ଆଗକୁ ଆଉ ମିଳିବ ନାହିଁ LPG ଗ୍ୟାସ୍ Cylinder ଯଦି କରିବେନି ଏହି କାମ, ପଢ଼ନ୍ତୁ ପୂରା ଖବର

ବନ୍ଧୁଗଣ ଏଲପିଜି ଗ୍ୟାସ ସହ ଜଡିତ ବର୍ତ୍ତମାନ ଏକ ବଡ ଖବର ସାମ୍ନାକୁ ଆସୁଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ବଡ ଖବର ବିଷୟରେ କହିବାକୁ ଯାଉଛୁ । ଆପଣ ସମସ୍ତଙ୍କୁ ଏହି ଏଲପିଜି ଗ୍ୟାସ ସହ ଜଡିତ ବଡ ଖବର ବିଷୟରେ ଜାଣିବା ନିହାତି ଆବଶ୍ୟକ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ବନ୍ଧୁଗଣ ଆପଣ ମାନେ ତ ଏହା ନିଶ୍ଚୟ ଜାଣି ଥିବେ ଯେ ଗତ ନଭେମ୍ବର ୧ ତାରିଖ ଠାରୁ ଦେଶରେ ଅନେକ ନିୟମ ବଦଳିଛି ।


ସେ ସବୁ ମଧ୍ୟରୁ ଏଲପିଜି ଗ୍ୟାସ ସହ ଜଡିତ ନିୟମରେ ମଧ୍ୟ ପରିବର୍ତ୍ତନ ହୋଇଛି । ଯଦି ଆପଣଙ୍କର ଏଲପିଜି  ଗ୍ୟାସ କନେକ୍ସନରେ ମୋବାଇଲ୍ ନମ୍ବର ଅପଡେଟ ହୋଇନାହିଁ, ତେବେ ଏହାକୁ ତୁରନ୍ତ କରି ନିଅନ୍ତୁ । ନଚେତ ପରବର୍ତ୍ତୀ ସମୟରୁ ଗ୍ୟାସ୍ ସିଲିଣ୍ଡର ମିଳିବ ନାହିଁ । ଉତ୍ତରାଖଣ୍ଡର ହଲଦୱାନି ଇଣ୍ଡନେ ଗ୍ୟାସର ମ୍ୟାନେଜର ଗ୍ୟାସ ହୋମ୍ ଡେଲିଭରୀ କରୁଥିବା କର୍ମଚାରୀଙ୍କୁ ବୁକିଂ ନକରି ଗ୍ୟାସ ସିଲିଣ୍ଡର ଦେବାକୁ ବାରଣ କରିଛନ୍ତି ।

ଗ୍ୟାସର କଳା ମାର୍କେଟିଂ ବନ୍ଦ କରିବାକୁ ଏହି ନିଷ୍ପତ୍ତି ନିଆଯାଇଛି । ମ୍ୟାନେଜର ରବି ମେହେରା କହିଛନ୍ତି ଯେ ହଲଦୱାନି ଓ କାଠଗୋଡାମ ଗ୍ୟାସ ଏଜେନ୍ସିରେ ପ୍ରାୟ ୫୫ ହଜାର ଉପଭୋକ୍ତା ଅଛନ୍ତି ।ସେଥିମଧ୍ୟରୁ ୫୦ ହଜାର ଉପଭୋକ୍ତା ନିୟମିତ ଭାବେ ଗ୍ୟାସ ନେଉଥିବାବେଳେ ପ୍ରାୟ ୫ ହଜାର ଉପଭୋକ୍ତା ସେମାନଙ୍କ ମୋବାଇଲ ନମ୍ବରକୁ ଅପଡେଟ କରିନାହାଁନ୍ତି ।

ଯେଉଁଥିପାଇଁ ସେମାନଙ୍କର ଗ୍ୟାସ୍ ବୁକିଂ କରାଯାଉନାହିଁ । ଏପରି ଲୋକମାନେ ବୁକିଂ ନକରି ଗ୍ୟାସ ଭର୍ତ୍ତି କରୁଛନ୍ତି । ଯଦି ଗ୍ୟାସ ବୁକ ଅପଡେଟ ହୋଇନାହିଁ, ତେବେ ସେମାନଙ୍କର ସଂଯୋଗ ମଧ୍ୟ ବନ୍ଦ ହୋଇପାରେ । ତେଣୁ ଏହିପରି ଗ୍ରାହକମାନେ ସେମାନଙ୍କ ଗ୍ୟାସ ଏଜେନ୍ସିକୁ ଯାଇ ମୋବାଇଲ୍ ନମ୍ବର ଅପଡେଟ୍ କରିବା ଉଚିତ ।

ତେବେ ନିୟମ ଅନୁଯାୟୀ, ଗ୍ୟାସ ବୁକିଙ୍ଗ ଉପରେ ଆପଣଙ୍କ ମୋବାଇଲରେ ଓଟିପି ଆସିବ, ଯାହାକୁ ଗ୍ୟାସ ବିତରଣ କରିବାକୁ ଆସୁଥିବା ଡେଲିଭରି ବୟକୁ ଦେବାକୁ ପଡିବ । ଏହି ଓଟିପି କେବଳ ଆପଣଙ୍କର ପଞ୍ଜୀକୃତ ମୋବାଇଲ ନମ୍ବରରେ ଆସିବ । ଅର୍ଥାତ ଯଦି ଆପଣଙ୍କର ମୋବାଇଲ ନମ୍ବର ଆପଣଙ୍କ ଗ୍ୟାସ୍ ଏଜେନ୍ସିରେ ପଞ୍ଜୀକୃତ ହୋଇନାହିଁ, ।

ତେବେ ଓଟିପି ଆପଣଙ୍କ ଫୋନ ନମ୍ବରରେ ଆସିବ ନାହିଁ ଏବଂ ଆପଣ ଓଟିପି ସିଲିଣ୍ଡର ବୁକ କରିପାରିବେ ନାହିଁ ।ଯଦି ଆପଣ ଆପଣଙ୍କ ଡେଲିଭରି ବୟକୁ ଓଟିପିନ କହିବେ, ତେବେ ସେ ଗ୍ୟାସ୍ ସିଲିଣ୍ଡର ଡେଲିଭରି କରିବେ ନାହିଁ । ତେଣୁ ବନ୍ଧୁଗଣ ଆପଣ ମାନେ ଆଉ ଡେରି ନକରି ତୁରନ୍ତ ଆପଣ ନିକଟସ୍ଥ ଏଲପିଜି  ଏଜେନ୍ସିରେ ନିଜ ନମ୍ୱର ପଞ୍ଜୀକୃତ କରନ୍ତୁ ଓ ଅନ୍ୟ ମାନଙ୍କୁ ଏହାର ପରାମର୍ଶ ନିଶ୍ଚୟ ଦିଅନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *