ସତ୍ୟ ଘଟଣା : ଯେବେ ଜଣେ ଭକ୍ତ ଚଢେଇଲା ଶିବ ଲିଂଗରେ ମାଂସ, ହେଲା ଏହିଭଳି ଚମତ୍କାର

ବନ୍ଧୁଗଣ ଏହି ଦୁନିଆରା ଅଧିକାଂଶ ଶିବ ଭକ୍ତ ରହିଛନ୍ତି । ଶିବ ହେଉଛନ୍ତି ଜଣେ ଏପରି ଭଗବାନ ଯିଏ ବହୁତ ଶୀଘ୍ର ଭକ୍ତ ମାନଙ୍କର ଇଛାକୁ ପୂରଣ କରିଥାନ୍ତି । ଭକ୍ତ ମାନେ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ଶିବ ଲୀଙ୍ଗରେ ଜଳ, କ୍ଷୀର ଓ ଫୁଲ ଅର୍ପଣ କରିଥାନ୍ତି । ହେଲେ ବନ୍ଧୁଗଣ ଶିବଙ୍କର ଜଣେ ଏପରି ଭକ୍ତ ଥିଲେ ଯିଏ ଶିବ ଲୀଙ୍ଗରେ ମାଂସ ଚଢାଉ ଥିଲେ । ଏମିତି କରିବା ଦ୍ଵାରା ଭଗବାନ ଶିବ ତାଙ୍କ ସହ କଣ କରିଲେ ଆସନ୍ତୁ ଜାଣିବା ।

ବନ୍ଧୁଗଣ ଲୋକପ୍ରିୟ କଥା ଅନୁସାରେ ଥିମନ ନାମକ ଜଣେ ଶିକାରୀ ଥିଲା । ଦିନେ ସେ ଶିକାର କରିବା ପାଇଁ ଜଙ୍ଗଲକୁ ଗଲା ସେହି ସ୍ଥାନରେ ତାକୁ ଏକ ମନ୍ଦିର ମିଳିଲା ଯେଉଁଠି ଏକ ଶିବ ଲୀଙ୍ଗ ମଧ୍ୟ ଥିଲା । ଶିବ ଲୀଙ୍ଗ ଦେଖି ଥିମନଙ୍କ ମନରେ ଶିବଙ୍କ ପ୍ରତି ଭଲ ପାଇବା ବଢିଯାଇଥିଲା ଓ ଶିବ ଲୀଙ୍ଗରେ ସେ କିଛି ଅର୍ପଣ କରିବା ପାଇଁ ଭାବିଥିଲା ।

କିନ୍ତୁ ସେ ଜାଣିପାରିଲା ନାହିଁ ଯେ କଣ ଲୀଙ୍ଗରେ ଅର୍ପଣ କରିବା ଉଚିତ । କାରଣ ଥିମନ ପୂଜା ପାଠ ଓ ଶାସ୍ତ୍ର ବିଷୟରେ କୋଣସି କଥା ଜାଣିନଥିଲା । ଏହା ପରେ ସେ ନିଜ ପାଖରେ ରଖିଥିବା ମାଂସକୁ ଶିବ ଲୀଙ୍ଗରେ ଅର୍ପଣ କରିଦେଲା ଓ ଖୁସି ହୋଇ ଚାଲିଗଲା ସେ ଭାବିଲ ଯେ ସେହି ମାଂସ ଖଣ୍ଡକୁ ଭଗବାନ ଶିବ ସ୍ଵୀକାର କରିଦେଲେ ।

ବନ୍ଧୁଗଣ ସେହି ମନ୍ଦିରରେ ଏକ ବ୍ରମ୍ହଣ ଆସି ୧୫ ଦିନକୁ ଥରେ ପୂଜା କରୁଥିଲେ । କାରଣ ମନ୍ଦିର ଠାରୁ ବ୍ରାମ୍ହଣଙ୍କ ଘର ବହୁତ ଦୂରରେ ଥିଲା । ହେଲେ ତା ପର ଦିନ ବ୍ରାମ୍ହଣ ମନ୍ଦିର ଆସି ଥିଲେ ଓ ମାଂସକୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଏହା ପରେ ସେ ମନ୍ଦିରକୁ ସାଫା କରି ପୂଜା ପାଠ କରି ସ୍ଵଛ କରିଦେଲେ ।

ଏହାପରେ ତା ପରଦିନରେ ପୁଣି ଥିମନ ଆସି ମାଂସ ଚଢାଇଲେ  ଓ ନିଜ ମନର କଥା ଶିବଙ୍କୁ କହିଲା । ଏହା ପରେ ଦିନେ ସେ ଶିବ ଲୀଙ୍ଗକୁ ସଫା କରିବା ପାଇଁ ଇଛା କରିଲା ହେଲେ ସେ ଝରଣାରୁ ପାଣି କେମିତି ଆଣିବ ଜାଣି ନଥିଲା । ଏହା ପରେ ସେ ନିଜ ପାଟିରେ ପାଣି ଆଣି ଶିବ ଲୀଙ୍ଗକୁ ସଫା କରିଲା । ଏହାର ପରଦିନରେ ଯେତେବେଳେ ପୁଣି ବ୍ରାମ୍ହଣ ଆସିଲେ ସେତେବେଳେ ସେ ରାଗିଗଲେ ଓ ଜାଣି ଦେଲେ ଏହା କୌଣସି ବନ୍ୟ ଜନ୍ତୁର କାମ ନୁହେଁ ।

ଏହାପରେ ବ୍ରାମ୍ହଣ ଜଣକ ପୁଣି ଶିବ ଲୀଙ୍ଗକୁ ସଫା କରି ପୂଜା ପାଠ କରିଥିଲେ ଓ ସ୍ଵଚ କରିଥିଲେ । ଏହାପରେ ପୁଣି ଯେବେ ବ୍ରାମ୍ହଣ ମନ୍ଦିରକୁ ଆସିଲେ ସେତେବେଳେ ଲୀଙ୍ଗରେ ମାଂସ ଅର୍ପଣ ହୋଇଥିବାର ଦେଖି କାନ୍ଦି ଥିଲେ । ବ୍ରାମ୍ହଣ ଜଣକ ସେହି ସମୟରେ ଶିବଙ୍କୁ ପଚାରିଥିଲେ ହେ, ହେ ପ୍ରଭୁ ଆପଣ କାହିଁକି ଏତେ ଅପମାନ ସହ୍ୟ କରୁଛନ୍ତି ।

ସେହି ସମୟରେ ଶିବ ଲୀଙ୍ଗରୁ ଏକ ଶବ୍ଦ ଆସିଲା ଯେ, ‘ହେ ବ୍ରାମ୍ହଣ ତମେ ଯାହାକୁ ଅପମାନ କହୁଛ ତାହା ମୋର ଏକ ଭକ୍ତର ଅର୍ପଣ ଅଟେ । ଯଦି ତମେ ସେହି ଭକ୍ତର ଭକ୍ତି ଦେଖିବାକୁ ଚାହୁଁଛ ତା ହେଲେ ତମେ ଲୁଚି ଯାଅ ସେ ବର୍ତ୍ତମାନ ଆସିବେ ।

ଏହାପରେ ବ୍ରାମ୍ହଣ ଏକ ଘାସ ବୁଦାରେ ଲୁଚି ଗଲେ । କିଛି ସମୟ ପରେ ଥିମନ ଆସି ଶିବ ଲୀଙ୍ଗରେ ମାଂସ ଓ ଜଳ ଅର୍ପଣ କରିଲେ । ହେଲେ ସେହି ସମୟରେ ଥିମନ ଦେଖିଲେ ଶିବ ଲୀଙ୍ଗର ଗୋଟେ ଆଖିରୁ ରକ୍ତ ବାହାରୁଛି । ଏହା ଦେଖି ଥିମନ ନିଜର ଗୋଟିଏ ଆଖିକୁ ବାହାର କରି ଶିବ ଲୀଙ୍ଗରେ ଲଗାଇ ଦେଲେ ଏହାପରେ ଶିବ ଲୀଙ୍ଗର ଦ୍ଵିତୀୟ ଆଖିରୁ ମଧ୍ୟ ରକ୍ତ ବାହାରିବାକୁ ଲାଗିଲା । ଯାହାକୁ ଦେଖିବା ପରେ ଥିମନ ନିଜ ଗୋଡକୁ ଶିବ ଲୀଙ୍ଗ ଉପରେ ରଖି ନିଜର ଦ୍ଵିତୀୟ ଆଖିକୁ କାଢିବାକୁ ଲାଗିଲେ ।

ଯଦି ସେ ଗୋଡ ନ ରଖିବେ ତା ହେଲେ ସେ ଲୀଙ୍ଗକୁ ଦେଖି ପାରିବେ ନାହିଁ । ଏହା ଦେଖିବା ପରେ ଶିବ ସେହି ସମୟରେ ଥିମନଙ୍କୁ ଦର୍ଶନ ଦେଇଥିଲେ ଓ ତାଙ୍କ ଆଖି ଫେରି ଆସିଥିଲା । ଏହା ଦେଖି ବ୍ରାମ୍ହଣ ଜଣକ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଶିବଙ୍କୁ ଦେଖି ଥିମନ ଶିବଙ୍କର ପାଦ ତଳେ ପଡିଯାଇଥିଲା ଓ ଶିବ ଥିମନଙ୍କ ଭକ୍ତିରେ ପ୍ରସନ୍ନ ହୋଇ କେତେକ ଆଶୀର୍ବାଦ ଦେଲେ  ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *