ଯଦି ଆପଣଙ୍କ ନିଦ ଭୋର ୪-୫ ଟା ମଧ୍ୟରେ ଭାଙ୍ଗି ଯାଉଛି ତେବେ ଏହାକୁ ଥରେ ନିଶ୍ଚୟ ପଢନ୍ତୁ

ବନ୍ଧୁଗଣ ପ୍ରାଚୀନ କାଳରୁ ଋଷି ମୁନି ଧ୍ୟାନ ଓ ପୂଜା ପାଇଁ ବ୍ରହ୍ମ ମୁହୂର୍ତ୍ତ ରେ ଉଠୁଥିଲେ।ପ୍ରାଚୀନ ଗ୍ରନ୍ଥ ଅନୁସାରେ ବ୍ରହ୍ମ ମୁହୂର୍ତ୍ତ ସୂର୍ଯ୍ୟ ଉଦୟ ପୂର୍ବର ମୁହୂର୍ତ୍ତ କୁ କୁହାଯାଏ। ଏବଂ ଏହାକୁ ବହୁତ ଶୁଭ ଏବଂ ଲାଭଦାୟକ ମାନିଥାଉ। ଏହି ସମୟରେ ଉଠିବା ବହୁତ ଶୁଭ ବୋଲି କୁହାଯାଏ। କୁହନ୍ତି ଏହି ସମୟରେ ପୃଥିବୀ ଉପରେ ଅଲୌକିକ ଶକ୍ତି ବିଚରଣ କରିଥାନ୍ତି।ଯଦି ଆପଣ ଭି ବ୍ରହ୍ମ ମୁହୂର୍ତ୍ତରେ ଉଠୁଛନ୍ତି କିମ୍ବା ସବୁଦିନ ଏହି ସମୟରେ ନିଦ ଭାଙ୍ଗୁଛି ତେବେ ଏହା ଏକ ଅଲୌକିକ ସଂକେତ ଅଟେ।

ଆଜି ଆମେ ଏହି ସଂକେତ ବିଷୟରେ ଆଲୋଚନା କରିବା। ଋଷି ମୁନି ଓ ବୈଜ୍ଞାନିକ ମଧ୍ୟ ଏହି ବ୍ରହ୍ମ ମୁହୂର୍ତ୍ତରେ ଉଥିବା ପାଇଁ କୁହନ୍ତି ଏହାର କାରଣ କଣ ଚାଲନ୍ତୁ ଜାଣିନେବା। ଯଦି ଆପଣ ଭି ସୂର୍ଯ୍ୟ ଉଦୟ ପୂର୍ବରୁ ଉଠୁଛନ୍ତି ତେବେ ଆପଣ ଜଣେ ଅନୁଶାସନ ପ୍ରିୟ ବ୍ୟକ୍ତି। ଆପଣ ସର୍ବଦା ନିରୋଗୀ ଜୀଵନ ଯାପନ କରନ୍ତି।

ଆପଣ ସ୍ଵଭାଵ ରେ ଶାନ୍ତ ଥାନ୍ତି। ନିଜର ସମସ୍ତ କାର୍ଯ୍ୟ ଖୁବ ମନଲଗେଇ ଓ ଖୁସି ମନରେ କରନ୍ତି। କପଟ ଏବଂ ଦ୍ୱେଷ ରୁ ବହୁତ ଦୂରରେ ରୁହନ୍ତି। ଏବଂ ଏପରି ମଣିଷ ମଧ୍ୟ ଆପଣଙ୍କୁ ପସନ୍ଦ ନୁହେଁ। ଆପଣ ବହୁତ ବୁଦ୍ଧିମାନ ଓ ସକାରାତ୍ମକ ବ୍ୟକ୍ତି। ଏବଂ ଏଥିପାଇଁ ଲୋକମାନେ ଆପଣଙ୍କୁ ବହୁତ ସମ୍ମାନ ମଧ୍ୟ କରନ୍ତି।

କେବେ କାହାର ହୃଦୟରେ ଜାଣିଶୁଣି ଦୁଃଖ ଦିଅନ୍ତି ନାହିଁ ଏବଂ ଦୁର୍ବଳ କୁ କେବେବି ଘୃଣା କରନ୍ତି ନାହିଁ। ଏବଂ ସବୁ କାର୍ଯ୍ୟ କୁ ନିମିତ୍ତ ରେ କରିଥାନ୍ତି। ଅସୁବିଧା ରେ କେବେବି ନିଜ ଲୋକମାନଙ୍କ ର ହାତ ଛାଡ଼ନ୍ତି ନାହିଁ। ଏବଂ ଆପଣ ଜଣେ ଭାବୁକ ବ୍ୟକ୍ତି। ଏବଂ ନିଜର ବାପା ମାଆ ଙ୍କୁ ସବୁବେଳେ ସମ୍ମାନ କରିଥାନ୍ତି। ଆପଣଙ୍କ ଜୀଵନ ସାଥି ଜଣେ ଚରିତ୍ର ବାନ ବ୍ୟକ୍ତି। ଏବଂ ସେ ଆପଣଙ୍କୁ ବିଶ୍ୱାସ ଏବଂ ପ୍ରେମ କରିଥାଏ।


ଯଦି ଆପଣଙ୍କ ଭିତରେ ଭି ଏହି ଗୁଣ ସବୁ ଅଛି ତେବେ ଏହାର କାରଣ ହେଉଛି ବ୍ରହ୍ମ ମୁହୂର୍ତ୍ତରେ ଆପଣଙ୍କ ନିଦ ଭାଙ୍ଗିବା।ଏହି ଗୁଣ ରହିବାର କାରଣ ହେଉଛି ଆପଣଙ୍କ ଉପରେ ଅଲୌକିକ ଶକ୍ତି ର ପ୍ରଭାବ ରହିଛି। କୁହାଯାଏ କି ସୂର୍ଯ୍ୟ ଉଦୟ ପୂର୍ବରୁ ଉଠି ଯିଏ ନିଜର କାର୍ଯ୍ୟ ଆରମ୍ଭ କରିଥାନ୍ତି ତେବେ ସେହି କାମରେ ସଫଳତା ମିଳିବାର ସମ୍ଭାବନା ବହୁତ ଅଧିକ ଥାଏ। ଯେଉଁ ମହିଳା ମାନେ ଏହି ସମୟରେ ଉଠି ଘରର ଅଗଣା ସଫା କରନ୍ତି।

ତେବେ ସେଠାରେ ମାଆ ଲକ୍ଷ୍ମୀ ଙ୍କ ର ସର୍ବଦା ନିବାସ ଥାଏ। ଏହି ଘରେ କେବେ ଦୁଃଖ କଷ୍ଟ ରୁହେ ନାହିଁ ଏବଂ ସୁଖ ସମୃଦ୍ଧି ଆସିଥାଏ। ସୂର୍ଯ୍ୟ ଉଦୟ ପୂର୍ବରୁ ଉଠୁଥିବା ବ୍ୟକ୍ତି ଙ୍କ ଉପରେ ସୂର୍ଯ୍ୟ ଙ୍କ ର ଅଶେଷ କୃପା ରହିଥାଏ। ସୂର୍ଯ୍ୟ ଙ୍କର ପ୍ରଥମ କିରଣ ଯାହା ଉପରେ ପଡିଥାଏ ତାର ଭାଗ୍ୟ ଖୋଲି ଯାଇଥାଏ।ବେଦ ରେ ସୂର୍ଯ୍ୟ ଙ୍କ କିରଣ କୁ କାମଧେନୁ ମାତଙ୍କ ସମାନ ବୋଲି କୁହାଯାଏ। ଯଦି ଆପଣ ଏହି ବ୍ରହ୍ମ ମୁହୂର୍ତ୍ତରେ ଉଠୁଛନ୍ତି ତେବେ ଆପଣଙ୍କ ଜୀବନରେ ଅନେକ ଶୁଭ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି ଏବଂ ଆପଣଙ୍କ ଭାଗ୍ୟ ରେ ପରିବର୍ତ୍ତନ ମଧ୍ୟ ଆସିବାର ସମ୍ଭାବନା ରହିଛି।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *