‘ଯାତ୍ରାରେ ଆଇଁଷ ନ ରହିଲେ ଭଲ ଲାଗିବନି, ରାଣୀକୁ ଜୋତା ମାରି କେହି ବଡ଼ ହେଇ ଯିବେନି, ଏମିତି ତ ହୁଏ ନହେଲେ ଦର୍ଶକ…’ ଅଭିନେତା Rudraman

ବନ୍ଧୁଗଣ, ଆପଣ ମାନେ ଭଦ୍ରକର କାଳୀପୂଜା ସମୟରେ ଯାତ୍ରାପାଟି ର ବିବାଦ ସମ୍ବନ୍ଧରେ ନିଶ୍ଚିତ ଭାବରେ ଜାଣିଥିବେ । ତେବେ ଏହାକୁ ନେଇ ଯାତ୍ରା କଳାକାର ରୁଦ୍ରମନ ନିଜର ସ୍ଵତନ୍ତ୍ର ମନ୍ତବ୍ୟ ଦେଇଛନ୍ତି । ତେବେ ଆସନ୍ତୁ ଏହା ସମ୍ବନ୍ଧରେ ଜାଣିନେବା ସଂପୂର୍ଣ୍ଣ ବିବରଣୀ । ତେବେ ଯାତ୍ରା ଅଭିନେତା ରୁଦ୍ରମନ ରାନୀ ଙ୍କୁ କହିଛନ୍ତି ଯେ ତୁମ କାର୍ଯ୍ୟ ତୁମେ କରିଛ । କଳାକାର ହେଉଛି ଗୋଟିଏ ପାହାଡ ସାଦୃଶ୍ୟ ତାକୁ ଟେକା ମାରିଲେ କିଛି ହେବନାହିଁ କି ଜୋତା ମାରିଲେ କିଛି ହେବ ନାହିଁ ।

ଯାତ୍ରା ହେଉଛି ଗୋଟିଏ କମ୍ପ୍ଲିଟଲି କମରସିଆଲ ଲୋକ ୧୫୦ ରୁ ୨୦୦ ଟଙ୍କା ଭିତରେ ଟିକେଟ କରି ନାଚ ଦେଖି ଯିବେ । ଅନେକ ଯୁବପିଢି ଅଛନ୍ତି ଯେଉଁମାନେ କେବଳ ନାଚ ଦେଖି, ମେଲୋଡି ଦେଖି ଚାଲି ଆସନ୍ତି । ସେମାନଙ୍କ କାହାଣୀ ମଧ୍ୟରେ କୌଣସି ମନ ନଥାଏ । ରାନୀ ପ୍ରିୟଦର୍ଶନୀ ହେଉଛି ହଟ ଡ୍ୟାନ୍ସର, ଯେଉଁଠାରେ ଆଇଁଷ ନଥିବ, ସେଠାରେ ଯାତ୍ରା ଆଦୌ ଭଲ ଲାଗିବ ନାହିଁ ।

ମେଲୋଡିରେ ଡ୍ୟାନ୍ସର ନଥିଲେ କଣ କରିବେ ? ଯାତ୍ରା ଜଗତରେ ମାଲିକ ଯେଉଁଭଳି କହିବେ ଡ୍ୟାନ୍ସର ତଥା କଳାକାର ସେଭଳି କରିବାକୁ ବାଧ୍ୟ । କମିଟି ମାଲିକ ଆଇଟମ ଗାର୍ଟ କୁ ନେଇଛନ୍ତି ଏଣୁ ସେମାନେ ନଚିବେ । ତୁମର ଯେତେ କଳା ଥାଉ ତଥା ଯେତେ ଭଲ କଳାକାର ହୁଅ ସେଠାରେ ଟଙ୍କା ଦରକାର । ରାତିରେ ଟିକେଟ କଟାହବ ମାଲିକ ଟଙ୍କା ଗଣିବ ଏଣୁ ମାଲିକ ଯେମିତି କହିବ ସେମିତି କରିବାକୁ ବାଧ୍ୟ ।

ଏହାଛଡା ଯାତ୍ରା ଜଗତ ହେଉଛି ମୋଟ ଉପରେ ଆଇଁଷ ଜାଗା, ଯୁବପିଢୀ ମାନେ ଟିକେ ନ ଦେଖିଲେ ଟଙ୍କା ଉଠିବ କେଉଁଠୁ ? ମାତ୍ର ସେ ମାଡାମ ଯାହା ରାନୀ ଙ୍କୁ ମାରିଲେ ସେ କାହିଁକି ମାରିଲେ ? ସେ ବୋଧହୁଏ ଘରେ କାହା ଉପରେ ରାଗିକି ଆସିଥିଲେ ଏବଂ ସେହି ରାଗକୁ ସେଠାରେ ସୁଝାଇଦେଲେ । ସେହି ମାଡାମ ଯଦି ଜଣେ ଯାତ୍ରାପ୍ରେମୀ ତେବେ ସେ ଜାଣିଛନ୍ତି ଯାତ୍ରାରେ ଆଇଟମ ଡ୍ୟାନ୍ସ ହୁଏ, ଯାତ୍ରାରେ ଯେତେବେଳେ ରେପ ସିନ ଆସୁଛି ସେତେବେଳେ କାଇଁ କିଏ ଅଟକାଇଲେ ନାହିଁ ?

ଯାତ୍ରାରେ ଯେଉଁ କମେଡି ଆସୁଛି ତଥା ଯେଉଁ କଥା କହୁଛନ୍ତି, ଯେଉଁ କଥା ଗୁଡିକ ନିମ୍ନ ସ୍ତରର କହୁଛନ୍ତି ତାହା କ’ଣ ପ୍ରଭାବ ପଡୁନାହିଁ ? ତେବେ ରାନୀ ଙ୍କ ଉପରେ କାହିଁକି ଏତେ ରାଗ ? ବଡ ବଡ ଷ୍ଟାର ଅଛନ୍ତି ଯେଉଁମାନେ ଅଭଦ୍ର ଭାଷାରେ କହୁଛନ୍ତି ତଥା ଦୁଇଅର୍ଥବୋଧକ କହୁଛନ୍ତି ବେଲଜ୍ୟା ସେମାନଙ୍କୁ ଲାଜ ଲାଗିବା ଦରକାର ତେବେ ରାନୀ ଉପରକୁ ଆକ୍ଷେପ କରୁଛନ୍ତି କାହିଁକି ? ଏହିଭଳି ପ୍ରଶ୍ନ ରଖିଛନ୍ତି କଳାକାର ରୁଦ୍ରମନ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *