Jajpur train mishap: ଯମ ମୁହଁରୁ ଫେରି ଆସିଲା କୁନି ଶିଶୁଟିର ଜୀବନ ହେଲେ ବଢିଗଲା ତା’ ଜୀବନର ଦୁଃଖ…

ବନ୍ଧୁଗଣ, ସୂଚନା ଅନୁଯାୟୀ ୩ ମାସର ନିଷ୍ପାପ ଶିଶୁ, କିଛି ଘଣ୍ଟା ତଳେ ସେ ମୃ-ତ୍ୟୁ ମୁଖରୁ ଫେରିଛି । ଶିଶୁଟିର ମୁଣ୍ଡ ଏବଂ ମୁହଁସାରା ତାଜା ରହିଅଛି କ୍ଷତ । ତେବେ ଆସନ୍ତୁ ଜାଣିନେବା ଏଭଳି କ’ଣ ଘଟିଥିଲା ନିଷ୍ପାପ ଶିଶୁ ସାଙ୍ଗରେ ? ଯାଜପୁର ଟ୍ରେନ ଦୁର୍ଘଟଣା ପରିବାରରୁ ଛଡାଇ ନେଇଛି ମା’ ଏବଂ ଝିଅ କୁ । ତେବେ ବଳରାମ ଙ୍କ ସ୍ତ୍ରୀ ରୋଗରେ ପୀଡିତ ଥିଲେ ଏବଂ ସେ କଟକ ଯାଇ ଚିକିତ୍ସ୍ୟା ପରେ ଭଲ ହୋଇଯିବେ ସ୍ତ୍ରୀ ବୋଲି ସେହି ଆଶାରେ ଟିକେଟ କରି ଷ୍ଟେସନ ବିଶ୍ରାମାଗାରାରେ ବସାଇଥିଲେ ନିଜ ପତ୍ନୀ ଏବଂ ଶାଶୁ ଙ୍କୁ ।

ସେ ନିଜ ପତ୍ନୀ ଙ୍କ ପାଇଁ ଆଣିବାକୁ ଯାଇଥିଲେ ଚାହା ବିସ୍କୁଟ । କିନ୍ତୁ ଫେରିବା ବେଳକୁ ଆଉ କିଛି ବାକି ନଥିଲା । ସୌଭାଗ୍ୟବଶତ ବଞ୍ଚିଯାଇଛି ୩ ମାସର ପୁଅ । ଦୁର୍ଘଟଣା ସମୟରେ ସ୍ତ୍ରୀ କଣ୍ଢେଇ ଙ୍କ ହାତରୁ ଛିଟିକି ଯାଇ ଅଳ୍ପ ଦୂରରେ ପଡିଥିଲା ଶିଶୁ ଟି । ଏହା ଫଳରେ ବର୍ତ୍ତୀ ଯାଇଥିଲା ତାହାର ଜୀବନ । ଆଉ ଏକ ଘଟଣା କୋରେଇ ଫାଜଲପୁର ଅଞ୍ଚଳର sk ମୋଇ ଙ୍କ ଘରେ ମଧ୍ୟ କାନ୍ଦବୋବାଳୀ ଦେଖିବାକୁ ମିଳିଛି ।

ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା ରୋଜଗାରିଆ ମା’ ଚାଲିଯାଇଛନ୍ତି । ୨୦ ବର୍ଷ ହେବ ପାରାଲିସିସରେ ପୀଡିତ ଅଛନ୍ତି ସ୍ଵାମୀ । ଘରେ ଦୁଇ ଅବିବାହିତ ଝିଅ ଅଛନ୍ତି । ଏହିଭଳି ସ୍ଥିତି ରେ ପାରିବା ଦୋକାନ କରି ନିଜ ପରିବାର ପୋଷଣ କରୁଥିଲେ ଅବଜନ ବିବି । ସେ ଗତକାଲି ଭୁବନେଶ୍ଵର ବାହାରି ଥିଲେ ନିଜ ଅସୁସ୍ଥ ସ୍ଵାମୀ ନିମନ୍ତେ ଔଷଧ ଆଣିବାକୁ ।

ମାତ୍ର ବିନା ଔଷଧରେ କୋରେଇ ଷ୍ଟେସନରୁ ଫେରିଥିଲା ଅବଜନ ଙ୍କ ଶରୀର । ଅବଜନ ଙ୍କ ଝିଅ କହିଛନ୍ତି ଯେ ତାଙ୍କ ମା’ ସବୁ କରୁଥିଲେ ତାଙ୍କର, ପରିବାରର ଭଲମନ୍ଦ ସହିତ ରୋଗିଣା ବାପା ଙ୍କ କଥା ମଧ୍ୟ ବୁଝୁଥିଲେ । ବର୍ତ୍ତମାନ ତାଙ୍କର ୪ ଭାଇ ଭଉଣୀ ଏବଂ ଜଣେ ପିଉସୀ ଅଛନ୍ତି ଯିଏ କି ବିଧବା ଅଟନ୍ତି ।

ବାପା ପାରାଲିସିସ ହୋଇଯାଇଛନ୍ତି ବର୍ତମାନ ସେମାନେ କଣ କରିବେ ତାଙ୍କ ମୁଣ୍ଡରେ କିଛି ବୁଦ୍ଧି ପଶୁଣାହିଁ ବୋଲି କହିଥିଲେ । ତେବେ ଅସମୟରେ ଚାଲିଯାଇଥିବା ତିନି ତିନି ଜଣଙ୍କୁ ମନେ ପକାଇ ଝୁରି ହେଉଛନ୍ତି ପରିବାର । ଭଗବାନ ଙ୍କ ନିକଟରେ ପ୍ରାର୍ଥନା ଯେ କାହା ସହିତ ଏହିଭଳି ହୃଦୟବିଦାରକ ଘଟଣା ନଘଟୁ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *