IPL ରେ ଗୁଜୁରାଟ ଟାଇଟନ୍ସ କୁ ମାତ ଦେଇ ଜିତିଲା CSK, ଅବସର କୁ ନେଇ ଏମିତି କିଛି କହିଲେ Dhoni

ନମସ୍କାର ବନ୍ଧୁଗଣ । ଏବର୍ଷର IPL ବିଜୟୀ ଚେନ୍ନାଇ ସୁପର କିଙ୍ଗସ୍ । ବର୍ଷା ଯୋଗୁ ମ୍ୟାଚ୍  ବନ୍ଦହେବା  ବେଳେ ଗତକାଲି ମଧ୍ୟ ବର୍ଷା ଯୋଗୁ କିଛି ସମୟ ପାଇଁ ମ୍ୟାଚ୍ ରହିଯାଇଥିଲା । IPL ର ଶେଷ ଖେଳ କୁ ଦେଖିବା ପାଇଁ ଲୋକମାନଙ୍କ ଭିତରେ ଖୁବ୍ ଜୋସ୍ ରହିଥିଲା । ଗତକାଲି ମ୍ୟାଚ୍ ରେ ଧୋନୀ ବିଜୟ କୁ ତାଙ୍କ ଫ୍ୟାନ୍ ଆଡମ୍ବର ସହକାରେ ପାଳନ କରିଛନ୍ତି ।

ଧୋନୀଙ୍କ ଆଉଟ୍ ହେବା ପରଠୁ CSK  ପରାଜିତ ହେବାର ଆକଳନ କରାଯାଉଥିଲା  । ମାତ୍ର ଶେଷ ଦୁଇଟି ବଲ ର୍ରେ ବିଜୟ ର ମୁକୁଟ ପିନ୍ଧାଇ ଥିଲେ ରବୀନ୍ଦ୍ର ଜାଡେଜା । ଶେଷ ଦୁଇଟି  ବଲରେ ଛକା ଓ ଚୌକା ମାରି ଟିମ୍ କୁ ଜିତାଇଲେ ଜାଡ଼େଜା ।ଗତକାଲୀ ଗୁଜୁରାଟ ଟାଇଟନ୍ସ କୁ ବାଦ ଦେଇ ପଞ୍ଚମ ଥର ପାଇଁ ଟ୍ରଫି ହାସଲ କଲା ଧୋନି ବ୍ରିଗେଡ । ଗତକାଲି ର ମ୍ୟାଚ୍ ଦେଖିବା ପରେ ଧୋନୀ ଏବଂ ଜାଡ଼େଜା ଙ୍କ ଫ୍ୟାନଙ୍କ ଆନନ୍ଦ କହିଲେ ନ ସରେ ।

ଷ୍ଟାଡିୟାମ ରେ ଲୋକମାନେ  ବିଜୟକୁ ଆନନ୍ଦ ସ୍ଵର ଓ କରତାଳିରେ ପାଳନ କରିଥିଲେ । ଧୋନି ଯେଉଁ ବି ଧଳରେ ଥିବେ ସେଇଠି ବିଜୟ ସୁନିଶ୍ଚିତ ବୋଲି କହୁଥିଲେ । ଧୋନିଙ୍କ ପ୍ରଶଂସକ ମାନେ ସ୍ଵର କୁ ଉତ୍ତୋଳନ କରି ତାଙ୍କୁ ଶୁଭେଛା ଜଣାଉଥାନ୍ତି । ତେବେ ଗତକାଲି ମ୍ୟାଚ୍ଚ ଜିତିବା ପରେ ମହେନ୍ଦ୍ର ସିଂହ ଧୋନି ଫ୍ୟାନ୍ ମାନଙ୍କ ପ୍ରେମକୁ ଆଖି ଆଗରେ ରଖି ଆଉ ଏକ ସିଜନ ଖେଳିବେ ବୋଲି କହିଛନ୍ତି ।

ଗତକିଛି ଦିନ ଧରି ଧୋନି ଙ୍କ ଖେଳରୁ ଅବସର ନେବା କଥା ଚର୍ଚ୍ଚା ଲାଗିଥିଲା ଏବଂ ଏହା ତାଙ୍କ ଶେଷ IPL ଆଉ ସେ ଆଗକୁ ଖେଳିବେନି ଭଳି ବାର୍ତ୍ତା ଶୁଣିବାକୁ ମିଳୁଥିବା ବେଳେ ସେ ସବୁରେ ଲାଗିଛି ବିରାମ । ଧୋନି ସ୍ପଷ୍ଟ ରୂପରେ ଆଉ ଏକ ସିଜନ ଖେଳିବେ ଓ ଏଥିପାଇ ଛଅମାସ ଶାରୀରିକ ଭାବରେ ଫିଟ୍ ହେବା କଥା କହିଛନ୍ତି ।

ଚେନ୍ନାଇ ଟିମ୍ ରେ ଧୋନି ଥିବା ଯୋଗୁ ଟିମ୍ କୁ ବଳିଷ୍ଟ ଭାବରେ ଗଢି ତୋଳିଛନ୍ତି । ତେଣୁ CSK  ରେ ଧୋନି ନିହାତି ରହିବାକୁ ନେଇ ଫ୍ୟାନ୍ ଦାବି କରିଛନ୍ତି ଏବଂ ଧୋନି ମଧ୍ୟ ଅବସର ନେବେନି । ଖବର କୁ ନେଇ ଆପଣମାନଙ୍କ ମତକୁ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ  ଲାଇକ, ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *