ୍ରୀ ଅଟନ୍ତି ।

ଗୋଟେ ସମୟରେ ଶର୍ମୀଲା ମଧ୍ୟ ବଲିଉଡର ଏକ ଦିଗଜ ଅଭିନେତ୍ରୀ ଥିଲେ । ବନ୍ଧୁଗଣ କରିନାଙ୍କ ଚାଟ ସୋରେ ଅନେକ କଳାକାର ଆସି କମ୍ପ୍ଲେନ କରିଥାନ୍ତି । ଗୋଟେ ଥର କରିନାଙ୍କ ସୋରେ ତାଙ୍କ ଶାଶୁ ଶର୍ମୀଲା ଟାଗୋର ଆସିଥିଲେ । ସୋରେ କରିନାଙ୍କ ଦ୍ଵାରା ନିଜ ଶାଶୁଙ୍କୁ ପଚରା ଯାଇଥିବା ଏକ ପ୍ରଶ୍ନ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହୁଛି । ଅନ୍ୟ ପକ୍ଷରେ ପ୍ରଶ୍ନ ବଦଳରେ ଶର୍ମୀଲାଙ୍କ ଉତ୍ତର ମଧ୍ୟ ସମସ୍ତଙ୍କ ଧ୍ୟାନକୁ ଟାଣି ଆଣୁଛି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

କରିନା କପୁରଙ୍କ ରେଡିଓ ସୋ (What Women Want)ର ଦ୍ଵିତୀୟ ସିଜନରେ ୨୦୧୯ରେ ତାଙ୍କ ଶାଶୁ ଶର୍ମୀଲା ଟାଗୋର ଆସିଥିଲେ । ସେହି ସୋରେ କରିନା ନିଜ ଶାଶୁଙ୍କୁ ଏକ ପ୍ରଶ୍ନ କରିଥିଲେ ଯେ, ‘ଝିଅ ଓ ବୋହୁ ମଧ୍ୟରେ କଣ ଅନ୍ତର ରହିଥାଏ ?’ ।

ଏହାର ଉତ୍ତର ଦେଇ ଶର୍ମୀଲା କହିଥିଲେ ଯେ, ‘ଝିଅ ହେଉଛି ତାକୁ କୁହନ୍ତି ଯେଉଁ ଝିଅକୁ ଆମେ ତାର ଜନ୍ମରୁ ଦେଖି ଆସିଥାଉ ଓ ସେ ଆମ ଆଖି ସାମ୍ନାରେ ବଡ ହୋଇଥାଏ । ଆପଣ ନିଜ ଝିଅର ସ୍ଵଭାବ ବିଷୟରେ ଭଲ ଭାବରେ ଜାଣିଛନ୍ତି । ହେଲେ ଯେତେବେଳେ ଆପଣ ପ୍ରଥମ ଥର ନିଜ ବୋହୁ ସହ ସାକ୍ଷାତ କରନ୍ତି ସେତେବେଳେ ଆପଣ ତାର ପସନ୍ଦ-ନାପସନ୍ଦ ବିଷୟରେ କିଛି ବି ଜାଣିନଥାନ୍ତି ହେଲେ ସେ ପୂର୍ବରୁ ବହୁତ ଶିକ୍ଷିତ ହୋଇଥାଏ । ସେଥିପାଇଁ ବୋହୁ ସହ ମିଶିବା ପାଇଁ କିଛି ସମୟ ଲାଗିଥାଏ ।

ତେଣୁ ସମସ୍ତ ଶାଶୁଙ୍କୁ ନିଜ ବୋହୁକୁ ଘରେ ସ୍ଵାଗତ କରି ଡାକିବା ଉଚିତ ଓ ତାର ସବୁ ଭଲ ମନ୍ଦ ବିଷୟରେ ବୁଝିବା ଉଚିତ’ । ବନ୍ଧୁଗଣ ଶର୍ମୀଲାଙ୍କର ଏହି ଉତ୍ତର ବିଷୟରେ ଜାଣି କରିନା ବହୁତ ଅଧିକ ଖୁସି ହୋଇଥିଲେ ଓ ଲୋକ ମାନେ ମଧ୍ୟ ବହୁତ ଖୁସି ହୋଇଥିଲେ । ପ୍ରକୃତରେ ଶର୍ମୀଲା ଝିଅ ଓ ବୋହୁର ଅନ୍ତର କହିଥିଲେ ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ବଲୀଉଡର କିଛି ଚଟପଟା ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *