‘ଦର୍ଶକ ମୋ ଉପରକୁ ପାଣି ବୋତଲ ଫୋପାଡିଲେ, କାହିଁକି ନା ସେଦିନ ମୁଁ ମୋ ଶ୍ବଶୁରଙ୍କୁ…’ ଦେଖନ୍ତୁ କଣ କହିଲେ ଅଭିନେତ୍ରୀ Liza Panda

ବନ୍ଧୁଗଣ ଆପଣ ମାନେ ଯାତ୍ରା ଦୁନିଆ ବିଷୟରେ ବେଶ ଭଲ ଆଣିଥିବେ ଆଉ ଦେଖିଥିବେ ମଧ୍ୟ । ତେବେ ଯାତ୍ରା ଅଭିନେତ୍ରୀ ଲିଜା ପଣ୍ଡା ଙ୍କୁ ଆପଣମାନେ ବେଶ ଭଲ ଭାବେ ଜାଣିଥିବେ । ସେ ନେଗେଟିଭ ଚରିତ୍ର ପାଇଁ ବେଶ ଲୋକପ୍ରିୟତା ହାସଲ କରିଛନ୍ତି । ଏକ ସାକ୍ଷାତକାରରେ ନିଜର ଅଭିନୟକୁ ନେଇ ଲିଜା ପଣ୍ଡା କହିଛନ୍ତି ” ଆମ ଘର ଜଗତସିଂପୁର ରେ । ଆଜିର ନାଟକ ମୃତ୍ୟୁ ପରେ ମଣିଷ ।

ଏହି ନାଟକରେ ମୁଁ ଲଭଲି ଚରିତ୍ରରେ ନେଗେଟିଭ ରୋଲ କରିଛି । ନେଗେଟିଭ ରୋଲରେ ସବୁ କିଛି ମିକ୍ସ ଥାଏ ଯେମିତି କାନ୍ଦିବା, ହସେଇବା, ରଗେଇବା । ଦର୍ଶକମାନେ ନେଗେଟିଭ ଚରିତ୍ରକୁ ଗାଳି ଦେଲେ ଜାଣିବେ ଅଭିନୟ ସଫଳ ହୋଇଛି । ମୁଁ 2008ରେ ନାଟକରେ ଅଭିନୟ ଆରମ୍ଭ କରିଥିଲି । ମୁଁ ପ୍ରଥମେ କମେଡି, ତା ପରେ ଆଙ୍କରିଙ୍ଗ, ତା ପରେ ଧଉଳି ଗଣନାଟ୍ୟରେ ଅଳ୍ପ ଅଳ୍ପ ମୋତେ ନେଗେଟିଭ ଚରିତ୍ରରେ ଏଣ୍ଟ୍ରି ମିଳିଲା, ତା ପରେ ଗଲି ଇଷ୍ଟର୍ଣ୍ଣ କୁ ।

କିନ୍ତୁ ମଣିଷ ମୁଁ ହୋଇଛି ପାର୍ବତୀ ଗଣନାଟ୍ୟରେ । ମୋ ବାପା ଜଣେ ନାଟ୍ୟକାର, ନିର୍ଦ୍ଦେଶକ ସେଥିପାଇଁ ତାଙ୍କର ଆଶୀର୍ବାଦ କାରଣରୁ ମୁଁ ନାଟକ ପ୍ରତି ପ୍ରଭାବିତ ହୋଇଥିଲି । ମୋ ବାପା ମୋତେ ଏ ଲାଇନରେ ଛାଡି ନାହାନ୍ତି । ମୁଁ ନିଜେ ଲୁଚିକି ଆସିଥିଲି ଯାତ୍ରା ଲାଇନରେ । ମୁଁ 13 ବର୍ଷ ହେବ ଯାତ୍ରା ରେ ଅଭିନୟ କରୁଛି । 2017ରେ ବିଶ୍ଵ ଦରବାର ରେ ଥିଲି । ଗୋଟେ ନାଟକ ବେଶ୍ୟା ପାଳୁଛି ସାବିତ୍ରୀ ବ୍ରତ ରେ ଅଭିନୟ କରୁଥିଲି ।

ସେ ନାଟକରେ ମୁଁ ମଞ୍ଚ ଉପରେ ଥିଲି ମୋ ଶାଶୁ ଶ୍ଵଶୁର ଙ୍କୁ ରାସୀ ରେ ବାନ୍ଧି ମୁଁ ଗୋଟେ ଟର୍ଚର ସିନ କରୁଥିଲି । ହଠାତ ସେଠାରେ ଜଣେ ଦର୍ଶକ ମୋ ଉପରକୁ ମିନେରାଲ ୱାଟର ଫୋପାଡି ଥିଲେ । ବହୁତ କଷ୍ଟ ହେଲା ଆଉ କାଟିଲା ବି । କିନ୍ତୁ ଜଣେ ପ୍ରଯୋଜକ ମୋତେ କହିଲେ ତୁ ରାଗେନା ଏଟା ତୋ ପାଇଁ ଆଶୀର୍ବାଦ । ମୋ ଅଭିନୟ ସେତିକି ଭଲ ଲାଗିଲା ବୋଲି ମୋତେ ଦର୍ଶକ ପାଣି ବୋତଲ ହୋପାଡି ଥିଲେ ।

ଦର୍ଶକ ଙ୍କୁ ଏତିକି କହିବି ଯାତ୍ରା ରହିଛି ଆଗକୁ ବି ରହିବ । ଆପଣ ସବୁ କଳାକାର ଙ୍କୁ ଭଲ ପାଆନ୍ତୁ । ଯାତ୍ରା ଦେଖିବାକୁ ଆଗ୍ରହୀ ହୁଅନ୍ତୁ । ଆପଣ ମାନଙ୍କର ଭଲ ପାଇବା ଆମ ପାଇଁ ଗୋଟେ ଆଶୀର୍ବାଦ । ସେଥିପାଇଁ ଆପଣଙ୍କ ହାତ ଆମ ପଛରେ ରହିଛି ଆଉ ଆଗକୁ ରହିବ ବୋଲି ମୋର ଆଶା । ସିରିଏଲ ଲାଇନରେ ଟଙ୍କା କମ କିନ୍ତୁ ଆମ ଯାତ୍ରା ଦୁନିଆରେ ଟଙ୍କା ଅଧିକ ମିଳିଥାଏ ।

ଆମେ ଯାତ୍ରା ଡାଇରେକ୍ଟ ମଞ୍ଚ ଉପରେ କରିଥାଉ କିନ୍ତୁ ସେମାନେ କ୍ଯାମେରା ପଛରେ କରିଥାନ୍ତି । ଏମିତି କିଛି ଭାବି ସିରିଏଲ ହିରୋଇନ ମାନେ ଯାତ୍ରା କୁ ଆସୁଛନ୍ତି । ମୁଁ ନେଗେଟିଭ ଚରିତ୍ର ରେ ଅଭିନୟ କରୁଛି ମୋତେ ଭଲ ଲାଗେ । ଏଟା ମୁଁ କେବେ ବି ଛାଡିବି ନାହି” । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଲିଜା ପଣ୍ଡା ଙ୍କ ଅଭିନୟ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ । 

Leave a Reply

Your email address will not be published. Required fields are marked *