‘ଜେଲ ଯିବା ଜଗବନ୍ଧୁର ଗୋଟେ ଚାଲ ଥିଲା, ଜେଲ ଭିତରେ ସ୍ୱାମୀ ସ୍ତ୍ରୀ ରହି ପ୍ଲାନ କରିବେ କି କେମିତି ସେମାନେ…’

ବନ୍ଧୁଗଣ, ସୂଚନା ଅନୁଯାୟୀ ଅର୍ଚ୍ଚନା ନାଗ ଏବଂ ଜଗବନ୍ଧୁ ଚାନ୍ଦ ଙ୍କ ଚର୍ଚ୍ଚା ତ ଆପଣ ମାନେ ନିଶ୍ଚିତ ଭାବରେ ଦେଖୁଥିବେ । ତେବେ ଅର୍ଚ୍ଚନା ନାଗ ଜଣେ ଏକ ଏଭଳି ଚର୍ଚ୍ଚିତ ଚେହେରା ପାଲଟି ଯାଇଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ମଧ୍ୟ ତାଙ୍କ କେସ ପରିସର ଭିତରକୁ ଆସିପାରୁ ନାହିଁ । ବର୍ତ୍ତମାନ ତାଙ୍କ ସ୍ଵାମୀ ଜଗବନ୍ଧୁ ଙ୍କୁ ମଧ୍ୟ ଆରେଷ୍ଟ କରାଯାଇଛି । ତେବେ ସେ ମଧ୍ୟ ଜେଲ ରେ ଅଛନ୍ତି । ଏହାକୁ ନେଇ ଜଣେ ଆଇନଜୀବୀ ନିଜର ମତ ଦେଇଛନ୍ତି ଯେ

ଆଗରୁ ସେମାନେ ବାହାରେ ରହି ତାଙ୍କର ଯାହା ମଧ୍ୟ ପ୍ଲାନ କରୁଥିଲେ, ଯେମିତିକି ଲୋକ ମାନଙ୍କୁ କିଭଳି ଫସାଇବେ ତଥା କେମିତି କ’ଣ କରିବେ ? ମାତ୍ର ଅର୍ଚ୍ଚନା ଜେଲରେ ଥିଲେ ଏବଂ ଜଗବନ୍ଧୁ ବାହାରେ ତେବେ ଉଭୟଙ୍କ ମଧ୍ୟରେ ଏଭଳି ବୁଝାମଣା ହେଇପାରୁନଥିଲା ।

ଖବର ଅନୁଯାୟୀ ଏହା ସତ ଯେ ପୋଲିସ ଜଗବନ୍ଧୁ ଙ୍କୁ ଧରିଛି ମାତ୍ର ଏହା ମୋଟ ଉପରେ ଦେଖିବାକୁ ଗଲେ ଜଗବନ୍ଧୁ ଙ୍କର ଗୋଟିଏ ଚାଲ ଥିଲା ଯେ ସେ ନିଜେ ପୋଲିସ ହାତରେ ଧରା ଦେଇ ତାଙ୍କ ସ୍ତ୍ରୀ ସହିତ କିଭଳି ସେ ଜେଲରେ ଯାଇ କେମିତି ଡିସକଶନ କରିବେ ତଥା ଆଗକୁ ପ୍ଳାନ କରିବେ, ଯେଉଁ ଧାରା ଲାଗିଛି ସେଥିରୁ କିଭଳି ଖସିବେ ?

ଏହା ଗୋଟିଏ ଚାଲ ଥିଲା ବୋଲି ସେ ପୋଲିସ ହାତରେ ଧରା ଦେଲେ ନଚେତ ସେ ଯେଉଁଭଳି କାଣ୍ଡ କରିଛନ୍ତି ତଥା ଯେଉଁଭଳି ଏକ କ୍ରାଇମ କରିଛନ୍ତି ତାଙ୍କୁ ଧରିବା ପୋଲିସ ଯଦି ଚାହିଁଥାନ୍ତା ଏତେ ଦିନ ହେବ ସେ ତାଙ୍କ ସ୍ତ୍ରୀ କୁ ଧରିଲେ ମାତ୍ର ତାଙ୍କୁ କାହିଁକି ଧରିଲେ ନାହିଁ ? ଏହାକୁ ଧ୍ୟାନ ରେ ବୁଝିଲେ ସ୍ପଷ୍ଟ ଭାବରେ ନଜରରେ ଆସୁଛି ଯେ ଏହାକୁ କିଛି ପଲିଟିକାଲ ଲୋକ ମାନଙ୍କ ସହିତ ମିଶି ଏଭଳି ପ୍ଲାନ କରିଛନ୍ତି । ଜେଲରେ ଯାଇ ତାଙ୍କ ସ୍ତ୍ରୀ ସହିତ ମିଶି ଉଭୟ ଙ୍କର ଯେଉଁ ଧାରା ଲାଗିଛି ସେଥିରୁ କ’ଣ କେମିତି କରି ପ୍ଳାନ କରି ଖସିବେ ।

ଆଇନ ଉପରେ ଦେଖାଗଲେ ଆଇନ ସବୁବେଳେ ଏକ ପୃଭ ଦେଖେ, ଯଦି ଏଭିଡେନ୍ସ ଗୁଡିକ ନିହାତି ଭାବରେ ଦିଆଯିବନାହିଁ ତେବେ ନିଶ୍ଚିତ ଭାବରେ ସେମାନେ ବେଲ ପାଇଯିବେ । ବର୍ତ୍ତମାନ ସବୁ ପୃଭ ପୋଲିସ ଙ୍କ ପାଖରେ ଅଛି କିନ୍ତୁ ବର୍ତ୍ତମାନ ମଧ୍ୟ ପୋଲିସ ଚୁପ ଅଛି । ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ପୋଲିସ ଲୋକ ମାନଙ୍କୁ ଭୁଆଁ ବୁଲାଉଛି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *