କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ ଦାଣ୍ଡ, ବିଜୟା ଦଶମୀରେ ଜଗି ବସିଥିଲା ଯମ, ନେଇଗଲା ପରିବାରର ୩ ଜୀବନ…ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ଆଜି ହେଉଛି ବିଜୟା ଦଶମୀ । ମା’ ଙ୍କ ପାଖରେ ପୂଜାର୍ଚ୍ଚନା କରିବା ନିମନ୍ତେ ଜଣେ ମହିଳା ସ୍ନାନ କରି ସାରିଥିଲେ । ସେ ଶାଢୀ ସୁଖେଇବା ପାଇଁ ପଦାକୁ ଆସିଥିଲେ । ଠିକ ଏତିକି ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସିଗଲେ । ଆଉ ମା’ ଙ୍କୁ ବଞ୍ଚାଇବା ନିମନ୍ତେ ପୁଅ ଏବଂ ପୁତୁରା ଙ୍କୁ ବଞ୍ଚାଇବା ପାଇଁ ଦାଦା । ଅର୍ଥାତ ଦିଅର, ପୁଅ ଆଉ ମା’ ସବୁ ଆର ପାରିକୁ ଚାଲିଗଲେ । ବିଜୟା ଦଶମୀ ରେ ଗୋଟିଏ ପରିବାରର ୩/୩ ଟି ଜୀବନ ଚାଲିଗଲା ।

ତେବେ ମୃତକ ହେଉଛନ୍ତି ସୁକାନ୍ତି ବେହେରା, ପୁଅ ସୋହନ ବେହେରା, ଆଉ ଦିଅର ସୁଶୀଲ ବେହେରା । ସଙ୍ଗେ ସଙ୍ଗେ ସେମାନଙ୍କୁ ଉଧାର କରି ଡାକ୍ତର ଖାନା କୁ ନିଆଗଲା ଆଉ ଡାକ୍ତର ସେଠାରେ ସମସ୍ତଙ୍କୁ ମୃତ ଘୋଷଣା କରିଲେ । ଏହାପରେ ଗ୍ରାମରେ ଶୋକାକୁଳ ପରିବେଶ । କାହାରି ଆଖିରୁ ଲୁହ ସୁଖୁନାହିଁ ।

ଆଜି ଭଳି ଏକ ପବିତ୍ର ଦିନରେ ଏମିତି ଏକ ଅଘଟଣ ଘଟିଯିବ ଏହାକୁ କେହି କେବେ ମଧ୍ୟ ବିଶ୍ଵାସ କରି ପାରୁ ନାହାନ୍ତି । ତେବେ ଏହି ଘଟଣା ଟି ହେଉଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ଜବଲପୁରା ଗ୍ରାମର ସୁକାନ୍ତି ବେହେରା ଙ୍କ କଥା । ଶୁକାନ୍ତି ଗାଧୋଇ ସାରି ନିଜ ଓଦା ଲୁଗା ସୁଖାଇବା ବେଳେ ପାଖରେ ଥିବା ମିଟରରେ ଲୁଗାଟି ପଡିଯାଇଥିଲା ।

ଏହାପରେ ସୁକାନ୍ତି ବିଦ୍ୟୁତ ସଂସ୍ପର୍ଶରେ ଆସି ଚିତ୍କାର କରିଥିଲେ ଆଉ ଚିତ୍କାର ଶୁଣି ମା’ ଙ୍କୁ ବଞ୍ଚାଇବା ପାଇଁ ୧୧ ବର୍ଷ ର ପୁଅ ମଧ୍ୟ ଧାଇଁ ଆସିଥିଲା । ଏବଂ ସେ ମଧ୍ୟ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲା । ତେବେ ସୁକାନ୍ତି ଙ୍କ ଦିଅର ସୁଶୀଲ ବେହେରା ତାଙ୍କୁ ବଞ୍ଚାଇବା ନିମନ୍ତେ ଉଦ୍ୟମ କରୁଥିବା ସମୟରେ ସେ ମଧ୍ୟ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲେ ।

ଗାଁ ଲୋକେ ପାଟି ଶୁଣି ଗାଁ ର ବିଦ୍ୟୁତ କାଟି ୩ ଜଣଙ୍କୁ ପୁରୁଣା କଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ । ମାତ୍ର ସେଠାରେ ୩ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ଖବର ପାଇ ପୋଲିସ ପହଞ୍ଚିଛି ଆଉ ତଦନ୍ତ ଆରମ୍ଭ କରିଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *