ଦିନେ ବହୁତ ରାଗି ଯାଇଥିଲେ ବାପା ଯେତେବେଳେ ଘରେ ଜନ୍ମ ହେଲେ 4 ଟି ଝିଅ, ଆଜି ସେହି 4 ଝିଅ କରୁଛନ୍ତି Bollywood ରେ ରାଜ

ବନ୍ଧୁଗଣ ଆମ ଭାରତ ଦେଶରେ ସାଧାରଣତଃ ମହିଳା ମାନଙ୍କୁ ମା ଲକ୍ଷ୍ମୀଙ୍କର ସ୍ୱରୂପ ମାନା ଯାଇଥାଏ । ଯେତେବେଳେ କୌଣସି ଏକ ଘରେ ମହିଳା ଜନ୍ମ ହୋଇଥାନ୍ତି ସେତେବେଳେ ସମସ୍ତ ଲୋକ କହିଥାନ୍ତି ଯେ, ଘରକୁ ଲକ୍ଷ୍ମୀ ଆସିଛନ୍ତି । ହେଲେ ବନ୍ଧୁଗଣ ଏପରି ମଧ୍ୟ କିଛି ଲୋକ ଅଛନ୍ତି ଯେଉଁମାନେ ଝିଅକୁ ଘୃଣା କରିଥାନ୍ତି ଓ ସେମାନଙ୍କ ଉପରେ କ୍ରୋଧ କରିଥାନ୍ତି । ବର୍ତ୍ତମାନର ଦୁନିଆରେ ସମସ୍ତ କ୍ଷେତ୍ରରେ ମହିଳା ପୁରୁଷଙ୍କ ଠାରୁ କମ ନୁହନ୍ତି । ମହିଳା ମାନେ ବର୍ତ୍ତମାନ ବହୁତ ବଡ ବଡ କ୍ଷେତ୍ରରେ ସଫଳତା ହାସଲ କରିଛନ୍ତି ।

କିନ୍ତୁ ବନ୍ଧୁଗଣ ବର୍ତ୍ତମାନ ମଧ୍ୟ କିଛି ଲୋକ ଝିଅ ଜନ୍ମକୁ ଅଭିଶାପ ଭାବି ଥାନ୍ତି, ଠିକ ଏହିପରି ଚିନ୍ତା ଥିଲା ଶକ୍ତି ମୋହନ, ନୀତି ମୋହନ, ମୁକ୍ତି ମୋହନ ଓ କୀର୍ତ୍ତିଙ୍କର ପିତାଙ୍କ । ଏହି ୪ ଜଣ ଝିଅ ବର୍ତ୍ତମାନର ସମୟରେ ବଲିଉଡରେ ସଫଳତା ହାସଲ କରିଛନ୍ତି ।


ହେଲେ ବନ୍ଧୁଗଣ ଗୋଟେ ସମୟ ଏପରି ଥିଲା ଯେବେ ଏହି ୪ ଜଣଙ୍କ ପିତା ବ୍ରିଜ ମୋହନ ଝିଅ ଜନ୍ମ ହେତୁ ବହୁତ କ୍ରୋଧ କରିଥିଲେ । ବ୍ରିଜଙ୍କୁ ଝିଅ ପସନ୍ଦ ନଥିଲା, ହେଲେ ବର୍ତ୍ତମାନ ତାଙ୍କ ଝିଅ ପାଇଁ ସମସ୍ତେ ତାଙ୍କୁ ଚିହ୍ନି ଛନ୍ତି । ବର୍ତ୍ତମାନ ତାଙ୍କ ପିତାଙ୍କୁ ବିଶ୍ଵାସ ହୋଇଯାଇଛି ଯେ, ଝିଅ ମାନେ କୌଣସି ପୁଅ ଠାରୁ କମ ନୁହନ୍ତି । ଆଜିଆମେ ଆପଣ ମାନଙ୍କୁ ବ୍ରିଜଙ୍କର ୪ଟି ଝିଅଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ନିଜ ଜୀବନରେ ବହୁତ ବଡ ବଡ ସଫଳତା ହାସଲ କରିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଝିଅ ମାନଙ୍କ ବିଷୟରେ ।


ନୀତି ମୋହନ- ବନ୍ଧୁଗଣ ୪ ଜଣ ଝିଅଙ୍କ ମଧ୍ୟରୁ ନୀତି ହେଉଛନ୍ତି ସବୁଠାରୁ ବଡ । ବର୍ତ୍ତମାନର ସମୟରେ ନୀତି ବଲିଉଡର ଜଣେ ପ୍ରସିଦ୍ଧ ଗାୟିକା ଅଟନ୍ତି । ସେ ବର୍ତ୍ତମାନ ବହୁତ ସୁପର ହିଟ ଫିଲ୍ମ ପାଇଁ ଗୀତ ଗାଇ ସାରିଛନ୍ତି ଓ ତାଙ୍କର ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି ।


ଶକ୍ତି ମୋହନ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଶକ୍ତି ମୋହନ । ବର୍ତ୍ତମାନର ସମୟରେ ଶକ୍ତି ବଲିଉଡର ଜଣେ ଫେମସ କୋରିଓଗ୍ରାଫର ଅଟନ୍ତି । ସେ ‘ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ’ ରିଆଲିଟି ସୋର ବିଜେତା ରହିସାରିଛନ୍ତି ଓ ବର୍ତ୍ତମାନ ସେ ‘ଡ୍ୟାନ୍ସ ପ୍ଲସ’ ସୋ ର ଜଜ୍ ଅଟନ୍ତି ।


ମୁକ୍ତି ମୋହନ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ମୁକ୍ତି ମୋହନ । ମୁକ୍ତି ମଧ୍ୟ ଶକ୍ତିଙ୍କ ପରିକା ଏକ କୋରିଓଗ୍ରାଫର ଅଟନ୍ତି । ମୁକ୍ତି ବଲିଉଡର ଜଣେ ସଫଳ କୋରିଓଗ୍ରାଫର ଅଟନ୍ତି ଓ ସେ ବହୁତ ଫିଲ୍ମ ପାଇଁ କାମ କରି ସାରିଛନ୍ତି ।

କୀର୍ତ୍ତି ମୋହନ- ବନ୍ଧୁଗଣ କୀର୍ତ୍ତି ହେଉଛନ୍ତି ସବୁ ଠାରୁ ସାନ ଭଉଣୀ । କୀର୍ତ୍ତି ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ନାହାନ୍ତି ସେ ବର୍ତ୍ତମାନ ଗୋଟେ କମ୍ପାନୀରେ ଇଞ୍ଜିନିୟର ଅଛନ୍ତି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *