ଜଣେ ଗରିବ ଲୋକ ଯେତେବେଳେ ବୁଦ୍ଧଙ୍କୁ ପଚାରିଲା କି ମୁଁ ଏତେ ଗରିବ କାହିଁକି ହେଈଛି, ସେତେବେଳେ ବୁଦ୍ଧ ଦେଲେ ଏମିତି ଉତ୍ତର

ଗୌତମ ବୁଦ୍ଧ ଜଣେ ଶ୍ରମଣ ଥିଲେ, ଯାହାଙ୍କ ଶିକ୍ଷାରେ ବୌଦ୍ଧ ଧର୍ମ ଅନୁସରଣ କରାଯାଇଥିଲା । ସେ ଖ୍ରୀଷ୍ଟପୂର୍ବ 563 ମସିହାରେ ଲୁମ୍ବିନୀରେ ଇକ୍ଷ୍ୱାକୁ ରାଜବଂଶ କ୍ଷତ୍ରିୟ ଶାକ୍ୟ ବଂଶର ରାଜା ଶୁଦ୍ଧୋଧନଙ୍କ ଘରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ମାତାଙ୍କ ନାମ ମହାମାୟା ଥିଲା । ତାଙ୍କ ମାତା କୋଲିଆ ରାଜବଂଶର ଥିଲେ । ବୁଦ୍ଧ ଦେବ ଜନ୍ମ ହେବାର ସାତ ଦିନ ପରେ ତାଙ୍କ ମାତା ମୃତ୍ୟୁବରଣ କରିଥିଲେ । ତାଙ୍କ ମାତାଙ୍କ ସାନ ଭଉଣୀ ମହାପ୍ରଜାପତି ଗୌତମ ୀ ଗୌତମ ବୁଦ୍ଧଙ୍କୁ ଲାଳନ ପାଳନ କରିଥିଲେ ।

ବିବାହ ପରେ ସିଦ୍ଧାର୍ଥ ଗୋଟିଏ ଜ୍ୟେଷ୍ଠ ସନ୍ତାନ ରାହୁଲ ଏବଂ ତାଙ୍କ ସ୍ତ୍ରୀ ଯଶୋଧରାଙ୍କୁ ପରିତ୍ୟାଗ କଲେ ଓ ରାତ୍ର ସମୟରେ ଜଙ୍ଗଲ ଆଡକୁ ଯାଇ ପ୍ରକୃତ ମାର୍ଗ, ସତ୍ୟ ଦିବ୍ୟ ଜ୍ଞାନ ଓ ମୃତ୍ୟୁ, ଯନ୍ତ୍ରଣାରୁ ମୁକ୍ତି ପାଇବାର ପଥ ଖୋଜିଥିଲେ । ବହୁତ ବର୍ଷ ପରିଶ୍ରମ କଲା ପରେ ସେ ବୋଧ ଗୟା ବିହାରର ବୋଧି ବୃକ୍ଷ ତଳେ ତାଙ୍କୁ ଜ୍ଞାନ ପ୍ରାପ୍ତ ହୋଇଥିଲା ଏବଂ ସିଦ୍ଧାର୍ଥ ଗୌତମ ରୁ ଭଗବାନ ଗୌତମ ବୁଦ୍ଧ ହୋଇଥିଲେ । ଦିନେ ଗୌତମ ବୁଦ୍ଧଦେବ ଏକ ଗ୍ରାମରେ ଧର୍ମ ସଭାକୁ ସମ୍ବୋଧିତ କରୁଥିଲେ । ସବୁ ଲୋକମାନେ ନିଜ ନିଜର ଭିନ୍ନ ସମସ୍ୟା ବିଷୟରେ ବୁଝିବା ପାଇଁ ଗୌତମ ବୁଦ୍ଧଦେବଙ୍କ ନିକଟକୁ ଯାଆନ୍ତି ଏବଂ ହସ ଖୁସିରେ ସେଠାରୁ ଘରକୁ ଫେରି ଆସନ୍ତି ।

ଦିନେ ସେହି ଗାଁର ରାସ୍ତା କଡ଼ରେ ଜଣେ ଗରିବ ଲୋକ ବସିଥିଲେ ଏବଂ ସେ ଭଗବାନ ଗୌତମ ବୁଦ୍ଧଦେବଙ୍କ ପ୍ରଚାର ଶିବିରକୁ ଆସୁଥିବା ଲୋକଙ୍କୁ ଅତି ଯତ୍ନର ସହ ଦେଖୁଥିଲେ । ସେ ବହୁତ ଆଶ୍ଚର୍ଯ୍ୟ ହୋଇଗଲେ, ସେ ଦେଖିଲେ ଯେ ଲୋକମାନେ ଦୁଃଖୀ ଚେହେରା ସହିତ ଭିତରକୁ ଯାଉଛନ୍ତି । କିନ୍ତୁ ଯେତେବେଳେ ସେମାନେ ଫେରି ଆସନ୍ତି, ସେମାନଙ୍କ ମୁହଁ ହସ ଖୁସି ଦେଖାଯାଊଛନ୍ତି ।

ଏହି କଥାକୁ ନେଇ ସେହି ଗରିବ ବ୍ୟକ୍ତି ଜଣକ ବହୁତ ଆଶ୍ଚର୍ଯ୍ୟ ହେଲେ ଓ ଭାବିଲେ ଯେ ସେ ମଧ୍ୟ କାହିଁକି ତାଙ୍କ ସମସ୍ୟାକୁ ଭଗବାନ ବୁଦ୍ଧଙ୍କ ଆଗରେ ରଖିବେ ନାହିଁ । ମନରେ ଏହି ଧାରଣା ନେଇ ସେହି ଗରିବ ବ୍ୟକ୍ତି ଜଣକ ଗୌତମ ବୁଦ୍ଧଙ୍କ ନିକଟରେ ପହଞ୍ଚିଥିଲେ । ସେ ମହାତ୍ମା ବୁଦ୍ଧଙ୍କୁ ପ୍ରଣାମ କରିଲେ ଏବଂ କହିଲେ “ଏହି ଗାଁର ପ୍ରାୟ ସମସ୍ତ ଲୋକମାନେ ଖୁସି ଏବଂ ସମୃଦ୍ଧ ଅଛନ୍ତି ।

ତେବେ ମୁଁ କାହିଁକି ଗରିବ” ଏହି କଥା ଶୁଣି ଗୌତମ ବୁଦ୍ଧଦେବ ହସି ହସି କହିଥିଲେ ଯେ ତୁମେ ନିଜର ଗୁଣ ହେତୁ ଗରିବ ଓ ନିର୍ଧନ ହୋଇଛ, କାରଣ ତୁମେ ଆଜି ପର୍ଯ୍ୟନ୍ତ କାହାକୁ କିଛି ମଧ୍ୟ ଦେଇ ନାହଁ । ଗୌତମ ବୁଦ୍ଧଦେବଙ୍କର ଏହି କଥା ଶୁଣି ସେହି ଗରିବ ବ୍ୟକ୍ତି ଜଣକ ବହୁତ ଆଶ୍ଚର୍ଯ୍ୟ ଚକିତ ହେଲେ ଏବଂ ଭଗବାନ ମୋ ପାଖରେ କ’ଣ ଅଛି ଯେ ମୁଁ ଅନ୍ୟକୁ ଦେବି । ଭଗବାନ ବୁଦ୍ଧଦେବ କିଛି ସମୟ ତାଙ୍କ କଥା ଶୁଣିଲେ ଏବଂ ତାପରେ କହିଥିଲେ ଯେ ତୁମେ ସବୁଠାରୁ ବଡ ଅଜ୍ଞାନୀ ।

ଅନ୍ୟମାନଙ୍କୁ ଅଂଶୀଦାର କରିବାକୁ ଭଗବାନ ଆପଣଙ୍କୁ ଅନେକ ଜିନିଷ ଦେଇଛନ୍ତି । ଭଗବାନ ତୁମକୁ ଏକ ହସ ଦେଇଛନ୍ତି ଯାହା ଦ୍ବାରା ଆପଣ ଲୋକଙ୍କ ମଧ୍ୟରେ ଆଶା ସଂଚାର କରିପାରିବେ । ଆପଣଙ୍କୁ ଏକ ମୁଖ ବା ମୁହଁ ଦେଇଛନ୍ତି ଯାହା ଦ୍ବାରା ଆପଣ ଲୋକମାନଙ୍କୁ ମଧୁର ଶବ୍ଦ କହିପାରିବେ ଓ ସେମାନଙ୍କୁ ପ୍ରଶଂସା କରିପାରିବେ ଏବଂ ଦୁଇଟି ହାତ ଅଛି, ଯାହା ଦ୍ୱାରା ଆପଣ ଲୋକମାନଙ୍କୁ ସାହାଯ୍ୟ କରିପାରିବେ । ଭଗବାନ ଏହି ତିନୋଟି ଜିନିଷ ଯାହାକୁ ଦେଇଛନ୍ତି ସେ କଦାପି ଗରିବ ଏବଂ ନିର୍ଧନ ହୋଇପାରିବେ ନାହିଁ । ଦରିଦ୍ରର ଧାରଣା କେବଳ ମନୁଷ୍ୟ ମନରେ ଅଛି । ଲେଖାଟି ଭଲ ଲାଗିଥିଲେ ସେଆର କରିବେ । ଏମିତ ନୂଆ ଲେଖାସବୁ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *