ଜାଣନ୍ତୁ ଗାଈ ଓ ମଇଁଷିର କ୍ଷୀର ବଢାଇବାର ନମ୍ବର ୧ ଦେଶୀ ଫର୍ମୁଲା, ୧୦୦ % ଉପକାରୀ

ଅଧିକାଂଶ ଲୋକ କ୍ଷୀର ପାଇଁ ଗାଈ ଓ ମଇଁଷି ପାଳିଥାନ୍ତି । କ୍ଷୀର ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଜରୁରୀ ଅଟେ । ଲୋକମାନେ ଏମାନଙ୍କ କ୍ଷୀରକୁ ବିକ୍ରି କରି ନିଜର ଜୀବିକା ନିର୍ବାହ କରିଥାନ୍ତି । ହେଲେ ଗାଈ ଓ ମଇଁଷି କିଛି କାରଣ ପାଇଁ କ୍ଷୀର କମ ଦେଇଥାନ୍ତି । କିଛି ଥର ପଶୁମାନଙ୍କର ସ୍ୱାସ୍ଥ୍ୟ ଖରାପ ହେବା କାରଣରୁ କ୍ଷୀର କମିଯାଇଥାଏ ଓ ଆଉ କିଛି ଥର ଟୀକା ନେବା କାରଣରୁ । ଏହା ଦ୍ଵାରା ଆମ ବ୍ୟାପାରରେ ଘାଟା ହୋଇଥାଏ ।

ଆଜି ଆମେ ଆପଣଙ୍କୁ ଗାଈ ଓ ମଇଁଷିର କ୍ଷୀର ବୃଦ୍ଧି କରିବାର ଉପାୟ ବିଷୟରେ କହିବୁ । ଆପଣ ଏହି ସହଜ ଘରୋଇ ଉପାୟ ଦ୍ଵାରା ବହୁତ ଲାଭ ପାଇ ପାରିବେ । ତେବେ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ । ଏହି ଉପାୟ ପାଇଁ ଆପଣ ସର୍ବ ପ୍ରଥମେ ଅଧ କିଲୋ ଗୁଡ ନିଅନ୍ତୁ ।


ଗୁଡରେ ଜିଙ୍କ ଜାତୀୟ ଦ୍ରବ୍ୟ ରହିଥାଏ, ଯାହା ପଶୁ ମାନଙ୍କ କ୍ଷୀର ବୃଦ୍ଧି କରିବାରେ ସହାୟକ ହୋଇଥାଏ । ଏଥିରେ ଆଇରନ ର ମାତ୍ରା ମଧ୍ୟ ଅଧିକ ରହିଥାଏ । ଏଥିପାଇଁ ଏହା ଆମ ପଶୁଙ୍କ ଲିଭର କୁ ମଝବୁତ କରିଥାଏ ଓ ଏହା ସହିତ କ୍ଷୀର ବଢାଇବାରେ ମଧ୍ୟ ସହାୟକ ହୋଇଥାଏ । ଏଥିପାଇଁ ଆମେ 1/2 କିଲୋ ଗୁଡ ନେବା ।

ଏହା ପରେ ଆପଣ ୨୦୦ ଗ୍ରାମ ଲେମ୍ବୁ ନିଅନ୍ତୁ ଓ ଏହାକୁ ଭଲ ଭାବରେ ଚିପୁଡିକି ଏହାର ରସ ବାହାର କରି ଦିଅନ୍ତୁ । ଲେମ୍ବୁରେ ଭିଟାମିନ C ରହିଥାଏ । ଏହା ପଶୁ ମାନଙ୍କ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ । ଏହା ସହିତ ଆପଣ ୩୦ ଏମଏଲର ସୋରିଷ ତେଲ ନିଅନ୍ତୁ । ଆପଣ କୌଣସି ବି ସୋରିଷ ତେଲ ନେଇ ପାରିବେ । ଏହା ମଧ୍ୟ ପଶୁଙ୍କ କ୍ଷୀର ବଢାଇବାରେ ସହାୟକ ହୋଇଥାଏ ।


ସମସ୍ତ ସାମଗ୍ରୀକୁ ଆଣିବା ପରେ ଆପଣ ଏକ ପିତଳ ପାତ୍ର ନେଇ ଗ୍ୟାସ ଚୁଲା ଉପରେ ରଖନ୍ତୁ । ଗ୍ୟାସ ଲଗାଇ ଏହାକୁ ଅଳ୍ପ ମାତ୍ରାରେ ଗରମ କରନ୍ତୁ । ଗରମ କରିବା ପରେ ଏଥିରେ ଗୁଡ, ଲେମ୍ବୁ ରସ ଏବଂ ସୋରିଷ ତେଲକୁ ପକାଇ ଦିଅନ୍ତୁ । ସୋରିଷ ତେଲ ପାତ୍ରରେ ଗୁଡକୁ ଲାଗିବାକୁ ଦେବ ନାହିଁ । କିଛି ସମୟ ହେବାପରେ ଏହି ମିଶ୍ରଣ ଫୁଟିବାକୁ ଲାଗିବ । ଫୁଟିବା ପରେ ଆପଣ ଗ୍ୟାସ ବନ୍ଦ କରି ଦିଅନ୍ତୁ ଓ ଏହାକୁ ଥଣ୍ଡା ହେବା ପାଇଁ କିଛି ସମୟ ଛାଡି ଦିଅନ୍ତୁ ।

ମିଶ୍ରଣ ଥଣ୍ଡା ହେବା ପରେ ଆପଣ ଅଟା ବା ଚୋକଡରେ ଏହାକୁ ମିଶାଇ ଦିଅନ୍ତୁ ଓ ନିଜ ପଶୁକୁ ଖାଇବା ପାଇଁ ଦିଅନ୍ତୁ । ଆପଣ ଦିନକୁ ୧ ରୁ ୨ ଥର ଏହି ମିଶ୍ରଣ ପଶୁ ମାନଙ୍କୁ ଦେଇପାରିବେ । ଏହାର କୌଣସି ସାଇଡ ଇଫେକ୍ଟ ନାହିଁ । ଏହି ଉପାୟ କରିବାର କିଛି ଦିନ ମଧ୍ୟରେ ପଶୁ ପୂର୍ବ ଅପେକ୍ଷା ଅଧିକ କ୍ଷୀର ଦେବ ।

ଆପଣଙ୍କୁ ଆମର ଏହି ପୋସ୍ଟଟି କିପରି ଲାଗିଲା ଆମକୁ ଜଣାନ୍ତୁ, ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଏପରି କିଛି କୃଷି ସମ୍ବନ୍ଧୀୟ ଟିପ୍ସ ପାଇଁ ଆମ ପେଜକୁ ଲାଇକ କରନ୍ତୁ ଓ ଆଗକୁ ଆମ ସହ ଯୋଡି ହୋଇ ରୁହନ୍ତୁ ।

Leave a Reply

Your email address will not be published. Required fields are marked *