ଜଗବନ୍ଧୁ ସ୍ୱାମୀ ନୁହେଁ ରକ୍ଷିତା, ଅର୍ଚ୍ଚନା ପଇସାରେ କରୁଥିଲା ଅଏସ୍‌ !

“ଜଗବନ୍ଧୁ ଅର୍ଚ୍ଚନା ଙ୍କ ସ୍ୱାମୀ ନୁହେଁ ରକ୍ଷିତା ସ୍ୱାମୀ ହୋଇଥିବେ । ଚଳୁଥିବ ନିଶ୍ଚିତ ଅର୍ଚ୍ଚନା ପଇସା ରେ । ଏକାଠି ବଡ଼ଲୋକ ହେବାର ସ୍ଵପ୍ନ ଦେଖୁଥିବେ । ଯେଉଁଥିପାଇଁ ଦୁଇ ଜଣ ମିଶିକି ଏହି କାମ କରୁଛନ୍ତି । ” ଏଭଳି କିଛି କହିଛନ୍ତି ମାଳିସାହି ରେ ରହୁଥିବା ଦେହଜିବୀ ଜଣକ । ସେ ଏହା ମଧ୍ୟ କହିଛନ୍ତି ଯେ, ଆମକୁ ଘୃଣ୍ୟ ଚକ୍ଷୁ ରେ ଦେଖୁଛନ୍ତି ଲୋକମାନେ । ଆମକୁ ଦେହଜିବୀ କୁହାଯାଏ କିନ୍ତୁ ତାକୁ ଭଲ କୁହାଯାଏ ।

କାରଣ ସେ ଅନ୍ଧାର କୋଠରୀ ଭିତରେ ରହିକି ଦେହ ବ୍ୟବସାୟ କରୁଥିଲା । ବଡ଼ବଡିଆ ଙ୍କୁ ହାତରେ ରଖି ସେମାନଙ୍କ ମାଧ୍ୟମରେ କାମ କରୁଥିଲା । ସେ ଆଉ ଦେହଜିବୀ ରେ ଗଣନା ହେବ ବା କେମିତି? ଅର୍ଚ୍ଚନା ହେଉଛି ଲୁଣ୍ଠନକାରୀ ଲୋକ । ସେ ଦେହଜିବୀ ରେ ଗଣା ହିଁ ହୋଇ ପାରିବ ନାହିଁ । କୁହାଯାଏ ଦେହଜିବୀ ଙ୍କ ରହୁଥିବା ସ୍ଥାନରେ ମାଟି ଆଣି ମାଆ ଙ୍କୁ ସ୍ଥାପନ କରାଯାଏ ।

କିନ୍ତୁ ଏଠାରେ ସେହି ଦେହଜିବୀ ଜଣକ କହିଛନ୍ତି ସେ ଅର୍ଚ୍ଚନା ପାଖରୁ ମାଟି ଗଲେ ଦେବୀ ମାଆ ଏସନ୍ତୁ ହେବେ । କିନ୍ତୁ ଆମ ପାଖରୁ ମାଟି ଗଲେ ଦେବୀ ମାଆ ସନ୍ତୁଷ୍ଟ ହେବେ । କାହିଁକିନା ସେମାନେ ଅନ୍ୟାୟ ଅତ୍ୟାଚାର କରି କାମ କରୁଛନ୍ତି ଏବଂ ଟଙ୍କା ରୋଜଗାର କରୁଛନ୍ତି । ଆମେ କେବଳ ଆମ ପେଟ ପାଇଁ କାମ କରୁଛୁ ।

ଏହି କାରଣରୁ ଦେବୀ ମାଆ ଏଭଳି ଝିଅ ଙ୍କ ଉପରେ କେବେବି ସନ୍ତୁଷ୍ଟ ରହିବେ ନାହିଁ । ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଅର୍ଚ୍ଚନା ଗୋଟିଏ ମାୟାବିନୀ ମହିଳା । ସମସ୍ତଙ୍କୁ ନିଜ ଜାଲ ରେ ଫସାଇ ବ୍ଲାକମେଲ କରି ପଇସା ରୋଜଗାର କରୁଥିଲା । କିନ୍ତୁ ଆମେ ସେଭଳି କିଛି କରି ପାରିବୁ ନାହିଁ । କାରଣ ଅର୍ଚ୍ଚନା ତା’ର ମାୟାଜାଲରେ ଫସାଉଥିଲା କେବଳ ବଡ଼ବଡିଆ ଲୋକ ମାନଙ୍କୁ ।

କିନ୍ତୁ ଆମେ ନିଜ ପେଟ ପାଇଁ ଯିଏ ଆସିଲେ ବି କାମ କରୁଛୁ । ରାତାରାତି ବଡ଼ଲୋକ ହେବାର ସେ ସ୍ୱପ୍ନ ଦେଖୁଛି । କିନ୍ତୁ ଆମେ ନିଜ ପେଟ ପାଇଁ କୌଣସି ଅନ୍ୟ ବ୍ୟକ୍ତି ର ପେଟରେ ଲାତ ମାରୁ ନାହୁଁ । ଆମ ପାଖକୁ ଲୋକ ସ୍ୱଇଚ୍ଛା ରେ ଆସୁଛନ୍ତି । ଆମେ କାହାକୁ ଟାଣି ଆଣୁ ନାହୁଁ । କିନ୍ତୁ ସେ ଲୋକ ମାନଙ୍କୁ ଜବରଦସ୍ତି ଟାଣି ଆଣିବା ସହିତ ସେମାନଙ୍କୁ ବ୍ଲାକମେଲ କରି ଅପଦସ୍ତ କରିବା ପାଇଁ ଧମକ ବି ଦେଉଛି । ତେବେ ଏହିଭଳି କିଛି ମନ୍ତବ୍ୟ ପ୍ରକାଶ କରିଛନ୍ତି ଉକ୍ତ ମହିଳା ଜଣକ । ତେବେ ଆପଣ ମାନେ ଏହି ସମ୍ବନ୍ଧରେ ନିଜର କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *