ଏକ ଏମିତି ଶିକ୍ଷୟତ୍ରୀ, ଯିଏ 23 ବର୍ଷ ଧରି ପିଲାଙ୍କ ପାଇଁ ପ୍ରତିଦିନ 50 km କରନ୍ତି ଯାତ୍ରା, ଚଢନ୍ତି 3 km ପାହାଡ, ପୁରା ଘଟଣା ଜାଣିଲେ ଆପଣ ବି କରିବେ ସଲାମ !

ବନ୍ଧୁଗଣ ମା ବାପାଙ୍କ ପରେ ଛୁଆଙ୍କ ଭବିଷ୍ୟତ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ କରିଥାନ୍ତି । ଏକ ସଫଳ ମଣିଷ ପଛରେ ତାର ଶିକ୍ଷକର ଏକ ବଡ ଭୂମିକା ରହିଥାଏ । ଆମ ଭାରତୀୟ ପରମ୍ପରାରେ ଶିକ୍ଷକ ମାନଙ୍କର ଏକ ନିର୍ଦ୍ଧିଷ୍ଟ ସ୍ଥାନ ରହିଛି । ସେଥିପାଇଁ ଆମ ଦେଶରେ ଗୁରୁ ପୂର୍ଣ୍ଣିମା ପାଳନ କରାଯାଇଥାଏ । ଗୁରୁ ପୂର୍ଣ୍ଣିମା ପ୍ରତି ବର୍ଷ ୫ ସେପ୍ଟେମ୍ବରରେ ପାଳନ କରାଯାଇଥାଏ । ଭାରତରେ ଏମିତି ଶିକ୍ଷକ ମାନଙ୍କର କିଛି ମହାନ କାମରେ ଅନେକ ଉଦାହରଣ ଦେଖିବାକୁ ମିଳିଛି ।

ବର୍ତ୍ତମାନ ଏମିତି ଏକ ଶିକ୍ଷୟତ୍ରୀ ସୋ-ସି-ଆ-ଲ ମି-ଡି-ଆ-ରେ ବହୁତ ଚର୍ଚାରେ ରହିଛନ୍ତି । ଏହି ଶିକ୍ଷୟତ୍ରୀଙ୍କ ନାମ ହେଉଛି କମଳତି । କମଳତି ମଧ୍ୟ ପ୍ରଦେଶର ବେତୁଲ ଜିଲ୍ଲାର ବାସିନ୍ଧା ଅଟନ୍ତି । ଶିକ୍ଷାକୁ ନେଇ କମଳତି ଏକ ଅଦ୍ଭୁଦ କାମ କରିଛନ୍ତି । ସେ ଛୁଆ ମାନଙ୍କ ପଢାଇବା ପାଇଁ ସବୁଦିନ ପାଖା ପାଖି ୫୦ କିଲୋମିଟର ଯାତ୍ରା କରନ୍ତି । ୨୩ ବର୍ଷ ହେବ ସେ ଛୁଆ ମାନଙ୍କୁ ପଢାଇବା ପାଇଁ ୩୫ କିଲୋମିଟର ଯାନ୍ତି ଓ ୨୫ କିଲୋମିଟରରେ ଫେରନ୍ତି ।

କମଳତିଙ୍କ ମତରେ ସେ ଆଗକୁ ମଧ୍ୟ ଏମିତି ଛୁଆ ମାନଙ୍କୁ ପଢାଇବେ । କମଳତି ଡୋଙ୍ଗରେ ଏକ ୪୫ ବର୍ଷୀୟ ମହିଳା ଅଟନ୍ତି । ସେ ବେତୁଲରୁ ୩୫ କିଲୋମିଟର ଦୂର ପାହାଡୀ ଗାଁ ଗୋଲା ଗୋଦୀରେ ଶିକ୍ଷୟତ୍ରୀ ରୂପେ କାର୍ଯ୍ୟ କରୁଛନ୍ତି । ସେ ସେହି ସ୍କୁଲରେ ୩୧ ଅଗଷ୍ଟ ୧୯୯୮ ମସିହାରେ ନିଯୁକ୍ତି ପାଇଥିଲେ । ୧୪ ବର୍ଷ ପରେ ତାଙ୍କୁ ଅଧ୍ୟାପକ କରଯାଇଥିଲା । ୨୦୧୮ ମସିହାରେ ସେ ସିକ୍ଷୟତ୍ରୀ ହୋଇଥିଲେ ।

ଚାକିରି ଶେଷ ହେବା ପର୍ଯ୍ୟନ୍ତ ସେ ସ୍କୁଲରେ ପିଲା ମାନଙ୍କୁ ପାଠ ପଢାଇବା ପାଇଁ ଚାହୁଁ ଛନ୍ତି । ସେ ପ୍ରତ୍ୟକ ଦିନ ୨୫ କିଲୋମିଟର ଯାତ୍ରା କରନ୍ତି । ଜଙ୍ଗଲି ଜୀବଜନ୍ତୁ, ଖରା ଓ ପାହାଡକୁ ସାମ୍ନା କରି ସେ ସବୁଦିନ ପିଲା ମାନଙ୍କୁ ପଢାଇବା ପାଇଁ ଯାନ୍ତି । ପିଲା ମାନଙ୍କୁ ପାଠ ପଢାଇବା ପାଇଁ ସେ ବହୁତ ସମସ୍ୟାର ସମ୍ମୁଖୀନ ହୁଅନ୍ତି । ଘରୁ ବାହାରିବା ପରେ ସେ ୧୦ କିଲୋମିଟରର ଯାତ୍ରା ବସରେ କରନ୍ତି । ଏହା ପରେ ସେ ୧୨ କିଲୋମିଟରର ଯାତ୍ରା ଲିଫ୍ଟ ନେଇ ଯାନ୍ତି ।


ଏହା ପରେ ସେ ତିନି କିଲୋମିଟରର ଯାତ୍ରା ଜଙ୍ଗଲି ପାହାଡ ଉପରେ ଚାଲନ୍ତି । ବନ୍ଧୁଗଣ ଗତ ୨୩ ବର୍ଷ ହେବ ସେ ଏମିତି ଯାତ୍ରା କରି ପିଲା ମାନଙ୍କୁ ପାଠ ପଢାନ୍ତି । କମଳତିଙ୍କ ବିବାହ ୨୮ ଏପ୍ରିଲ ୧୯୯୯ ମସିହାରେ ହୋଇଥିଲା । ବିବାହ ପରେ ମଧ୍ୟ ସେ ନିଜ ଗାଁରେ ରହି ଛୁଆ ମାନଙ୍କୁ ପଢାଇବା ପାଇଁ ମନ କରିଥିଲେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ କମଳତିଙ୍କ ଜୀବନୀ କିପରି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *