ଇଣ୍ଡିଆ ଟୀମ ଉପରେ ଗର୍ଜିଲେ ପୂର୍ବତନ କ୍ଯାପଟେନ Kapil Dev, ଯଦି ଖେଳି ପାରୁନ ଅଣ୍ଡା କଦଳୀ ବିକ ହେଲେ ତୁମେ…

ବନ୍ଧୁଗଣ, ସାଧାରଣତଃ ଟିମ ଇଣ୍ଡିଆ ଖେଳାଳୀ ସମ୍ବନ୍ଧରେ ସବୁବେଳେ ଆଲୋଚନା ହୋଇଥାଏ । ଅନେକ ଥର ଏହା କୁହାଯାଇଥାଏ ଯେ ଆଇପିଏଲ ବ୍ୟତୀତ ଟିମ ଇଣ୍ଡିଆ ର ଖେଳାଳୀ ଙ୍କ ଉପରୁ ପ୍ରେସର କମ ହୋଇଯାଇଥାଏ । ମାତ୍ର ବର୍ତ୍ତମାନ ପୂର୍ବ କ୍ରିକେଟର କପିଲଦେବ ଟିମ ଇଣ୍ଡିଆ ର ଖେଳାଳୀଙ୍କୁ କିଛି ଏଭଳି କହିଛନ୍ତି । ସେ କହିଛନ୍ତି ଯେ ପ୍ରେସର ଶବ୍ଦ ଆମେରିକୀୟ ଅଟେ । ଏହା ବ୍ୟତୀତ କପିଲଦେବ କହିଛନ୍ତି ଯେ ଟିମ ଇଣ୍ଡିଆର ଖେଳାଳୀ ଙ୍କୁ ଅଣ୍ଡା ବିକ୍ରି କରିବା ଉଚିତ ଅଥବା କଦଳୀ ବିକ୍ରି କରିବା ଉଚିତ ।

ତେବେ ଆସନ୍ତୁ ଜାଣିବା କପିଲଦେବ କେଉଁ ବିବାଦ ବୟାନ ଦେଇଛନ୍ତି ଯାହା କାରଣରୁ ସବୁ ଜାଗାରେ କପିଲଦେବ ଙ୍କ କଥା ଚାଲିଥାଏ । କପିଲଦେବ ଅଧିକାଂଶ ସମୟରେ ଟିମ ଇଣ୍ଡିଆର ଖେଳାଳୀ ମାନଙ୍କ ମତାମତ ଉପରେ ପ୍ରଶ୍ନ ଉଠାଇ ଆସିଛନ୍ତି । କୋଲକାତାରେ ଏକ ସଭାକୁ ସମ୍ବୋଧିତ କରି ଟିମ ଇଣ୍ଡିଆକୁ କହିଛନ୍ତି ।

କପିଲଦେବ କହିଛନ୍ତି ଯେ ଖେଳାଳୀ କହୁଛନ୍ତି ଯେ ସେମାନେ ଆଇପିଏଲ ଖେଳୁଛନ୍ତି ଏଥିପାଇଁ ବହୁତ ପ୍ରେସର ଅଛି ଏହି ଶବ୍ଦ ବହୁତ ସାମାନ୍ୟ ହୋଇଗଲାଣି, ମାତ୍ର ମୁଁ କହୁଛି ଆଦୌ ଖେଳନାହିଁ, ଆପଣ ମାନଙ୍କୁ କିଏ କହୁଛି ଖେଳିବା ନିମନ୍ତେ ? ଯଦି ଆପଣ ସେହି ଲେବଲରେ ଖେଳୁଛ ତେବେ ପ୍ରେସର ହେବ ପ୍ରଶଂସା ମଧ୍ୟ ହେବ ଏବଂ ଆଲୋଚନା ମଧ୍ୟ ହେବ । ଯଦି ଆପଣ ଆଲୋଚନାରୁ ଡରୁଛନ୍ତି ତେବେ ଆଦୌ ଖେଳ ନାହିଁ ।

ଆପଣ ଦେଶକୁ ରିପ୍ରେସେଣ୍ଟ କରୁଛନ୍ତି ମାତ୍ର ଆପଣଙ୍କ ଉପରେ ଚାପ ରହିଅଛି ଏହା କିଭଳି ସମ୍ଭବ ? ଶହେ କରୋଡ ଦେଶ ମଧ୍ୟରୁ କେବଳ ୨୦ ଜଣ ଖେଳୁଛନ୍ତି ଏବଂ ଆପଣ କହୁଛନ୍ତି ଯେ ପ୍ରେସର ଅଛି । ଏହାର କାରଣ ହେଉଛି ଯେ ଏହା ଗର୍ବର ବିଷୟ । ଆପଣ ମାନଙ୍କୁ ଏତେ ଭଲପାଇବା ମିଳୁଛି ତାହା ଉପରେ ଗର୍ବ ହେବା ଆବଶ୍ୟକ । ଯଦି ଆପଣ କାମ କରିବାକୁ ଚାହୁଁ ନାହାଁନ୍ତି ତେବେ କରନ୍ତୁ ନାହିଁ ଯଦି ଆପଣଙ୍କୁ କିଏ ବାଧ୍ୟ କରୁଛି ତେବେ ଯାଇ ପରିବା ବିକ୍ରି କରନ୍ତୁ, ଅଣ୍ଡା ବିକ୍ରି କରନ୍ତୁ ।

ଆପଣଙ୍କୁ ଯେଉଁ ଦାଇତ୍ଵ ମିଳୁଛି ସେଥିରେ ମଜା କରନ୍ତୁ ଯେଉଁଦିନ ଆପଣ ଏହା କରିବା ଆରମ୍ଭ କରିଦେବେ ଆପଣଙ୍କୁ କାମ କରିବା ସହଜ ଲାଗିବ । ମାତ୍ର ଯଦି ଆପଣ ଏହାକୁ ଚାପ କହିବେ ତେବେ କିଛି ଭଲ ପରିଣାମ ବାହାରିବ ନାହିଁ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *