ଫାସି ଦେବା ସମୟରେ ଜଲ୍ଲାଦ କଏଦୀ କାନରେ କଣ କହିଥାଏ ?

ନମସ୍କାର ବନ୍ଧୁଗଣ ତେବେ ଗୋଟିଏ ସମାଜ କୁ ଏକ ସୁସ୍ଥ ସମାଜ ଗଠନ କରିବା ହେଉଛି ଯେକୌଣସି ସରକାର ଙ୍କର ମୁଖ୍ୟ କାର୍ଯ୍ୟ ଅଟେ । ଏବଂ ଆମ ସମାଜକୁ ଏକ ମଙ୍ଗଳକାରୀ ତଥା ଲୋକପ୍ରିୟ ସମାଜ ଗଠନ କରିବାକୁ ତଥା ଲୋକ ମାନଙ୍କୁ ଏକ ନିରାପଦ ତଥା ସ୍ୱାଧୀନ ଜୀବନ ଦେବାକୁ କିଛି ନିୟମ ଲାଗୁ କରିଛନ୍ତି ଏବଂ ଏହି ନିୟମ କୁ ସମସ୍ତ କୁ ମାନିବାକୁ ପଡିଥାଏ । କିନ୍ତୁ ଯଦି କେହି ବ୍ୟକ୍ତି ଏହାକୁ ଅବଲମ୍ବନ କରିଥାନ୍ତି ତାହାଲେ ତାଙ୍କ ପାଇଁ ଦଣ୍ଡ ବିଧାନ ବ୍ୟବସ୍ଥା ମଧ୍ୟ ରହିଛି ।

ତେବେ ଆପଣ ମାନେ ଜାଣିଥିବେ କି ଆମ ନ୍ୟାୟ ବ୍ୟବସ୍ଥା ରେ ଅପରାଧି ମାନଙ୍କୁ ଫାଶୀ ଦଣ୍ଡ ଦେବାର ମଧ୍ୟ ବ୍ୟବସ୍ଥା ରଖାଯାଇଛି । କାରଣ ଆମ ସମାଜରେ କିଛି ଏପରି ଅପରାଆଧୀ ମଧ୍ୟ ରହିଛନ୍ତି ଯେଉଁ ମାନଙ୍କୁ ମୃତ୍ୟୁ ଦଣ୍ଡ ଦେବାକୁ ପଡିଥାଏ । କିନ୍ତୁ ଆପଣ ମାନେ କଣ ଜଣିଛନ୍ତି କି ଗୋଟିଏ ଅପରାଆଧୀ କୁ ଫାଶୀ ଦେବା ସମୟରେ ତାର ଘାତକ ତାଙ୍କ କାନ ରେ କିଛି କହିଥାଏ ଏବଂ ଫାଶୀ ଦେବାର କେତେକ ପ୍ରଣାଳୀ ମଧ୍ୟ ରହିଥାଏ ବୋଲି । ତେବେ ଆମେ ଆଜି ଆପଣଙ୍କୁ ଏହି ସମ୍ବନ୍ଧରେ ସମ୍ପୂର୍ଣ୍ଣ ତଥ୍ୟ ଜଣେଇବାକୁ ଯାଉଛୁ ।

ଭାରତର ନ୍ୟାୟ ବ୍ୟବସ୍ଥା ଅନୁସାରେ ଜଣେ ବ୍ୟକ୍ତି ଙ୍କୁ ଫାଶୀ ଦଣ୍ଡ ର ଆଦେଶ ହେବା ପରେ ତାଙ୍କୁ ଏକ ନିର୍ଦ୍ଦିଷ୍ଟ ଦିନ ରେ ଫାଶୀ ଦିଆଯାଇଥାଏ । ସେମାନେ ଙ୍କୁ ନିର୍ଦ୍ଧାରିତ ଦିନରେ ସୂର୍ଯ୍ୟଦୟ ପୂର୍ବରୁ ଫାଶୀ ଦିଆ ଯାଇଥାଏ । ସେହି ଦିନ ଭୋର ସେମାନଙ୍କୁ ଉଠି ଗାଧେଇବା ସହ ନୂଆ ବସ୍ତ୍ର ପରିଧାନ କରିବାକୁ ଦିଆଯାଇଥାଏ ଏବଂ ତା ସହ କିଛି ଖାଦ୍ୟ ସେବନ କରିବାକୁ କୁହାଯାଏ ।


ଜଣେ ଅପରାଆଧୀ କୁ ଫାଶୀ ଦେବା ସମୟରେ ସେହି କାର୍ଯ୍ୟ ରେ ନିୟୋଜିତ ଥିବା ଘାତକ ତାଙ୍କ କାନ ପାଖରେ କହିଥାଏ କି -“ମୋତେ କ୍ଷମା କରି ଦିଅ, ମୁଁ ସରକାରୀ ଆଦେଶର ଗୋଲାମ । ମୋର ଯଦି ସେତିକି ଅନୁମତି ଥାଆନ୍ତା ମୁଁ ବି ହତୟା ମାର୍ଗରେ ଚାଲିବାର କାମନା କରନ୍ତି “ । ତେବେ ଯଦି ଅପରାଆଧୀ ଜଣଙ୍କ ମୁସଲିମ ଧର୍ମର ହୋଇଥାଏ ତ ସେ ଏହା କହିସରିବା ପରେ ସଲାମ ବୋଲି କହିଥାଏ ।

ଯଦି ଅପରାଆଧୀ ହିନ୍ଦୁ ଧର୍ମ ର ହୋଇଥାଏ ତ ଘାତକ ଏହା କହିସାରିବା ପରେ ରାମନାମ ବୋଲି କହିଥାଏ । ତେବେ ଅପରାଆଧୀ କୁ ଫାଶୀ ଦେବାର ୧୦ ମିନିଟ ପରେ ତାଙ୍କୁ ଫାଶୀ ଦଉଡ଼ି କୁ ଚେକ କରିବାକୁ କୁହାଯାଏ ତା ପରେ ଅପରାଆଧୀ ର ଶରୀରକୁ ବାହାର କରାଯାଇ ଥାଏ । ଆମ ଭାରତରେ ଏବେ ପର୍ଯ୍ୟନ୍ତ ଦୁଇ ଜଣ ଘାତକ ଙ୍କୁ ସରକାର ନିଯୁକ୍ତି ଦେଇଛନ୍ତି ।

ସେମାନେ ନିଜର କାର୍ଯ୍ୟ ପାଇଁ ସରକାର ଙ୍କ ଠାରୁ ମାସିକ ବେତନ ମଧ୍ୟ ଗ୍ରହଣ କରିଥାନ୍ତି । ସେମାନେ ସାଧାରଣ ଅପରାଆଧୀ କୁ ଫାଶୀ ଦେଲେ ୩୦୦୦ ଟଙ୍କା ପାଇଥାନ୍ତି ଆଉ ଅପରାଆଧୀ ଜଣେ ଆତଙ୍କବାଦୀ ହୋଇଥିଲେ ତାଙ୍କୁ ୨୫ ହଜାର ଟଙ୍କା ମିଳିଥାଏ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *