ଆପଣଙ୍କ ଘରେ ଅଛି କି ଝାଡୁ, ପଢନ୍ତୁ ଝାଡୁ ଲଗାଇବାର ସଠିକ ନିୟମ, ନ ହେଲେ…

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଝାଡୁ କେବଳ ଆମ ଘରକୁ ପରିଷ୍କାର କରିନଥାଏ ବରଂ ଏହା ଘରର ଦରିଦ୍ରତାକୁ ମଧ୍ୟ ଦୂର କରିଥାଏ । ଝାଡୁ ଘରକୁ ସୁଖ ଏବଂ ସମୃଦ୍ଧି ମଧ୍ୟ ଆଣି ଦେଇଥାଏ । ଝାଡୁରେ ମା ଲକ୍ଷ୍ମୀଙ୍କ ବାସ ରହିଥାଏ । ଝାଡୁକୁ ଆଦର ନ କରିଲେ ଏହାର କୁପ୍ରଭାବ ଘର ଉପରେ ପଡିଥାଏ । ଆଜି ଆମେ ଆପଣଙ୍କୁ ଝାଡୁ ଲଗାଇବାର ସଠିକ ନିୟମ ବିଷୟରେ କହିବୁ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ସବୁ ନିୟମ ବିଷୟରେ ।

ଝାଡୁ ଲଗାଇବା ସମୟରେ ମୌନ ରହିବା ଉଚିତ । କଥାବାର୍ତ୍ତା କରି ଝାଡୁ ଲଗାଇଲେ ମା ଲକ୍ଷ୍ମୀ ଅସନ୍ତୁଷ୍ଠ ହୋଇଥାନ୍ତି । ଝାଡୁରେ ଗୋଡ ବାଜିଲେ ମଧ୍ୟ ମା ଲକ୍ଷ୍ମୀ ରୁଷ୍ଠ ହୋଇଥାନ୍ତି । ତେଣୁ ଯଦି ଅଜଣାତରେ ଝାଡୁରେ ଗୋଡ ବାଜିଥିବ ତେବେ ମା ଲକ୍ଷ୍ମୀଙ୍କୁ କ୍ଷମା ପ୍ରାର୍ଥନା କରନ୍ତୁ । ଝାଡୁ ଲଗାଇବା ସମୟରେ ଧ୍ୟାନ ଦେବେ ଯେପରି ଝାଡୁରେ ଗୋଡ ନ ବାଜିବ । ପୁରାଣରେ ମଧ୍ୟ ବର୍ଣ୍ଣିତ ଅଛି ଧ୍ୟାନର ସହକାରେ ଝାଡୁ କରନ୍ତୁ ।


ସୂର୍ଯ୍ୟଦୟ ପୂର୍ବରୁ କିମ୍ବା ସୂର୍ଯ୍ୟଦୟ ସମୟରେ ଝାଡୁ କରିପାରିବେ । ସୁର୍ଜ୍ୟଦୟ ପରେ ଝାଡୁ ଲଗାଇଲେ ମା ଲକ୍ଷ୍ମୀ ରୁଷ୍ଟ ହୋଇଯାନ୍ତି । ଠିକ ସେହିପରି ସନ୍ଧ୍ୟା ସମୟରେ ସୂର୍ଯ୍ୟାସ୍ତ ପୂର୍ବରୁ କିମ୍ବା ସୂର୍ଯ୍ୟାସ୍ତ ହେବାର ୧୦ ମିନିଟ ମଧ୍ୟରେ ଝାଡୁ ଲଗାଇବେ । ଭୁଲ ସେ ମଧ୍ୟ ସନ୍ଧ୍ୟା ପରେ କିମ୍ବା ରାତିରେ ଝାଡୁ ଲଗାଇବେ ନାହିଁ । କାରଣ ଏହି ସମୟରେ ଝାଡୁ କରିବା ବହୁତ କ୍ଷତି କାରକ ହୋଇଥାଏ । ଯଦି କୌଣସି କାରଣରୁ ଘରେ ଝାଡୁ ଲଗାଇବାକୁ ପଡିଥାଏ, ତେବେ ଘରର ଅଳିଆକୁ ଘରର କୌଣସି ଏକ କୋଣରେ ରଖି ଦିଅନ୍ତୁ ଏବଂ ପରଦିନ ସକାଳେ ବାହାରକୁ କାଢି ଦିଅନ୍ତୁ ।

ଘରେ ସନ୍ଧ୍ୟା ଦେବାପରେ, ପୂଜା କରିବା ପରେ, ଖାଦ୍ୟ ଖାଇବା ପରେ ଏବଂ ଘରର ସଦସ୍ୟ କୌଣସି କାମକୁ ଯିବା ପରେ ଭୁଲ ସେ ମଧ୍ୟ ଝାଡୁ ଲଗାଇବେ ନାହିଁ । କାରଣ ଝାଡୁ ଲଗାଇବା ଦ୍ଵାରା ସଦସ୍ୟଙ୍କ କର୍ମ ବା ପୂଜା ଅସଫଳ ହେବାର ସମ୍ଭାବନା ଥାଏ । ଯଦି ଆବଶ୍ୟକ ଥାଏ ତେବେ ଏହି ସବୁ କାମ ସରିବାର ୨ ରୁ ୩ ଘଣ୍ଟା ପରେ ଆପଣ ଘରେ ଝାଡୁ ଲଗାଇପାରିବେ । ଗୃହ ମଧ୍ୟକୁ କୌଣସି ଅତିଥି ଆସିବା ସମୟରେ କିମ୍ବା ଯିବା ପରେ ଝାଡୁ କରିବେ ନାହିଁ । ଘରେ କେହି ଛିଙ୍କିଲେ କିମ୍ବା କାନ୍ଦୁଥିଲେ ଝାଡୁ କରନ୍ତୁ ନାହିଁ ।

ପ୍ରଥମେ ଘରର ଐଶାନ୍ୟ କୋଣରୁ ଝାଡୁ ଲଗାଇବା ଆରମ୍ଭ କରିବା ଉଚିତ ଏବଂ ଉତ୍ତର କୋଣରେ ସମାପ୍ତ କରନ୍ତୁ । ଝାଡୁକୁ ସର୍ବଦା ଘରେ ଲୁଚାଇକି ରଖନ୍ତୁ । ଝାଡୁକୁ ଏକ ଏମିତି ସ୍ଥାନରେ ରଖନ୍ତୁ ଯେପରି ଆପଣଙ୍କ ନଜର କିମ୍ବା ଅନ୍ୟ କୌଣସି ଲୋକଙ୍କ ନଜର ନପଡେ । ଝାଡୁକୁ ଭୁଲ ସେ ମଧ୍ୟ ଐଶ୍ଵନ୍ୟ କୋଣରେ ରଖନ୍ତୁ ନାହିଁ । କାରଣ ଏହା ଦେବା ଦେବୀଙ୍କର ସ୍ଥାନ ହୋଇଥାଏ ।

ତେବେ ବନ୍ଧୁଗଣ ଆପଣ ଏହି ସବୁ ନିୟମକୁ ମାନି ଝାଡୁ ଲଗାଇବା ଉଚିତ । ଏହା ଦ୍ଵାରା ଘରେ ସୁଖ ସମୃଦ୍ଧି ରହିବା ସହ ଘରର ଆର୍ଥିକ ସ୍ଥିତି ମଝବୁତ ହୋଇଥାଏ ଏବଂ ଆପଣଙ୍କ ଉପରେ ମା ଲକ୍ଷ୍ମୀଙ୍କ ବିଶେଷ କୃପା ରହିଥାଏ ।

ଆପଣଙ୍କୁ ଲେଖାଟି ପସନ୍ଦ ଆସିଥିଲେ ଗୋଟିଏ ସେୟାର କରିବେ ଓ ଲେଖାଟି ସଂପୂର୍ଣ୍ଣ ପଢି ଥିବାରୁ ଆପଣଙ୍କୁ ଧନ୍ୟବାଦ ଓ ଏମିତି ନୀତିଦିନ ଶାସ୍ତ୍ର ସମ୍ବନ୍ଧୀୟ ଅଧିକ ତଥ୍ୟ ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *