Interesting Gk Questions- ଯେତେ ଦବ ସେତେ ନେବି, ଆଗରେ ପଡିଲେ କାଟି ଦେବି, ବାଟ ମୋର ଲୁହା, ପାଦ ମୋର ଲୁହା, ଯିଏ କହିବ ତା’ ପାଇଁ ଚକେଲେଟ ଥୁଆ ?

ବନ୍ଧୁଗଣ, ସାଧାରଣତଃ ଏଭଳି କିଛି ଢଗ ରହିଅଛି ଯାହାର ଅର୍ଥ ଆମ୍ଭେ ଜାଣିଥାଉ । କିନ୍ତୁ ହଠାତ କେହି ଜଣେ ଆମ୍ଭକୁ ପଚାରିଲେ ତାହାର ଉତ୍ତର ଆମ୍ଭକୁ ଆସେ ନାହିଁ । ଆଜି ଆମ୍ଭେ ଆପଣ ମାନଙ୍କୁ ସେହି ଢଗ ସମ୍ବନ୍ଧରେ ବିବରଣୀ ଦେବାକୁ ଯାଉଅଛୁ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ।

୧;- ଖରା ଦେଖିକି ମୁଁ ଆସିଥାଏ, ଛାଇ ଦେଖିକି ମୁଁ ଲୁଚିଯାଏ, ପବନ ଛୁଇଁଲେ ମତେ, ମୁଁ ଲାଜେ ଲାଜେ ମରିଯାଏ ?

ଉତ୍ତର;- ଝାଳ ।

୨;- ରାସ୍ତା ଅଛି ହେଲେ ଗାଡି ନାହିଁ, ବଣ ଅଛି ହେଲେ ଗଛ ନାହିଁ, ଗାଁ ଅଛି ହେଲେ ମଣିଷ ନାହିଁ, କହିଲୁ ଦେଖି ଏମିତି ଜାଗାଟେ କାହିଁ ?

ଉତ୍ତର;- ମାନଚିତ୍ର ।

୩;- ବାଛୁରୀର ହକ ମାରି ମହାଦେବ ପିଏ, ମଣିଷ ପିଇଲେ ଭାରି ଶକ୍ତିଶାଳୀ ହୁଏ, କହିଲା ଭାବି କି ଦରବ ଇଏ ?

ଉତ୍ତର;- କ୍ଷୀର ବା ଦୁଗ୍ଧ ।

୪;- ତାଟିଆ ଭିତରେ ତାଟିଆ ଅଛି, ତାଟିଆ ଭିତରେ ଅମୃତ ମା’ ପେଟରେ ଝିଅଟି ଗୋରି, କହ ଇଏ କି ଗଣିତ ?

ଉତ୍ତର;- ନଡିଆ ।

୫;- ନାଲି ଘୋଡାଟି ଯୁଆଡେ ଯାଏ, କଳା ଘୋଡା ସବୁ ଡଋ ପଳାଏ କହିଲ ଦେଖି ଏହି ନାଲି ଘୋଡାଟି କିଏ ?

ଉତ୍ତର;- ନିଆଁ ।

୬;- ମତେ କଟାଯାଏ, ମତେ ଛେଚା ଯାଏ, ମତେ ଭାରି ବାଧେ, ହେଲେ ମୋତେ କାଟୁଥିବା ଲୋକ ଲୁହ ଝାରି କାନ୍ଦେ ?

ଉତ୍ତର;- ପିଆଜ ।

୭;- ଛୁଇଁ ହୁଏ ହେଲେ ଧରି ହୁଏନା, ବୁଝି ହୁଏ ହେଲେ ଦେଖି ହୁଏନା ସବୁଥି ଥାଏ ସେ ମାଟିଠୁ ଆକାଶ ତା ବିନା ଜୀବନ ଜିଇଁ ହୁଏନା ?

ଉତ୍ତର;- ପବନ ।

୮;- ଦୁନିଆ ସାରା ବୁଲୁଛି ସିଏ ପାଦ ତା’ ଛୁଏନି ମାଟି ଦିନରେ ଶୋଊଛି ରାତିରେ ଚେଉଁଛି ତା’ ବିନା ଅନ୍ଧାର ରାତି ?

ଉତ୍ତର;- ଜହ୍ନ ।

୯;- ଦେହରେ ମୋର ପ୍ରଚୁର ବଳ ଜହ୍ନ ପରିକା ଗଢଣ ମୋର ସମସ୍ତଙ୍କର ପ୍ରିୟ ମୋ ବିନା ତମ ଜୀବନ କଷ୍ଟ ନାଆଁଟି ମୋର କୁହ ?

ଉତ୍ତର;- ରୁଟି ।

୧୦;- ନାକରେ ଯଦି ଥରେ ମୁଁ ଚଢିଯିବି କାନ ଧରିକି ତତେ ମୁଁ ପଢେଇବି ?

ଉତ୍ତର;- ଚଷମା ।

୧୧;- ଯେତେ ଦବ ସେତେ ନେବି, ଆଗରେ ପଡିଲେ କାଟି ଦେବୀ ବାଟ ମୋର ଲୁହାପଦ ମୋର ଲୁହା ଯିଏ କହିବ ତା’ ପାଇଁ ଚକେଲେଟ ଥୁଆ ?

ଉତ୍ତର;- ରେଳଗାଡି ।

୧୨;- ବାପାଙ୍କର ଭଉଣୀ ସିଏ ଜେଜେଙ୍କର ଝିଅ, ବୋଊର ସେ ନଣନ୍ଦ ହେବ କିଏ ସିଏ କୁହ ?

ଉତ୍ତର;- ପିଉସୀ ନାନୀ ।

୧୩;- ସବୁଜ ହେଲେ ପତର ନୁହଁ, ନକଲ କରେ ମାଙ୍କଡ ନୁହଁ ଯାହା ଶିଖିବ ତାହା କହିବ ନାଆଟି ତାହାର କୁହ ?

ଉତ୍ତର;- ଶୁଆ ।

୧୪;- ସବୁଜ ବେଣ୍ଟକୁ ନାଲିଆ ଛୁରୀ କଷ୍ଟ ଦିଏ ସିଏ ଜ୍ଵହାର ପରି ପାଣି ପାଣି ବୋଲି ଚିଲାଏ ମଣିଷ ସେତିକି ଜୀବନ ଯାଏ ବାହାରି ?

ଉତ୍ତର;- ନାଲି ଲଙ୍କା ।

୧୫;- ବାହାରେ ସବୁଜ ଭିତରେ ଲାଲ ଲତାରେ ଫଳେସେ ଫଳଟି ଗୋଲ କଟା ହେଲେ ହୁଏ ଖାଇ, ଖରାଦିନେ ସିଏ ଯାହାକୁ ଯେତେଲୋ ଶୀତଦିନେ ଦିସେନାହିଁ ?

ଉତ୍ତର;- ତରଭୁଜ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *