ଜାଳ ନୁହେଁ ଖରାରେ ଅମଲେଟ୍ ବନାଉଛନ୍ତି ଏହି ଜିଲ୍ଲାର ଲୋକ, ବିଶ୍ଵାସ ହେଉ ନଥିଲେ ଦେଖନ୍ତୁ ଏହି ଭାଇରାଲ Video

ବନ୍ଧୁଗଣ ଏବେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ଏହା ସହିତ ଲୋକମାନେ ନିଜ ମନୋରଞ୍ଜନ ପାଇଁ ମଧ୍ୟ ସୋସିଆଲ ମିଡିଆର ବ୍ୟବହାର କରୁଛନ୍ତି ।

ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଘଟଣାର ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ବନ୍ଧୁଗଣ ଆପଣ ମାନେ ତ ନିଶ୍ଚୟ ଜାଣିଥିବେ ଯେ ଏବେ ଖରା ଦିନ ଚାଲିଛି ଆଉ ଦିନକୁ ଦିନ ଖରା ବଢିବାରେ ଲାଗିଛି । ତେବେ ଏହାରି ମଧ୍ୟରେ ବଲାଙ୍ଗୀରରୁ ଏକ ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓରେ କିଛି ଲୋକ ଅଧ ଘଣ୍ଟା ପର୍ଯ୍ୟନ୍ତ ଏକ ତାୱାକୁ ଖରାରେ ରଖିଛନ୍ତି । ଏହା ପରେ ସେହି ତାୱା ଉପରେ ଏକ ଅଣ୍ଡାକୁ ପକାଉ ଛନ୍ତି । ବନ୍ଧୁଗଣ ଆଶ୍ଚର୍ଯ୍ୟର କଥା ଏହା ହେଉଛି ଯେ, ମାତ୍ର କିଛି ସମୟ ମଧ୍ୟରେ ଅଣ୍ଡା ଆମଲେଟ ହୋଇଯାଉଛି ।

ଅଧ ଘଣ୍ଟା ତାୱାକୁ ଖରାରେ ରଖିବା ପରେ ଅଣ୍ଡାଟି ଆମଲେଟ ହୋଇଯାଉଛି ତା ହେଲେ ଚିନ୍ତା କରନ୍ତୁ କେତେ ଅଧିକ ଖରା ଏବେ ବଢିବାରେ ଲାଗିଛି । ଯେଉଁ ଲୋକ ମାନେ ଏହି ଭିଡିଓ କରିଛନ୍ତି ସେମାନେ କହିଛନ୍ତି, ଅଧିକ ଖରା ହେତୁ ପ୍ରଶାସନ କିଛି କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁ । ୱେଷ୍ଟର୍ନ ଓଡିଶାର ବଲାଙ୍ଗୀରରେ ବହୁତ ମାତ୍ରାରେ ଅଧିକ ଖରା ହେଉଛି ।

ଏହି ଖରାରେ ବୁଢା ବୁଢୀ ମାନେ ବଞ୍ଚି ପାରିବେ ନାହିଁ । ସରକାରଙ୍କୁ ଏତିକି ଅନୁରୋଧ ଜଙ୍ଗଲ କଟା ନ ଯାଉ । ଖରା ପାଇଁ କିଛି ବ୍ୟବସ୍ଥା କରାଯାଉ ଆଉ ଠିକ ଠିକ ଜାଗାରେ ଜଳ ଦାନ କରାଯାଉ । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *