Kishore Bhaina ହୋଟେଲ ଭାଙ୍ଗିବା ପରେ ମଧୁମିତା କହିଲେ ‘ଯଦି କିଶୋରଙ୍କ ମଟନ୍ ହୋଟେଲ୍ ଭାଙ୍ଗିଲ, ତା ହେଲେ ଧନୀ ଲୋକଙ୍କ କୋଠା ବି ଭାଙ୍ଗ, ତୁମେ ଖାଲି ଛୋଟ ଛୋଟ ଅସରପାଙ୍କ ଉପରେ…’

ବନ୍ଧୁଗଣ, ସୂଚନା ଅନୁଯାୟୀ ସମାଜସେବୀ କିଶୋର ମଟନ ଦୋକାନ କୁ BMC ହଠାତ ଭାଙ୍ଗିବାରୁ କହିଛନ୍ତି ଯେ ଚନ୍ଦ୍ରଶେଖରପୁରରେ କେତେ ବଡ ବଡ ଧନୀ ଲୋକ ସରକାର ଜାଗାରେ ତିନି ତିନି ମହଲା ଘର କରିଛନ୍ତି । ଜଣେ ଆଡ୍ଭୋକେଟ ଙ୍କର ବିରାଟ ବଡ ଘର ଅଛି କିନ୍ତୁ ତାଙ୍କର ତ ତୁମ୍ଭେ ଘର ଭାଙ୍ଗିପାରିବ ନାହିଁ । ଏଣୁ ତୁମ୍ଭେ ଛୋଟ ଛୋଟ ଅସରପା ଉପରେ ରାଗ ସୁଝାଅନି । ଯଦି ସୁଝଉଛ ତେବେ ସମସ୍ତଙ୍କୁ ସମାନ ଭାବରେ ଦେଖ ।

କିଶୋର ଭାଇନା ଙ୍କ ହୋଟେଲ ପାଖରେ କିଛି ଅଫିସ ଅଛି ତଥା କିଛି ହିସ୍ପିଟାଲ ମଧ୍ୟ ରହିଅଛି ଯେଉଁମାନେ କି ଅଳ୍ପ ପଇସାରେ ଭଲ ସର୍ଭିସ ସେଠାରେ ପାଉଥିଲେ । ମାତ୍ର ଯେ ହେତୁ ତାହା ସରକାର ଙ୍କ ଜାଗା BMC ଉପରେ ନଜର ଆସିଲା ଯେ ଗୋଟେ ଜାଗା ଉପରେ ମାଡି ବସି ସେ ହୋଟେଲ କରିଛନ୍ତି ତେଣୁ ସେ କହୁଛନ୍ତି ସରକାର ଜାଗା ଉପରେ ଘର କରିବାଟା ଇଲିଗାଲ । ଏଣୁ ତାଙ୍କୁ ନୋଟିସ ଦେଲେ ତାକୁ ଭାଙ୍ଗିଦିଆଜିବ ଏବଂ ତାହା ମଧ୍ୟ କରିଲେ ।

ଆଜି ମଧ୍ୟ କିଛି ବସ୍ତି ଭଙ୍ଗା ହେଉଛି ମାତ୍ର ଭୁବନେଶ୍ଵର କୁ ଯଦି ସ୍ମାର୍ଟସିଟି କରିବାକୁ ଚାହୁଁଛନ୍ତି ତେବେ ପ୍ରଥମେ ବସ୍ତି ବାସିନ୍ଦା କୁ ଥଇଥାନ କର । ସବୁ ସ୍କେଲ ଅନୁସାରେ ସବୁ ପ୍ରକାର ବର୍ଗର ଲୋକ ରହିବା ଆବଶ୍ୟକ । ଏଣୁ ପ୍ରଥମେ ତାଙ୍କୁ ଥଇଥାନ କରାଯାଉ ଏହାପରେ ବସ୍ତି ଭଙ୍ଗାଯାଉ । କିଛି ଜିନିଷ ଭାଙ୍ଗିବା ଆଗରୁ ଆଗ ଚିନ୍ତା କରାଯାଉ ତଥା ଥଇଥାନ କରାଯାଉ ଏହାପରେ ତାହାକୁ ଭଙ୍ଗାଯାଉ ।

ମାତ୍ର ଏଭଳି କିଛି ଘର ଅଛି ଯାହାଙ୍କ ତିନି ମହଲା ଘର ଅଛି । ସେମାନେ ରହୁଛନ୍ତି କିନ୍ତୁ ରାସ୍ତା କଡରେ ଘର କରି ଭଡା ଦେଉଛନ୍ତି ତଥା ନିଶା କାରବାର ମଧ୍ୟ କରୁଛନ୍ତି । ମାତ୍ର ଏହା କଣ BMC ର ନଜରରେ ଆସୁନାହିଁ ? ମାତ୍ର ଛୋଟିଆ ଚାଳିଆ ହୋଟେଲ ରହିବ ଏବଂ ଜଣେ ଗରିବ ଲୋକ ତ କେବେ ଜିବନି ଖାଇବାକୁ ବଡ ହୋଟେଲ କି ଫ୍ରେଷ୍ଟୁରାଣ୍ଟ କୁ କାରଣ ତାଙ୍କ ପାଖରେ ଏତେ ଟଙ୍କା ହିଁ ନାହିଁ କେଉଁଠାରେ ଖର୍ଚ୍ଚ କରିବା ନିମନ୍ତେ ।

ଏଣୁ ସମସ୍ତଙ୍କୁ ଥଇଥାନ କରି ବାହାର କରାଯାଉ । ମାତ୍ର ଆମ୍ଭ କଥା ନ ଶୁଣିବାରୁ ଆମ୍ଭେ ଭାଙ୍ଗିଦେବା ଏହା ଉଚିତ ନୁହେଁ । ତେବେ କାହା ଉପରେ ଏହିଭଳି ରାଗ ସୁଝାଇବା ଟା ଉଚିତ ନୁହେଁ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *