ଯଦି ଆମେ ହରିଙ୍କ ଭକ୍ତ ତାହାହେଲେ ଆମକୁ ଛୁଇଁଲେ ଅପବିତ୍ର କାହିଁକି ଭାବୁଛନ୍ତି ? ଏଭଳି କିଛି କହିଛନ୍ତି ସମାଜସେବୀ Tamana ….

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ହରିଜନ ଶବ୍ଦକୁ ନେଇ ଆମ ସମାଜରେ ଅନେକ ତର୍କବିତର୍କ  ଦେଖାଦଉଛି । ସମାଜସେବୀ ଏବଂ ସ୍ମାତକର ରାଜନୈତିକ ବିଷୟର ଛାତ୍ରୀ ତାମନା ଭୁଇଁ ହରିଜନ ଶବ୍ଦକ୍କୁ ନେଇ ନିଜର ମତକୁ ମିଡିଆ ସାମନାରେ ଉପସ୍ଥାପନ କରିଛନ୍ତି । ତମନାଙ୍କ କହିବା ଅନୁସାରେ ଆମେ ଯଦି ହରିଜନ ମାନେ ହରିଙ୍କ ଠାରୁ ଯିଏ ଜାତ ।

ଆମ ଯଦି ହରିଙ୍କ ଭକ୍ତବୃନ୍ଦ ତେବେ ଆମକୁ କଣ ପାଇଁ ହରିଙ୍କୁ ଦର୍ଶନ କରିବାର ଅଧିକାର ନାହିଁ । ଯଥାବା କୋଣସି ବ୍ୟକ୍ତି ଭୁଲରେ ମନ୍ଦିର ଭିତରକୁ ପ୍ରବେଶ କରିଥାଏ । ତେବେ ସେ ବ୍ୟକ୍ତି ଗଲା ପରେ ସଂପୂର୍ଣ୍ଣ ସ୍ଥାନକୁ ଗଙ୍ଗାଜଳ ଛିଞ୍ଚନ କରି ଶୁଦ୍ଧ କରାଯାଇଥାଏ । ଏଭଳି କାହିଁକି ହୁଏ ସ୍ଵାଧୀନତା ପରେ ଏସବୁକୁ ଉଠାଇ ଦିଆଯାଇଥିଲା । ତେଵେ ଏବେ ବି କାହିଁକି ଦେଖାଯାଉଛି ।

ଏବେ ଯେଉଁ ଚଳଚ୍ଚିତ୍ର ରିଲିସ୍ସ ହୋଇଛି ” ପ୍ରିୟେ ତୁ ମୋ ସିଏ ” ସିନେମା ଆମ ମନକୁ ଆଘାତ କରିଛି । ତେଣୁ କରି ତାହା ପାଇଁ ଲଢୁଛି କାରଣ ମୁଁ ପୂର୍ବରୁ କହିଛି ଯେ ସିନେମା ହେଉଛି ଏକ ପ୍ରତିବିମ୍ବ ଯାହାକୁ ମଣିଷ ଦେଖି ତାହାର ଅନୁସରଣ କରିଥାଏ । ମାତ୍ର ଏହି ସିନେମାକୁ କରିବା ପୂର୍ବରୁ କେହି ଜଣେ ଚିନ୍ତା କରିନଥିଲେ ।

ଯଥା ଏହି ସିନେମାରେ ବାରମ୍ବାର ଓ ନିନ୍ଦନୀୟ ଭାବରେ ହରିଜନ ଶବ୍ଦ କୁ ବ୍ୟବହାର କରାଯାଇଛି ଯାହା ଆମକୁ ଆଦୌ ପସନ୍ଦ ହେଇନି । ତେଣୁ କରି ଏହି ସିନେମାକୁ ବନ୍ଦ କରିବା ପାଇଁ ଦାବି କରୁଛି । ଏହି ସିନେମାରେ ହରିଜନମାନଙ୍କର ମଦ ପିଇବାକୁ ଦର୍ଶାଇଛନ୍ତି ମାତ୍ର ମୁଁ ପଚାରିବାକୁ ଚାହେଁ କୁ କଣ ସମସ୍ତେ ମଦ ପିଉଛନ୍ତି ।

ଆମଲୋକମାନେ ବଡ ପୋଷ୍ଟରେ ଯାଇକି  ବସିଲେନି ତାଙ୍କୁ କିଏ ସିନେମା କରୁନି କିନ୍ତୁ ଏଭଳି ଅଛୁଆ ,ଭେଦଭାବ ଭଳି ବିଷୟକୁ ଚଳଚ୍ଚିତ୍ରରେ ଦର୍ଶାଅଯାଉଛି । ଏହି ଜାତିଭେଦ ଆଜିବି ସମାଜରେ ଜୀବିତ ରହିଛି ଯାହାକୁ ଦୂର କରିବା ପାଇଁ ସମସ୍ତଙ୍କର ସହଯୋଗ ନିହାତି ଜରୁରୀ ଅଟେ । ଏକତା ବିନା ଏହାକୁ ଦୂର କରିବା ଅସମ୍ଭବ ଏଭଳି କିଛି କହିଛନ୍ତି ସମାଜସେବୀ ତମନା । ଏହି ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ,ଶେୟାର କରନ୍ତୁ ।

Leave a Reply

Your email address will not be published.