ଖୁବ ଶୀଘ୍ର ମାର୍କେଟ କୁ ଆସୁଛି ଦୈଇତାରୀ ପଣ୍ଡା ଙ୍କ ନୂଆ ଗୀତ ଟାଟୁ…ଟାଟୁ…ଟାଟୁ… ତୋ ଅ-ଜାଗାରେ ଟାଟୁ, ଦେଖନ୍ତୁ Video

ବନ୍ଧୁଗଣ, ଓଡିଆ ଯାତ୍ରା ଦୁନିଆର ଏକ ନାମୀଦାମୀ ଅଭିନେତା ଅଟନ୍ତି “ଦୈତାରୀ ପଣ୍ଡା” । ବର୍ତ୍ତମାନ ପର୍ଯ୍ୟନ୍ତ ସେ ଅନେକ ଯାତ୍ରା ରେ ନିଜର ଅଭିନୟ ଦେଖାଇ ପ୍ରସିଦ୍ଧ ହୋଇ ସାରିଛନ୍ତି । ଲୋକେ ତାଙ୍କୁ ବହୁତ ପସନ୍ଦ ମଧ୍ୟ କରିଛନ୍ତି ।

ଷ୍ଟେଜ ଉପରକୁ ଆସିବା ମାତ୍ର ଅନେକ କରତାଳି ସହିତ ଦର୍ଶକେ ତାଙ୍କର ସ୍ଵାଗତ କରିଥାନ୍ତି । ଆଜି ଆମ୍ଭେ ଆପଣ ମାନଙ୍କୁ ଏହି ଆଧୁନିକ ଯୁଗର ଟାଟୁ ସମ୍ବନ୍ଧରେ କିଛି କହିବାକୁ ଯାଉଅଛୁ । ଆଜି କାଲି ଛୋଟ ପିଲା ଠାରୁ ଆରମ୍ଭ କରି ଯୁବକ ଯୁବତୀ ମାନେ ଶରୀରରେ ବିଭିନ୍ନ ସ୍ଥାନରେ ଟାଟୁ କୁଟାଇବାରେ ଲାଗିଛନ୍ତି । ଏହାକୁ ନେଇ ଅଭିନେତା “ଦୈତାରୀ ପଣ୍ଡା” କିଛି ଏଭଳି କଥା କହିଛନ୍ତି ଆସନ୍ତୁ ଜାଣିବା ତାହା କଣ ଅଟେ ? “ଦୈତାରୀ ପଣ୍ଡା” କହିଛନ୍ତି ” କଣ କରିଦେଲ ରେ ସଂସାର ଟାକୁ ?

ଆମ ବୁଢୀ ମା’, ଜେଜେ ମା’, ଆଇ ମା’, ସବୁ ଚିତା କୁଟାଉଥିଲେ । ମାତ୍ର ଆଜିକାଲି ସବୁ ଚିତା କାଟୁଛନ୍ତି । “ଲୋ ମା’ ଅ-ଜାଗାରେ ଟାଟୁ ଛି..ଛି..ଛି..ଛି ” । ହେ’ ବିଚିତ୍ର ବ୍ରାହମାଣ୍ଡ ର ବିଚିତ୍ର ଠାକୁର କି ଲୀଳା ଲଗାଇଲ ? କାନ ଉଠିଲା ଦିନୁ ଯାହା ଆମ୍ଭେ ଶୁଣି ନଥିଲୁ ଏବେ ତାହା ଶୁଣୁଛୁ, ଯାହା ଦେଖି ନଥିଲୁ ତାହା ଦେଖୁଛୁ ।

କି ଯୁଗ ହେଲା ଲୋ ବାପ ସମ୍ଭାଳ ଏଥର ଅସମ୍ଭାଳ ହେଲାଣି ଦୁନିଆ । ସବୁ ହେବ ନାରଖାର, ଗୋବର ପୋକ ହେଇ ଜନ୍ମ ହେବ ରେ…. । ଏଭଳି ନିଜ ଯାତ୍ରା ଅନ୍ଦାଜ ରେ କହିଥିଲେ ଯାତ୍ରା ଅଭିନେତା “ଦୈତାରୀ ପଣ୍ଡା” । ବର୍ତ୍ତମାନ ଟାଟୁକୁ ନେଇ ଏକ ସଙ୍ଗୀତ ମଧ୍ୟ ପ୍ରସ୍ତୁତ କରାଯାଇଅଛି ।

ଯାହାର ଟାଇଟେଲ ରହିଛି ଅ-ଜାଗରେ ଟାଟୁ । ଏହି ଗୀତ କୁ ନେଇ ଦୈତାରୀ ପଣ୍ଡା କହିଛନ୍ତି ଯେ, ଏହି ଗୀତ ଟି ନିଶ୍ଚିନ୍ତ ସମସ୍ତଙ୍କୁ ମର୍ମ କୁ ଭେଦିବ । ନିଶ୍ଚୟ ସଚେତନ ହେବେ ସମସ୍ତେ । ବର୍ତ୍ତମାନ ସମାଜରେ ଘଟୁଥିବା ଘଟଣା କୁ ଆଖି ଆଗରେ ରଖି ସମାଜର ସଂସ୍କାର ପାଇଁ ତଥା ସମାଜକୁ ସଚେତନ କରିବା ପାଇଁ, ଯୁବ ସମାଜ ଯୁବପିଢି ଙ୍କୁ ସଚେତନ କରିବା ନିମନ୍ତେ ଏହି ପ୍ରୟାସ ଆରମ୍ଭ କରିଅଛୁ ।

ସେ କହିଛନ୍ତି ବର୍ତ୍ତମାନ ଯେଉଁମାନେ ଅକାରଣ ରେ ଝଡି ପଡ଼ୁଛନ୍ତି ଯେଉଁମାନେ ସେମାନେ ନିଶ୍ଚିନ୍ତ ସଚେତନ ହେବେ । ବର୍ତ୍ତମାନ ଯେଉଁ ବଡ ମୋବାଇଲ ଧରି ସମାଜ ଯେପରି ତଳକୁ ତଳକୁ ଖସିବାରେ ଲାଗିଛି ।

ମାତ୍ର ଆମ୍ଭେମାନେ ଭାବୁଛୁ ଯେ ଆମ୍ଭେ ଆଗେଇ ଯାଉଛୁ କିନ୍ତୁ ସମାଜ ବହୁତ ତଳକୁ ଖସି ଯାଉଛି । ଏଭଳି କିଛି ବିଶେଷ ମନ୍ତବ୍ୟ ରଖିଥିଲେ ଅଭିନେତା ଦୈତାରୀ ପଣ୍ଡା । କିନ୍ତୁ ଫ୍ରେଣ୍ଡ୍ସ ସଚେତନତା ନାଁରେ ଏଭଳି ଗୀତ ପ୍ରସ୍ତୁତ କରିବା କେତେ ଦୂର ଠିକ ଆପଣ ହିଁ କୁହନ୍ତୁ । ଏହି ଗୀତକୁ ଆମେ ସଚେତନତା ଧର୍ମୀ ଗୀତ କହି ପାରିବା ନିଶ୍ଚୟ କମେନ୍ଟ କରନ୍ତୁ । ଏମିତ ଗୀତ ବନ୍ଦ ହେବା ଉଚିତ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *