‘ଯାତ୍ରାବାଲାଙ୍କ ଧଜିଆ ଉଡାଇଲେ ରାଣୀପଣ୍ଡା, କିଏ କଉଠି ନ-ଙ୍ଗ-ଳା ହେଇକି ନାଚିଲା ସେଥିପାଇଁ ରାଣୀ ପଣ୍ଡା ଦାୟୀ…’ Rani Panda

ବନ୍ଧୁଗଣ, ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆରେ ଯାତ୍ରା ଆଇଟମ ଡ୍ୟାନ୍ସର ରାନୀ ପ୍ରିୟଦର୍ଶନୀ ସାହୁ ଙ୍କୁ ନେଇ ବହୁତ ଚର୍ଚ୍ଚା ଲାଗିଛି । ଭଦ୍ରକ ରେ କାଳୀପୂଜା ସମୟରେ ଯାତ୍ରାପାଟି ର ଷ୍ଟେଜ ଉପରେ ଆଇଟମ ଡ୍ୟାନ୍ସ ଚାଲିଥିଲା । ଠିକ ସେହି ସମୟରେ ଏକ ମହିଳା ଆସି ନାଚୁଥିବା ରାନୀ ପ୍ରିୟଦର୍ଶନୀ ଙ୍କ ଉପରକୁ ଚପଲ ମାଡ କରିଥିଲେ । ମହିଳା ଜଣକ ଏଭଳି କରିବା ପଛର କାରଣ ଏହାଥିଲା ଯେ ସେ ନିଜ ପରିବାର ସମେତ ଯାତ୍ରା ଦେଖିବାକୁ ଯାଇଥିଲେ ଏବଂ ଯାତ୍ରାଟିର ନାମ ଥିଲା ରାଜନନ୍ଦିନୀ ।

ମାତ୍ର କାହାଣୀ ଆରମ୍ଭ ହେବା ପୂର୍ବରୁ ଷ୍ଟେଜ ଉପରେ ଆଇଟମ ଡ୍ୟାନ୍ସ ହୋଇଥିଲା ଏବଂ ରାନୀ ନାଚୁଥିବା ସମୟରେ କିଛି ଏଭଳି ଅଶ-ଳିଳ ଇଙ୍ଗିତ କରି ନାଚୁଥିଲେ, ଯାହାକୁ ଦେଖିବା ଉଚିତ ନଥିଲା । କାରଣ ସେଠାରେ ଯୁବପିଢୀ ଉପସ୍ଥିତ ଥିବା ସହିତ ତାଙ୍କ ପରିବାର ତଥା ମା’ ମାଉସୀ ଙ୍କ ଠାରୁ ଆରମ୍ଭ କରି ଛୋଟ ଛୋଟ ପିଲା ମଧ୍ୟ ଥିଲେ ।

ତେବେ ସେହି ସ୍ଥାନରେ କିଭଳି ଭାବରେ ଏହିଭଳି ନୃତ୍ୟ ଶୋଭା ପାଉଥିଲା ? ଏହା ଏକ ବଡପ୍ରଶ୍ନବାଚୀ ସୃଷ୍ଟି ହେବା ସହିତ ଏହି ଘଟଣା କୁ ନେଇ ବର୍ତ୍ତମାନ ଯାତ୍ରା ଅଭିନେତ୍ରୀ ରାଣୀପଣ୍ଡା ନିଜ ମନ୍ତବ୍ୟ ରଖିଛନ୍ତି । କାରଣ ଦିନେ ତାଙ୍କ ସହିତ ଏଭଳି ହୋଇଥିଲା ଏବଂ ସେ ଷ୍ଟେଜ ଉପରେ ନାଚି କିଛି ଏଭଳି କରିଥିଲେ ଯାହା ଫଳରେ ତାଙ୍କୁ ଯାତ୍ରା ଜଗତରୁ ବାୟକଟ କରାଯାଇଥିଲା ।

ବର୍ତ୍ତମାନ ରାଣୀ କହିଛନ୍ତି ଯେ ସେ ଝିଅ ଯେଉନଭଳି ଭାବରେ ନୃତ୍ୟ କରୁଥିଲା ତାହା କାହାକୁ ଦେଖାଯାଉନାହିଁ ? ତାଙ୍କ ବେଳକୁ ସବୁ ଶୋଇପଡିଛନ୍ତି ବୋଧ ହୁଏ ! ଯେତେବେଳେ ରାଣୀ ଙ୍କ ସହିତ ବିବାଦ ଲାଗିଥିଲା ସେତେବେଳେ ବହୁତ ଲୋକ ଏକାଠି ହୋଇ ଏଭଳି କିଛି କହିଥିଲେ ରାଣୀଙ୍କୁ ନାନା ପ୍ରକାର ଅସୁବିଧା ର ସମ୍ମୁଖୀନ ହେବା ସହିତ ରାଣୀ ଙ୍କୁ କାମ ମଧ୍ୟ ମିଳିନଥିଲା ।

ତେବେ ବର୍ତ୍ତମାନ କଣ ହେଲା ବୋଲି ପ୍ରଶ୍ନ କରିଛନ୍ତି ରାଣୀ । ଆଉ ସେ ପଣ୍ଡା ବାବୁ ଙ୍କ ନାମ ନେଇ କହିଛନ୍ତି ଯେ ବର୍ତ୍ତମାନ ଆପଣଙ୍କୁ କିଛି ଦେଖାଯାଉନାହିଁ ନା ଆପଣ କିଛି ଦେଖିବାକୁ ଚାହୁଁନାହାଁନ୍ତି ? ରାନୀପଣ୍ଡା ସିନା ଖରାପ ଥିଲା ଏବେ ଯାହା ଚାଲିଛି ତାହା ଠିକ ତ ? ଯଦି ଠିକ ତେବେ ରାନୀପଣ୍ଡା ବେଳକୁ ଏତେ ବିବାଦ କେଉଁ କାରଣ ନିମନ୍ତେ ଲାଗିଥିଲା ?

ଯାତ୍ରା ଜଗତରେ ଯେଉଁଠି କିଛି ହେଲେ ସେଥିପାଇଁ ରାଣୀପଣ୍ଡା ଦାୟୀ ବୋଲି କୁହନ୍ତି, ବର୍ତ୍ତମାନ ଯାହା ହେଲା ସେଥିପାଇଁ କିଏ ଦାୟୀ । ସମସ୍ତଙ୍କ ଘରେ ପଶି ଭଲ ଭାବରେ ଶୁଣାଇବେ ବୋଲି କ୍ରୋଧରେ କହିଛନ୍ତି ରାଣୀପଣ୍ଡା ।  ତେବେ ବନ୍ଧୁଗଣ ରାଣୀପଣ୍ଡା ଙ୍କ ଏହିଭଳି ମନ୍ତବ୍ୟ କେତେଦୂରେ ଠିକ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *