ଜନ୍ମ ହେବା ମାତ୍ରେ ହିଁ କାହିଁକି କାନ୍ଦିବାକୁ ଲାଗନ୍ତି ପିଲା ? ଜାଣନ୍ତୁ ଏହାର ବୈଜ୍ଞାନିକ ଓ ପୌରାଣିକ କାରଣ

ଯେବେ ବି କୌଣସି ପିଲା ଜନ୍ମ ହୋଇଥାଏ ତେବେ ସେ ତୁରନ୍ତ କାନ୍ଦିବାକୁ ଲାଗିଥାଏ , ଯଦି ପିଲା ନ କାନ୍ଦେ ତେବେ ଡକ୍ଟର ବା ନର୍ସ ହାଲ୍କା ଭାବେ ମାରି କି କାନ୍ଦିବାକୁ ବାଧ୍ୟ କରିଥାନ୍ତି ,ଏମିତିରେ କଣ ଆପଣ କେବେ ଭାଵିଚନ୍ତି କି ପିଲା ଜନ୍ମ ହେବା ପରେ କାନ୍ଦିବା କାହିଁକି ଏତେ ଜରୁରୀ ହୋଇଥାଏ । କଣ ହେବ ଯଦି ପିଲା ନକାନ୍ଦେ ? ଏହି ଡକ୍ଟର ମାନେ ପିଲା କୁ କାନ୍ଦିବାକୁ ନେଇ ଏତେ ଜରୁରୀ କାହିଁକି ମାନିଥାନ୍ତି । କଣ ଏହାର କାରଣ ବିଜ୍ଞାନ ସହିତ ଜଡିତ ରହିଛି କି ନା ଅନ୍ୟ କଣ ପୌରାଣିକ କଥା ରହିଛି ? ଆଜି ଆମେ ଆପଣଙ୍କୁ ଏହି ସବୁ ପ୍ରଶ୍ନର ଉତ୍ତର ଦେବୁ ।

ବୈଜ୍ଞାନିକ ଓ ପୌରାଣିକ କାରଣ

ଏହି କାରଣରୁ ପିଲା ଙ୍କ କାନ୍ଦିବା ହୋଇଥାଏ ଜରୁରୀ

ଜନ୍ମ ହେବା ପରେ ପିଲାର କାନ୍ଦିବା ଏହି କଥାର ସଂକେତ ହୋଇଥାଏ କି ପ୍ରଜନନ ପ୍ରକ୍ରିୟା ଠିକ ଭାବରେ ହୋଇଛି ନା ନାହିଁ, ପିଲା ଯେମିତି ହିଁ କାନ୍ଦେ ତେବେ ଏହାର ଫୁସଫୁସ ନିଃଶ୍ୱାସ ନେବା ପାଇଁ ପୂର୍ଣ୍ଣ ରୂପରେ ପ୍ରସ୍ତୁତ ହୋଇ ଯାଇଥାଏ । କାହିଁକି ନା ଯେତେବେଳେ ପିଲା ମା’ର ଗର୍ଭରେ ବଢ଼ିଥାଏ ତେବେ ତାହାର ଫୁସଫୁସରେ ପବନ ବଦଳରେ ଏମ୍ନିୟୋଟିକ ଦ୍ରବ୍ୟ ଭରା ହୋଇଥାଏ , ଏହାର କାରଣ ଏହି କି ଗର୍ଭରେ ସେ ୟେମ୍ନିୟୋଟିକ ସ୍ୟାକ ନାମକ ଗୋଟେ ଥଳିରେ ରହିଥାଏ । ଏହି ଥଳି ଏମ୍ନିୟୋଟିକ ଦ୍ରବ୍ୟ ଦ୍ଵାରା ଭରି ରହିଥାଏ , ପିଲା ଶରୀରକୁ ସବୁ ପୋଷଣ ମଧ୍ୟ ମା’ର ଗର୍ଭାଶୟ ମାଧ୍ୟମରୁ ମିଳିଥାଏ । ଯେବେ ଏହି ପିଲା ବାହାରକୁ ଆସିଥାଏ ତେବେ ଏହି ଗର୍ଭନଳକୁ କାଟି ଦିଆ ଯାଇଥାଏ ।

ପିଲା ଯେମିତି ହିଁ ମା’ର ଗର୍ଭରୁ ବାହାରକୁ ଆସିଥାଏ ତେବେ ଡ଼କ୍ଟର ବା ନର୍ସ ତାକୁ ଓଲଟାଇ ତାର ଫୁସଫୁସ ରେ ଏହି ଏମ୍ନିୟୋଟିକ ଦ୍ରବ୍ୟ ବାହାର କରିଥାନ୍ତି ,ସେହି ଦ୍ରବ୍ୟ ବାହାର କରିବା ପରେ ପିଲା ର ଫୁସଫୁସ ନିଃଶ୍ୱାସ ନେବାପାଇଁ ପ୍ରସ୍ତୁତ ହୋଇଥାଏ ,ଫୁସଫୁସର ଭଲ ଭାବେ ଏହି ଦ୍ରବ୍ୟ ବାହାର କରିବା ପାଇଁ ପିଲାର ଜୋରେ ନିଃଶ୍ୱାସ ନେବା ଜରୁରୀ ହୋଇଥାଏ ,ଏଥିପାଇଁ ପିଲାକୁ କନ୍ଦାଇବାକୁ ପଡ଼ିଥାଏ । କାନ୍ଦିବା କାରଣରୁ ସେ ଜୋରେ ନିଃଶ୍ୱାସ ନେବାପାଇଁ ବାଧ୍ୟ ହୋଇଯାଇଥାଏ ।

ଏହି ପ୍ରକ୍ରିୟା ଫୁସଫୁସର କାର୍ଯ୍ୟକ୍ଷମ ଏକକ ଏଲ୍ବିଓଲି ପାଇଁ ସମସ୍ତ ବାୟୁପଥକୁ ଖୋଲିଥାଏ | ଯେତେବେଳେ ଏହି ଦ୍ରବ୍ୟ ବାହାରକୁ ଆସିଯାଏ ତେବେ ପିଲାର ଫୁସଫୁସରେ ବାୟୁର ସଞ୍ଚାର ଠିକ ରୁପରେ ହେବାକୁ ଲାଗିଥାଏ ଓ ସେ ସାମାନ୍ୟ ରୂପରେ ଶ୍ୱାସ ନେଇଥାଏ ।

ପୌରାଣିକ କାରଣ

ବିଷ୍ଣୁପୁରାଣ ଅନୁସାରେ ଯେବେ ବ୍ରହ୍ମା ସୃଷ୍ଟିର ରଚନା କରିବା ପାଇଁ ନିଜ ଭଳି ଏକ ପୁତ୍ର ଉତ୍ପନ୍ନ କରିବା ପାଇଁ ବିଚାର କଲେ ତେବେ ତାଙ୍କ କୋଳରେ ଗୋଟେ ନୀଳ ରଙ୍ଗର ବାଳକ ପ୍ରକଟ ହୋଇଗଲା । ଏହି ବାଳକ କାନ୍ଦି କାନ୍ଦି ବ୍ରହ୍ମାଙ୍କର କୋଳରେ ଏପଟ ସେପଟକୁ ଦୌଡ଼ିବାକୁ ଲାଗିଲା । ଯେତେବେଳେ ବ୍ରହ୍ମା ଏହାର କାରଣ ପଚାରିଲେ, ତେବେ ସେ କହିଲେ ,ମୁଁ କିଏ ଓ କେଉଁଠି ଅଛି ? ଏହାପରେ ବ୍ରହ୍ମା କହିଲେ ଜନ୍ମ ହେବା ପରେ ତୁମେ କାନ୍ଦିବା ଆରମ୍ଭ କରିଦେଲ ,ଏଥିପାଇଁ ଆଜିଠୁ ତୁମ ନା ରୁଦ୍ର ଅଟେ । ରୁଦ୍ର ପୂର୍ବରୁ କୌଣସି ବି ପିଲା କାନ୍ଦିବା ଆରମ୍ଭ କରିନଥିଲେ । ବାସ୍ ସେବେଠୁ ଜନ୍ମ ହେବା ପରେ ଅନ୍ୟ ପିଲାଙ୍କ ପାଇଁ କାନ୍ଦିବା ଏକ ନିୟମ ଆରମ୍ଭ ହୋଇଗଲା । ଆପଣଙ୍କୁ ଆମର ଏହି ଲେଖାଟି କିପରି ଲାଗିଲା କମେଣ୍ଟ କରନ୍ତୁ ଓ ଏମିତି ନୂଆ ନୂଆ ପୋଷ୍ଟ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *